କପ୍ତିପଦା ଅତିରିକ୍ତ ତହସିଲଦାରଙ୍କୁ ମାଡ଼ ଘଟଣା: ଗିରଫ ହେଲେ ବାଲି ମାଫିଆ ଶିକ୍ଷକ

Advertisment

କପ୍ତିପଦା ଅତିରିକ୍ତ ତହସିଲଦାର ଭୀମସେନ ମାଝୀଙ୍କୁ ନିର୍ଘାତ ମାଡ଼ ମାରିବା ସହ ପଥର ଛେଚି ତାଙ୍କ କାର୍‌ ଭାଙ୍ଗିବା ଘଟଣାରେ ପୁଣି ଜଣେ ବାଲି ମାଫିଆଙ୍କୁ ଗିରଫ କରିଛି ପୁଲିସ। ଗିରଫ ଅଭିଯୁକ୍ତ ବୃତ୍ତିରେ ଜଣେ ଶିକ୍ଷକ। ତାଙ୍କ ନାମ ଭବାନନ୍ଦ ନାୟକ।

,ା

ଉଦଳା: ଥାନା ଆଗରେ ମୟୂରଭଞ୍ଜ କପ୍ତିପଦା ଅତିରିକ୍ତ ତହସିଲଦାର ଭୀମସେନ ମାଝୀଙ୍କୁ ନିର୍ଘାତ ମାଡ଼ ମାରିବା ସହ ପଥର ଛେଚି ତାଙ୍କ କାର୍‌ ଭାଙ୍ଗିବା ଘଟଣାରେ ପୁଣି ଜଣେ ବାଲି ମାଫିଆଙ୍କୁ ଗିରଫ କରିଛି ପୁଲିସ। ଗିରଫ ଅଭିଯୁକ୍ତ ବୃତ୍ତିରେ ଜଣେ ଶିକ୍ଷକ। ତାଙ୍କ ନାମ ଭବାନନ୍ଦ ନାୟକ। ସେ ହାତୀମୁଣ୍ଡା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ଜଣାଯାଇଛି। ଭବାନନ୍ଦ ନାୟକ ଆଜି ଅସ୍ତରଙ୍ଗରୁ ପୁଲିସ ଗିରଫ କରିଛି। 

କପ୍ତିପଦା ଥାନା ଅଞ୍ଚଳରେ ଥିବା ଏକାଧିକ ବାଲିଘାଟରୁ ବେଆଇନ ବାଲି ଉତ୍ତୋଳନ ହେଉଥିବା ନେଇ  କପ୍ତିପଦା ଅତିରିକ୍ତ ତହସିଲଦାର ଭୀମସେନ ମାଝୀ ଖବର ପାଇଥିଲେ। ସେ ନିଜ କାର୍‌ (ଓଡି୧୧ଏଏ-୫୫୮୯) ଯୋଗେ ତହସିଲ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରୁ ଅନ୍ୟ କର୍ମଚାରୀଙ୍କ ସହ ଚଢ଼ଉ ପାଇଁ ଯାଇଥାଆନ୍ତେ। ହେଲେ ସେ କାର୍ଯ୍ୟାଳୟରେ ପହଞ୍ଚିବା ବେଳକୁ ହଠାତ୍‌ ୨୦ରୁ ୨୫ ଜଣ ଲୋକ ତାଙ୍କ କାର୍‌କୁ ଘେରିଯାଇ ଗାଳିଗୁଲଜ କରିଥିଲେ। 
ଏମିତି କି ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ। କାର୍ଯ୍ୟାଳୟ ଗେଟ୍ ବନ୍ଦ ଥିବାରୁ ଅତିରିକ୍ତ ତହସିଲଦାର ଶ୍ରୀ ମାଝୀ ଜୀବନବିକଳରେ କାର୍‌ ନେଇ କପ୍ତିପଦା ଥାନାକୁ ପଳାଇଥିଲେ। ଦୁର୍ବୃତ୍ତମାନେ ତାଙ୍କୁ ପିଛା କରି ଥାନା ପାଖରେ ପହଞ୍ଚି ଯାଇଥିଲେ। ଥାନା ଫାଟକ ବନ୍ଦ ଥିବାରୁ ଶ୍ରୀ ମାଝୀ ଭିତରକୁ ଯାଇ ପାରି ନଥିଲେ। ଏତିକିବେଳେ ଦୁର୍ବୃତ୍ତମାନେ କାର୍‌ ଉପରକୁ ପଥର ଫିଙ୍ଗି ଭାଙ୍ଗି ଦେଇଥିଲେ। ଅତିରିକ୍ତ ତହସିଲଦାର ଶ୍ରୀ ମାଝୀଙ୍କୁ କାର୍‌ ଭିତରୁ ଟାଣିଆଣି ନିର୍ଘାତ ମାଡ଼ ମାରିଥିଲେ। ଏହି ସମୟରେ ଥାନା କର୍ମଚାରୀମାନେ ଗେଟ୍ ଖୋଲି ଆସିଯିବାରୁ ଦୁର୍ବୃତ୍ତମାନେ ଛତ୍ରଭଙ୍ଗ ଦେଇଥିଲେ।
 
ସୂଚନାଯୋଗ୍ୟ, କପ୍ତିପଦା ଥାନା ଅଞ୍ଚଳରେ ଥିବା ଏକାଧିକ ବାଲିଘାଟରୁ ବେଆଇନ ବାଲି ଉତ୍ତୋଳନ ହେଉଥିବା ନେଇ  କପ୍ତିପଦା ଅତିରିକ୍ତ ତହସିଲଦାର ଭୀମସେନ ମାଝୀ ଖବର ପାଇଥିଲେ। ସେ ନିଜ କାର୍‌ (ଓଡି୧୧ଏଏ-୫୫୮୯) ଯୋଗେ ତହସିଲ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରୁ ଅନ୍ୟ କର୍ମଚାରୀଙ୍କ ସହ ଚଢ଼ଉ ପାଇଁ ଯାଇଥାଆନ୍ତେ। ହେଲେ ସେ କାର୍ଯ୍ୟାଳୟରେ ପହଞ୍ଚିବା ବେଳକୁ ହଠାତ୍‌ ୨୦ରୁ ୨୫ ଜଣ ଲୋକ ତାଙ୍କ କାର୍‌କୁ ଘେରିଯାଇ ଗାଳିଗୁଲଜ କରିଥିଲେ। 
ଏମିତି କି ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ। କାର୍ଯ୍ୟାଳୟ ଗେଟ୍ ବନ୍ଦ ଥିବାରୁ ଅତିରିକ୍ତ ତହସିଲଦାର ଶ୍ରୀ ମାଝୀ ଜୀବନବିକଳରେ କାର୍‌ ନେଇ କପ୍ତିପଦା ଥାନାକୁ ପଳାଇଥିଲେ। ଦୁର୍ବୃତ୍ତମାନେ ତାଙ୍କୁ ପିଛା କରି ଥାନା ପାଖରେ ପହଞ୍ଚି ଯାଇଥିଲେ। ଥାନା ଫାଟକ ବନ୍ଦ ଥିବାରୁ ଶ୍ରୀ ମାଝୀ ଭିତରକୁ ଯାଇ ପାରି ନଥିଲେ। ଏତିକିବେଳେ ଦୁର୍ବୃତ୍ତମାନେ କାର୍‌ ଉପରକୁ ପଥର ଫିଙ୍ଗି ଭାଙ୍ଗି ଦେଇଥିଲେ। ଅତିରିକ୍ତ ତହସିଲଦାର ଶ୍ରୀ ମାଝୀଙ୍କୁ କାର୍‌ ଭିତରୁ ଟାଣିଆଣି ନିର୍ଘାତ ମାଡ଼ ମାରିଥିଲେ। ଏହି ସମୟରେ ଥାନା କର୍ମଚାରୀମାନେ ଗେଟ୍ ଖୋଲି ଆସିଯିବାରୁ ଦୁର୍ବୃତ୍ତମାନେ ଛତ୍ରଭଙ୍ଗ ଦେଇଥିଲେ।
ଘଟଣା ବାବଦରେ ଅତିରିକ୍ତ ତହସିଲଦାର ଶ୍ରୀ ମାଝୀ କପ୍ତିପଦା ଥାନାରେ ଏତଲା ଦେଇଥିଲେ। ପୁଲିସ କେସ୍‌ ନମ୍ବର ୧୩୪/୨୫ରେ ଏକ ମାମଲା ରୁଜୁ କରିଥିଲା। କପ୍ତିପଦା ଉପଖଣ୍ଡ ପୁଲିସ ଅଧିକାରୀ ହୃଷୀକେଶ ନାଏକ ତଦନ୍ତ କରୁଥିଲେ। ଥାନାରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଆଧାରରେ ଅପରାଧୀମାନଙ୍କୁ ଖୁବ୍‌ଶୀଘ୍ର ଧରାଯିବ ବୋଲି ଉପଖଣ୍ଡ ପୁଲିସ ଅଧିକାରୀ ଶ୍ରୀ ନାଏକ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe