ମୁକୁଳା ଡ୍ରେନ୍‌ରେ ପଡ଼ି‌ଗଲେ ଶିକ୍ଷକ; ଡାକ୍ତରଖାନାରେ ମୃତ୍ୟୁ

ମୁକୁଳା ଡ୍ରେନ୍‌ କାଳ ସାଜିଛି। ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ଖେଳ ପଡ଼ିଆ ନିକସ୍ଥ ଡ୍ରେନ୍‌ରେ ପଡ଼ି ଅପରାହ୍‌ଣରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଲେ ମହେନ୍ଦ୍ର ପାଣିଗ୍ରାହୀ। 

Drain

ବ୍ରହ୍ମପୁର/ଭୁବନେଶ୍ବର: କଟକ ଓ ଭୁବନେଶ୍ବର ପରେ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ମୁକୁଳା ଡ୍ରେନ୍‌ କାଳ ସାଜିଛି। ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ଖେଳ ପଡ଼ିଆ ନିକସ୍ଥ ଡ୍ରେନ୍‌ରେ ପଡ଼ି ଅପରାହ୍‌ଣରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଲେ ମହେନ୍ଦ୍ର ପାଣିଗ୍ରାହୀ। 

ସୂଚନା ଅନୁସାରେ ଖାରବେଳ ନଗର ଲେନ୍‌-୧ର ବାସିନ୍ଦା ମହେନ୍ଦ୍ର ପାଣିଗ୍ରାହୀ ଆଜି ଅପରାହ୍‌ଣରେ ଏମକେସିଜି ମେଡ଼ିକାଲ ଖେଳ ପଡ଼ିଆ ନିକଟସ୍ଥ ଦେଇ କୌଣସି କାମରେ ଯାଉଥିଲେ। ଆଜି ଅପରାହ୍‌ଣ ସମୟରେ ପ୍ରବଳ ବର୍ଷା ହୋଇଥିବାରୁ ଡ୍ରେନ୍‌ଗୁଡ଼ିକରେ ପାଣି ଭର୍ତ୍ତି ହୋଇ ପ୍ରବାହିତ ହେଉଥିଲା। ସ୍କୁଟିରେ ଯାଉଥିବା ମହେନ୍ଦ୍ର ଭାରସାମ୍ୟ ହରାଇଥିଲେ। ତାଙ୍କର ସ୍କୁଟି ଚକା ସ୍ଲିପ ହେବାରୁ ସେ ଖସି ପଡ଼ିଥିଲେ।

ଡ୍ରେନ୍‌ପାଣିରେ ଭାସି ଯାଉଥିବା ମହେନ୍ଦ୍ରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। 

ଶିକ୍ଷକଙ୍କ ମୃତ୍ୟୁରେ ପରିବାରରେ ଶୋକର ଛାୟା ଖେଳି ଯାଇଛି। ଏହି ଅସ୍ବଭାବିକ ମୃତ୍ୟୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ପ୍ରଶାସନର ଅବହେଳା ଯୋଗୁଁ ଏଭଳି ଅଭାବନୀୟ ଘଟଣା ଘଟିଥିବା ନେଇ ଚର୍ଚ୍ଚା ହୋଇଥିଲା।

ସୂଚନାଯୋଗ୍ୟ, ମୁକୁଳା ଡ୍ରେନ୍‌ରେ ପଡ଼ିଯାଇ ମୃତ୍ୟୁ ଘଟଣା ଓଡ଼ିଶାରେ ନୂଆ ଘଟଣା ନୁହେଁ। ପୂର୍ବରୁ ଭୁବନେଶ୍ବର ଓ କଟକରେ ଏକାଧିକ ଘଟଣା ଘଟିଛି। ମୁକୁଳା ଡ୍ରେନ୍‌ ଯୋଗୁଁ ଅନେକଙ୍କର ମୃତ୍ୟୁ ମଧ୍ୟ ହୋଇଛି। 

ganjam | Berhampur  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe