ଉପକାରାଗାରରେ ୧୦୦ ଦିନିଆ ଯକ୍ଷ୍ମା ରୋଗ ମୁକ୍ତ ଅଭିଯାନ

ଘୁମୁସର ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟରେ ଡାକ୍ତର ରତିକାନ୍ତ ସାହୁଙ୍କ ତତ୍ତ୍ଵାବଧାନରେ ଏକ ଟିମ୍ ସ୍ଥାନୀୟ ଉପକାରାଗାର ଯାଇ ୫୭ ଜଣ ଅନ୍ତେବାସୀଙ୍କ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଯକ୍ଷ୍ମା ଚିହ୍ନଟ ଓ ଚିକିତ୍ସା ପାଇଁ ଯକ୍ଷ୍ମା ପରୀକ୍ଷା କରାଯାଇଛି।

Health awareness campaign in Jail of G Udayagiri

Health awareness campaign in Jail of G Udayagiri . Photograph: (Sambad )

ଘୁ.ଉଦୟଗିରି: କନ୍ଧମାଳ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ ଆଦେଶ କ୍ରମେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରତିକାନ୍ତ ସାହୁଙ୍କ ତତ୍ତ୍ଵାବଧାନରେ ଏକ ଟିମ୍ ସ୍ଥାନୀୟ ଉପକାରାଗାର ଯାଇ ୫୭ ଜଣ ଅନ୍ତେବାସୀଙ୍କ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଯକ୍ଷ୍ମା ଚିହ୍ନଟ ଓ ଚିକିତ୍ସା ପାଇଁ ଯକ୍ଷ୍ମା ପରୀକ୍ଷା କରାଯାଇଥିଲା। ଏଥି ମଧ୍ୟରୁ ୫ ଜଣ ରୋଗୀଙ୍କୁ ସନ୍ଦେହ କରାଯାଇଛି ସେମାନଙ୍କୁ କିଛି ଦିନ ମଧ୍ୟରେ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଅନ୍ୟ ପରୀକ୍ଷା ସହ ଛାତିର ଏକ୍ସରେ କରାଯାଇ ଯକ୍ଷ୍ମା ରୋଗୀକୁ ଚିହ୍ନଟ କରାଯାଇ ଚିକିତ୍ସା କରାଯିବ।

ଉପକାରାଗାର ଠାରେ ମଙ୍ଗଳବାର ଦିନ ୪ ଘଣ୍ଟା ଧରି ଅନ୍ତେବାସୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ସହ ଔଷଧ ବଣ୍ଟନ କରାଯାଇଛି।

୧୦୦ ଦିନ ମଧ୍ୟରେ ବ୍ଲକ, ଜିଲ୍ଲା, ରାଜ୍ୟ ଓ ସମ୍ପୂର୍ଣ୍ଣ ଦେଶରେ ଯକ୍ଷ୍ମା ରୋଗୀଙ୍କୁ ଚିହ୍ନଟ କରି ସେମାନଙ୍କ ଚିକିତ୍ସା କରାଯାଇ ଦେଶକୁ ଯକ୍ଷ୍ମା ରୋଗ ମୁକ୍ତ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗର ମୁଳ ଲକ୍ଷ୍ୟ। ଏହି କ୍ରମରେ ସ୍ଥାନୀୟ ବ୍ଲକ ସ୍ୱାସ୍ଥ୍ୟ ବିଭାଗ ତରଫରୁ ୧୦୦ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ବ୍ଲକ କୁ ଯକ୍ଷ୍ମା ରୋଗୀଙ୍କୁ ଚିକିତ୍ସା କରି ଯକ୍ଷ୍ମା ରୋଗ ମୁକ୍ତ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଉପକାରାଗାର ଠାରେ ମଙ୍ଗଳବାର ଦିନ ୪ ଘଣ୍ଟା ଧରି ଅନ୍ତେବାସୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ସହ ଔଷଧ ବଣ୍ଟନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର ଡଃ ଦେବବ୍ରତ ବାରିକ, ସୂରଜ କୁମାର ପାତ୍ର, ପ୍ରଭାସିନି ସେନାପତି, କଇଧର ପ୍ରଧାନ ତଥା ଟିବି ସୁପରଭାଇଜର ଅଶୋକ କୁମାର ପ୍ରଧାନ ଙ୍କ ସହ ଉପକାରାଗାର ସୁପରିଟେଣ୍ଡେଣ୍ଟ, ସ୍ୱାସ୍ଥ୍ୟ କର୍ମୀ ଭାଗବତୀ ଦେବୀ ବେହେରା, ବିକ୍ରମ ଦେବ ପ୍ରଧାନ ଉପସ୍ଥିତ ରହିଥିଲେ। ଶେଷରେ ଅନ୍ତେବାସୀ ମାନଙ୍କୁ ଯକ୍ଷ୍ମା ରୋଗକୁ ମୂଳୋତ୍ପାଟନ ପାଇଁ ଶପଥ ପାଠ କରାଯାଇ ଯକ୍ଷ୍ମା ହଟାଅ ଦେଶ ବଞ୍ଚାଅ ନାରା ସହ କାର୍ଯ୍ୟକ୍ରମ ଶେଷ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe