ଏକାଧିକ ଦାବି ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

Advertisment

ଓଡ଼ିଶା ସ୍କୁଲ୍ କଲେଜ ଓ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ଆବାହକ ତଥା ଓଷ୍ଟ। ଜିଲ୍ଲା ସମ୍ପାଦକ ପ୍ରଭାତ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ବିଶାଳ ରାଲି ଜିଲ୍ଲା ଓଷ୍ଟ। କାର୍ଯ୍ୟାଳୟରୁ ବାହାରି ଭଦ୍ରକ ଜିଲ୍ଲାପାଳଙ୍କୁ ଦାବି ପ୍ରଦାନ କରାଯାଇଛି।

ଓଡ଼ିଶା ସ୍କୁଲ୍ କଲେଜ ଓ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ଆବାହକ ତଥା ଓଷ୍ଟ। ଜିଲ୍ଲା ସମ୍ପାଦକ ପ୍ରଭାତ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ବିଶାଳ ରାଲି ଜିଲ୍ଲା ଓଷ୍ଟ। କାର୍ଯ୍ୟାଳୟରୁ ବାହାରି ଭଦ୍ରକ ଜିଲ୍ଲାପାଳଙ୍କୁ ଦାବି ପ୍ରଦାନ କରାଯାଇଛି।

IMG-20250808-WA0008

ଭଦ୍ରକ: ଓଡ଼ିଶା ସ୍କୁଲ୍ କଲେଜ ଓ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ଆବାହକ ତଥା ଓଷ୍ଟ। ଜିଲ୍ଲା ସମ୍ପାଦକ ପ୍ରଭାତ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ବିଶାଳ ରାଲି ଜିଲ୍ଲା ଓଷ୍ଟ। କାର୍ଯ୍ୟାଳୟରୁ ବାହାରି ଭଦ୍ରକ ଜିଲ୍ଲାପାଳଙ୍କୁ ଦାବି ପ୍ରଦାନ କରାଯାଇଛି। ବିଭିନ୍ନ ଦାବିଗୁଡ଼ିକ ଏହି ଦାବିପତ୍ରରେ ଉଲ୍ଲେଖ କରାଯାଇଛି। 

କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ କଲେଜର କର୍ମଚାରୀମାନଙ୍କ ପାଇଁ ପେନସନ ଓ ଚାକିରି ସର୍ତ୍ତାବଳୀ ଲାଗୁ, ଅନୁଦାନପ୍ରାପ୍ତ ସ୍କୁଲ ଓ କଲେଜ ଗୁଡ଼ିକୁ ସରକାରୀକରଣ, ୨୦୦୪ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଶିକ୍ଷକ ଓ କର୍ମଚାରୀମାନଙ୍କୁ ବରିଷ୍ଠତା ଓ ୬ଟି ନ୍ୟାସନାଲ ଇନକ୍ରୀମେନ୍ଟ ପ୍ରଦାନ, ଯୋଗ୍ୟ ବିବେଚିତ ସମସ୍ତ ସ୍କୁଲ୍ କଲେଜ୍‌କୁ ଅନୁଦାନ ପ୍ରଦାନ, ଅବସର ବୟସ ସୀମା ୬୦ରୁ ୬୨ ବର୍ଷକୁ ବୃଦ୍ଧି ଆଦି ଦାବି ସମ୍ବଳିତ ଏକ ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ, ଉଚ୍ଚ ଶିକ୍ଷାମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ, ଆଇନ୍ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ଭଦ୍ରକ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଥିଲା।

ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ କଲେଜର କର୍ମଚାରୀମାନଙ୍କ ପାଇଁ ପେନସନ ଓ ଚାକିରି ସର୍ତ୍ତାବଳୀ ଲାଗୁ, ଅନୁଦାନପ୍ରାପ୍ତ ସ୍କୁଲ ଓ କଲେଜ ଗୁଡ଼ିକୁ ସରକାରୀକରଣ, ୨୦୦୪ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଶିକ୍ଷକ ଓ କର୍ମଚାରୀମାନଙ୍କୁ ବରିଷ୍ଠତା ଓ ୬ଟି ନ୍ୟାସନାଲ ଇନକ୍ରୀମେନ୍ଟ ପ୍ରଦାନ, ଯୋଗ୍ୟ ବିବେଚିତ ସମସ୍ତ ସ୍କୁଲ୍ କଲେଜ୍‌କୁ ଅନୁଦାନ ପ୍ରଦାନ, ଅବସର ବୟସ ସୀମା ୬୦ରୁ ୬୨ ବର୍ଷକୁ ବୃଦ୍ଧି ଆଦି ଦାବି କରାଯାଇଛି।

IMG-20250808-WA0009

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୪୦୦ରୁ ଊର୍ଦ୍ଧ୍ବ ଶିକ୍ଷକ ଧାରଣାରେ ବସିଥିଲେ। ଓଷ୍ଟ। ଜିଲ୍ଲା ସଭାପତି ଶଶି ଶେଖର କରଶର୍ମା, ସଂସ୍କୃତ ମହମଣ୍ଡଳ ସଭାପତି ହରେକୃଷ୍ଣ ପାଣିଗ୍ରାହୀ, ମଦ୍ରାସା ସଂଘ ସଂପାଦକ ଆଫ୍ଟାବ ଖାଁ, ଓଷ୍ଟ।ଜିଲ୍ଲା କାର୍ଯ୍ୟକାରୀ ସଭାପତି ଅନିଲ ମିଶ୍ର, ୬୬୨ ସଂଘ ନେତା ଅଞ୍ଜନ ଶତପଥୀ, ଅଲୋଷ୍ଟା  ସମ୍ପାଦକ ଉପେନ୍ଦ୍ର ବିଶ୍ଵାଳ, ଶିକ୍ଷକ ନେତା ପ୍ରଭାକର ପରିଡ଼ା, ବୈକୁଣ୍ଠ ବିଶ୍ଵାଳ, ପର୍ଶୁରାମ ସାହୁ, ଗୀତାଞ୍ଜଳି ପାତ୍ର, ମନୋରଞ୍ଜନ ପଣ୍ଡା, ପୂର୍ଣ୍ଣଚନ୍ଦ୍ର ଦାଶ, ସନ୍ତୋଷ ଜେନା, ୱାସିମ୍ ରାଜା, ହେମନ୍ତ ସୁତାର, ଅରୁଣ ଶତପଥୀ, ରଞ୍ଜନ ମୁଦୁଲି, ବିଶ୍ୱନାଥ ପଣ୍ଡା, ରାଜକିଶୋର ମଲ୍ଲିକ ପର୍ଶୁରାମ ପାତ୍ର, ନିରଞ୍ଜନ ପଣ୍ଡା, ବ୍ରହ୍ମାନନ୍ଦ ରାୟ, ସୁଶାନ୍ତ ବାରିକ, ଜିତେନ୍ଦ୍ର ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

 Bhadrak

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe