ବିଦ୍ୟାଳୟରେ ମଦ ପିଉଥିଲେ ଶିକ୍ଷକ; ଫଟୋ ଉଠାଇଲେ ବୋଲି ଯୁବକଙ୍କୁ ଦେଲେ ଧମକ

ବିଦ୍ୟାଳୟ ହେଉଛି ଶିକ୍ଷାର ମନ୍ଦିର। ଛାତ୍ରଛାତ୍ରୀ ହେଉଛନ୍ତି ଏଠାରେ ଭଗବାନ ଏବଂ ଶିକ୍ଷକ ହେଉଛନ୍ତି ପୂଜାରୀ। ଏହି ଶିକ୍ଷା ରୂପକ ମନ୍ଦିରରେ ସବୁବେଳେ ସକରାତ୍ମକ ବାତାବରଣ ରହିବା ନିହାତି ଆବଶ୍ୟକ। ଏଠାରେ ଯଦି ଖରାପ ଚିନ୍ତାଧାରା ରହି‌ବ, ତାହେଲେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ...

New Project (22)

କୋଲାବିରା: ବିଦ୍ୟାଳୟ ହେଉଛି ଶିକ୍ଷାର ମନ୍ଦିର। ଛାତ୍ରଛାତ୍ରୀ ହେଉଛନ୍ତି ଏଠାରେ ଭଗବାନ ଏବଂ ଶିକ୍ଷକ ହେଉଛନ୍ତି ପୂଜାରୀ। ଏହି ଶିକ୍ଷା ରୂପକ ମନ୍ଦିରରେ ସବୁବେଳେ ସକରାତ୍ମକ ବାତାବରଣ ରହିବା ନିହାତି ଆବଶ୍ୟକ। ଏଠାରେ ଯଦି ଖରାପ ଚିନ୍ତାଧାରା ରହି‌ବ, ତାହେଲେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପ୍ରଭାବିତ ହେବାର ଆଶଙ୍କା ରହିଛି। ବିଦ୍ୟାଳୟରେ ଏକ ଭଲ ବାତାବରଣ ରହିବା ପାଇଁ ବଡ଼ ଭୂମିକା ନେଇପାରିବେ ଶିକ୍ଷକ ଓ ଶିକ୍ଷୟିତ୍ରୀ। କିନ୍ତୁ ସେମାନେ ଯଦି ବିଶୃଙ୍ଖଳିତ ହେବେ, ତା’ହେଲେ ଛାତ୍ରଛାତ୍ରୀମାନେ ଅବାଟକୁ ଯିବାର ସମ୍ଭାବନା ରହିଛି। ଏତଦ୍‌ ବ୍ୟତୀତ ପିଲାମାନଙ୍କ ମଧ୍ୟରେ ନକରାତ୍ମକ ପ୍ରଭାବ ପଡ଼ିପାରେ। 

ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଳକ ସନ୍ୟାସୀପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ନାଁରେ ଅଭିଯୋଗ ଆସିଛି। ପ୍ରଧାନଶିକ୍ଷକ ଉପେନ୍ଦ୍ର ପଟେଲ ସୋମବାର ରାତିରେ ବିଦ୍ୟାଳୟର କାର୍ଯ୍ୟାଳୟ ଖୋଲି ମଦ ପିଉଥିବା ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଏନେଇ ଗ୍ରାମବାସୀମାନେ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ଙ୍କୁ ମଙ୍ଗଳବାର ଲିଖିତ ଅଭିଯୋଗ ଦେଇଛନ୍ତି। ଏହା ପରେ ବିଆରସିସି ନିର୍ମଳା ଶତପଥୀଙ୍କ ତତ୍ତ୍ଵାବଧାନରେ ଏକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ, ଗତକାଲି ରାତି ପ୍ରାୟ ୯ଟାରେ ସନ୍ୟାସୀପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟାଳୟ ଖୋଲା ଥିଲା। ଏହି ସମୟରେ କୌଣସି ସରକାରୀ କାର୍ଯ୍ୟକ୍ରମ ନଥିଲା। କୋଠରୀ ଭିତରେ ପ୍ରଧାନଶିକ୍ଷକ ଉପେନ୍ଦ୍ର ପଟେଲଙ୍କ ସମେତ ସ୍କୁଲ କମିଟିର ସଭାପତି ଗୋପାଳ ଚର୍ଡିଆ, ଗାଁର ଅନିଲ ବାଗ ସମେତ ଆଉ ଦୁଇଜଣ ଶିକ୍ଷକ ବସି ମଦ୍ୟପାନ କରୁଥିଲେ।

Sanyasipali School

ଶିକ୍ଷକମାନେ ବିଦ୍ୟାଳୟ କୋଠରୀରେ ମଦ ପିଉଥିବା ନେଇ ଗାଁର ବଣ୍ଟି ଚର୍ଡିଆ ଜାଣିବାକୁ ପାଇଥିଲେ। ସେ ଆଉ ଜଣେ ସାଙ୍ଗଙ୍କୁ ନେଇ ସ୍କୁଲରେ ପହଞ୍ଚି ଥିଲେ। ଶିକ୍ଷକ ଓ ବିଦ୍ୟାଳୟ କମିଟିର ସଭାପତି ମଦ ପିଉଥିବାର ଫଟୋ ଉତ୍ତୋଳନ କରିଥିଲେ। ତେଣୁ ଏଭଳି ନକରିବାକୁ ଶିକ୍ଷକମାନେ ଧମକ ଦେଇଥିଲେ। ଏନେଇ ସଂପୃକ୍ତ ଘଟଣା ଉଭୟ ଯୁବକ ଗାଁର ୱାର୍ଡମେମ୍ବରଙ୍କୁ ଜଣାଇଥିଲେ। ବିଲମ୍ବିତ ରାତି ହେତୁ ମଙ୍ଗଳବାର ଏନେଇ ବିଇଓଙ୍କୁ ତଦନ୍ତ ପାଇଁ ନାଏବ ସରପଞ୍ଚଙ୍କ ସମେତ ଗ୍ରାମବାସୀମାନେ ଜଣାଇଥିଲେ। ଅଭିଯୋଗ ପରେ ବିଆରସିସି ନିର୍ମଳା ଶତପଥୀଙ୍କ ତତ୍ତ୍ଵାବଧାନରେ ଏକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Jharsuguda | Education

ରିପୋର୍ଟ: ସୁମନ୍ତ ଶେଖର ବହିଦାର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe