ଶିକ୍ଷକ ନିଯୁକ୍ତି ନେଇ ସ୍ଥଗିତ ନିଷ୍ପତ୍ତି ପ୍ରସଙ୍ଗ: ଆନ୍ଦୋଳନ ପାଇଁ ବାନ୍ଧୁଛି ଦାନା!

ଆଶାୟୀ ଶିକ୍ଷକ ପ୍ରାର୍ଥୀ ଓ କନିଷ୍ଠ ଶିକ୍ଷକ ନିଯୁକ୍ତିକୁ ନେଇ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଉପରେ ଶିକ୍ଷକ ସଂଘ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି।

New Project (25)

ଭୁବନେଶ୍ବର: ଆଶାୟୀ ଶିକ୍ଷକ ପ୍ରାର୍ଥୀ ଓ କନିଷ୍ଠ ଶିକ୍ଷକ ନିଯୁକ୍ତିକୁ ନେଇ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଉପରେ ଶିକ୍ଷକ ସଂଘ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି। ସରକାର ପ୍ରସ୍ତାବ ଉପର ଭଲ ନିଷ୍ପତ୍ତି ନେଲେ ଆଗାମୀ ଦିନରେ ଆନ୍ଦୋଳନ ଜୋର ଧରିବ ବୋଲି ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ (ଓଜେଟିଏ) ପକ୍ଷରୁ ଚେତାବନୀ ଦିଆଯାଇଛି।

ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘର ଉପଦେଷ୍ଟା ମନୋଜ କୁମାର କହିଛନ୍ତି, ଗତ ୨ ତାରିଖରେ ଗଣଶିକ୍ଷା ବିଭାଗ ପକ୍ଷରୁ ସୁପାରିଶ ହୋଇଥିଲା। ଏହି କ୍ରମରେ ୪୪ ହଜାରରୁ ଅଧିକ ଶିକ୍ଷକ ନିଯୁକ୍ତି ସାଙ୍ଗକୁ ସମସ୍ତ ବର୍ଗର ଶିକ୍ଷକମାନଙ୍କର ନିୟମିତ ନିଯୁକ୍ତି ଏବଂ ଗ୍ରେଡ ପେ ବୃଦ୍ଧି ନେଇ ପ୍ରସ୍ତାବ ରହିଥିଲା। ସେହି ଚିଠିରେ ଓସେପା ସମେତ ଗଣଶିକ୍ଷା ବିଭାଗର ଅନ୍ୟାନ୍ୟ କର୍ମଚାରୀ ମାନଙ୍କର କ୍ୟାରିଅର ଆଡଭାନ୍ସମେଣ୍ଟ ପଲିସି ନେଇ ସୁଚିନ୍ତିତ ମତାମତ ପ୍ରଦାନ କରାଯାଇଥିଲା ଏବଂ ନିଷ୍ପତ୍ତିଟି ଆଇନ ବିଭାଗ, ଅର୍ଥ ବିଭାଗ ଓ ଗଣଶିକ୍ଷା ବିଭାଗର ସମସ୍ତ ଅଧିକାରୀଙ୍କ ମୋହର ବାଜି ଅନୁମୋଦିତ ହୋଇଥିଲା। ଏତେ ସବୁ ପରେ ଆଜି ସପ୍ତାହକ ଭିତରେ ଫେରସ୍ତ ହୋଇଛି ସୁପାରିସ।

ଶ୍ରୀ କର କହିଛନ୍ତି ଯେ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିଷ୍ପତ୍ତି ନେଇ ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ ଓ ଆଶାୟୀ ସଂଘ ପକ୍ଷରୁ ବିରୋଧ କରାଯାଇଛି। କାହିଁକି ସରକାର ଏଭଳି ହଠାତ ଏକ ସୁଚିନ୍ତିତ ପ୍ରସ୍ତାବ ଆଣି ପୁନର୍ବାର ଫେରସ୍ତ କରି ନେଇଛନ୍ତି ତାର ଉତ୍ତର ଦିଅନ୍ତୁ। ଏହା ଦୀର୍ଘଦିନର ଦାବି ରହିଥିଲା ଓ ସରକାରରେ ଆସିବା ପୂର୍ବରୁ ସଂକଳ୍ପ କରାଯାଇଥିଲା ପ୍ରାଥମିକ ଶିକ୍ଷାର ମାନ ବଢ଼ିବ କିନ୍ତୁ ଏହା କଣ ମାନବୃଦ୍ଧି କି? ଆଗକୁ ଯଦି ଏହି ପ୍ରସ୍ତାବ ଉପରେ ସରକାର ନିଷ୍ପତ୍ତି ନେବେନାହିଁ ତେବେ ଆନ୍ଦୋଳନ ଜୋର ଧରିବ। ଆଶାୟୀ ଓ କନିଷ୍ଠ ଶିକ୍ଷକମାନଙ୍କ ଆଶା ଭାଙ୍ଗିଥିବାରୁ ସେମାନଙ୍କ ମାନସିକ ଅବସ୍ଥା ଯାହା ହୋଇଛି ଏବଂ ଆଗକୁ ଯାହା ହେବ ସେଥିପାଇଁ ସରକାର ଦାୟୀ ରହିବେ। 

ସୂଚନାଯୋଗ୍ୟ, ବିଦ୍ୟାଳୟ ଓ ଗଣଶିକ୍ଷା ବିବାଗ କନିଷ୍ଠ ଶିକ୍ଷକ ନିଯୁକ୍ତିକୁ ନେଇ ପୂର୍ବ ‌ନେଇଥିବା ନିଷ୍ପତ୍ତି ଉଠାଇନେଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ୪୪ ହଜାରରୁ ଅଧିକ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲା। ସରକାର କହିଥିଲେ ଯେ, ଠିକା ନିଯୁକ୍ତିରେ କେହି ରହିବେ ନାହିଁ। ସରକାରଙ୍କ ଏହି ଘୋଷଣା ପରେ ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ ମଧ୍ୟ ଧନ୍ୟବାଦ ଜଣାଇ ଥିଲା।

Education

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe