ଭୁବନେଶ୍ବର: ରାଜ୍ୟର ବିଶ୍ବବିଦ୍ୟାଳୟରେ ଦେଖିବାକୁ ମିଳିଛି ଅଧ୍ୟାପକ ସଙ୍କଟ । ଅଧ୍ୟାପକ ମରୁଡ଼ି ସ୍ଥିତିରେ ଯୁଝି ହେଉଛି ବିଶ୍ବବିଦ୍ୟାଳୟ । ରାଜ୍ୟର ୧୭ ବିଶ୍ୱବିଦ୍ୟାଳୟରେ ୧୪୦୪ ଅଧ୍ୟାପକ ପଦ ଖାଲି ପଡିଛି ।
/filters:format(webp)/sambad/media/media_files/2025/09/19/new-project-17-2025-09-19-13-21-56.jpg)
ତେବେ ଖାଲି ପଡିଥିବା ପଦବୀ ଭିତରକୁ ୨୬୦ ପ୍ରାଧ୍ୟାପକ, ୪୫୩ ଆସୋସିଏଟ ପ୍ରାଧ୍ୟାପକ, ୬୬୯ ସହକାରୀ ପ୍ରାଧ୍ୟାପକ ପଦ ଖାଲି ପଡିଛି । ରାଜ୍ୟରେ ନାଁକରା ବିଶ୍ବବିଦ୍ୟାଳରେ ବି ଦେଖିବାକୁ ମିଳିଛି ସମାନ ସ୍ଥିତି । ରେଭେନ୍ସାରେ ସର୍ବାଧିକ ପଦବୀ ଖାଲି ପଡିଥିବା ବେଳେ ତା ପଛକୁ ରହିଛି ଉତ୍କଳ ବିଶ୍ୱବିଦ୍ୟାଳୟ ।
/filters:format(webp)/sambad/media/media_files/2025/09/19/uni-2025-09-19-13-22-16.jpeg)
ସେହିପରି ୧୭ ବିଶ୍ୱବିଦ୍ୟାଳୟରେ ୨୨୮୬ ଅଣଶିକ୍ଷକ ପଦ ଖାଲି ପଡିଥିବା ନେଇ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଆଉ ମନ୍ତ୍ରୀଙ୍କ ଏହି ଉତ୍ତର ଶିକ୍ଷା ବ୍ୟବସ୍ଥାର ଦୟନୀୟ ଚିତ୍ରକୁ ସାମ୍ନାକୁ ଆଣିଛି ।
Follow Us