ଦାବି ପୂରଣ ନହେଲେ ୨୨ରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସ୍କୁଲରେ ତାଲା ଝୁଲିବ

ମାଲକାନଗିରି ସରକାରୀ ହାଇସ୍କୁଲ ଏନପିଏସ ଶିକ୍ଷକ ସଂଘ ତରଫରୁ ଜିଲ୍କାପାଳ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ମାଧମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦୁଇ ଦଫା ଦାବି ପ୍ରତ୍ର ପ୍ରଦାନ କରାଯାଇଛି।

Mkg Teacher union pakhyaru 2 dafa dabi (1)

ମାଲକାନଗିରି: ମାଲକାନଗିରି ସରକାରୀ ହାଇସ୍କୁଲ ଏନପିଏସ ଶିକ୍ଷକ ସଂଘ ତରଫରୁ ଜିଲ୍କାପାଳ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ମାଧମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦୁଇ ଦଫା ଦାବି ପ୍ରତ୍ର ପ୍ରଦାନ କରାଯାଇଛି। ଦୁଇ ଅଧିକାରୀଙ୍କ ସହ ଦୁଇ ଦଫା ଦାବି ନେଇ ଆଲୋଚନା ମଧ୍ୟ କରିଥିଲେ ଏବଂ ଅନୁରୋଧ କରାଯାଇଅଥିଲା କି ୨୦୦୪ ମସିହାରୁ ୨୦୧୪  ପର୍ଯ୍ୟନ୍ତ ସମସ୍ତ ହାଇସ୍କୁଲ ଶିକ୍ଷକଙ୍କର ୬ ବର୍ଷ ମୂଳ ଚାକିରୀରେ ଯୋଗ ଓ ୬ ଟି ନାସନାଲ ଇଂକ୍ରିମେଣ୍ଟ ପ୍ରଦାନ ଏବଂ ହାଇସ୍କୁଲ ଶିକ୍ଷକମାନଙ୍କ କ୍ୟାଡରର ପୁନର୍ଗଠନ ନିମନ୍ତେ ଆଲୋଚନା କରାଯାଇଥିଲା।

ଏନପିଏସ ଶିକ୍ଷକ ସଂଘର ଦାବି ଯଦି ୨୧ ତାରିଖ ସୁଦ୍ଧା ପୁରଣ ନ କରନ୍ତି ତେବେ ଆସନ୍ତା ୨୨.୯.୨୦୨୫ ତାରିଖ ଦିନ ରାଜ୍ୟସ୍ତରରେ ମହା ଆନ୍ଦୋଳନ କରାଯିବ ଏବଂ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଦ୍ୟାଳୟରେ ତାଲା ଝୁଲିବ ବୋଲି ସଂଘ ଚେତାବନୀ ଦେଇଛି।

ଆଜିର ଏହି ପ୍ରତିବାଦ ସଭାରେ  ସଂଘ ସଭାପତି ସଂଜୀବ କୁମାର ବୈଦ୍ୟ, କାର୍ଯ୍ୟ କରି ସଭାପତି ସୁଧୀର ରଞ୍ଜନ ସିକଦାର, ସମ୍ପାଦକ ସନାତନ ଦାସ, ଉପଦେଷ୍ଠ ଜଗନ୍ନାଥ ପ୍ରସାଦ ବେହେରା,ଶୁଶିଳା କୁମାରୀ ହିୟାଲ୍, ସ୍ମୃତିକା ସୁକୁଲ,ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ସନ୍ଦୀପ୍ତ କୁମାର ଦାସ, ଉପ ସଭାପତି ସନାତନ ପ୍ରଧାନ ତଥା ଚତୁର୍ଭୁଜ ଦାସ,ରତନ ଆଚାର୍ଯ୍ୟ,ସମୀୟରଞ୍ଜନ ଜେନା,ବାସୁଦେବ ପଣ୍ଡା,ଶରତ ଦାସ  ଏବଂ ଜିଲ୍ଲାର ସମସ୍ତ ବ୍ଳକରୁ ୧୦୦ ରୁ ଉର୍ଦ୍ଧ ଶିକ୍ଷକ ଶିକ୍ଷୟିତ୍ରମାନେ ଉପସ୍ଥିତ ଥିଲେ।

Malkangiri

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe