୩ୟ ଦିନିକିଆ: ଇଂଲଣ୍ଡ ଆଗରେ ୩୫୭ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଭାରତ

ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଅନ୍ତିମ ମୁକାବିଲା ବୁଧବାର ଅହମଦାବାଦ୍‌ସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଉଛି। ଏହି ମ୍ୟାଚ୍‌ରେ ଇଂଲଣ୍ଡ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଲା ପରେ...

ଅଦ୍ୟତନ ହୋଇଛି
Shubman Gill

Shubman Gill Photograph: (sambad.in)

ଅହମଦାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଅନ୍ତିମ ମୁକାବିଲା ବୁଧବାର ଅହମଦାବାଦ୍‌ସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଉଛି। ଏହି ମ୍ୟାଚ୍‌ରେ ଇଂଲଣ୍ଡ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଲା ପରେ ଭାରତ ବ୍ୟାଟିଂ କରିଥିଲା। ରୋହିତ ଶର୍ମାଙ୍କ ନେତୃତ୍ବରେ ଘରୋଇ ଦଳ ନିର୍ଦ୍ଧାରିତ ୫୦ ଓଭରରେ ସସସ୍ତ ୱିକେଟ୍ ହରାଇ ୩୫୬ ରନ୍ ସଂଗ୍ରହ କରିଛି। ଫଳରେ ଅତିଥି ଟିମ୍‌କୁ ଏହି ମ୍ୟାଚ୍ ଜିତିବା ପାଇଁ ୩୫୭ ରନ୍‌ର ଲକ୍ଷ୍ୟ ମିଳିଛି। 

ଭାରତ ପାଇଁ ଆଜି ଯୁବ କ୍ରିକେଟର ଶୁଭମନ୍ ଗିଲ, ଶ୍ରେୟସ ଆୟର ଓ ବିରାଟ କୋହଲି ବଡ଼ ଇନିଂସ ଖେଳିଥିଲେ। ଆରମ୍ଭରୁ ଭାରତ ପ୍ରଥମ ୱିକେଟ୍ ଭାବେ ରୋହିତ ଶର୍ମାଙ୍କୁ ହରାଇଥିଲା। କଟକ ଦିନିକିଆରେ ଶତକ ହାସଲ କରି ଦର୍ଶକଙ୍କ ମନ ଜିଣିପାରିଥିବା ରୋହିତ ଶର୍ମା ମାତ୍ର ୨ଟି ବଲ୍ ସାମ୍ନା କରିପାରିଥିଲେ। ଏଥିରୁ ସେ ଏକ ରନ୍ କରି ମାର୍କ ଉଡ୍‌ଙ୍କ ବଲ୍ ଫିଲ୍ ସଲ୍ଟଙ୍କୁ କ୍ୟାଚ୍ ଦେଇ ଆଉଟ୍ ହୋଇଥିଲେ। 

ନାମ ରନ୍‌ ବଲ୍‌ ‌ଚୌକା ଛକା
ରୋହିତ ଶର୍ମା
ଶୁଭମନ୍‌ ଗିଲ୍‌ ୧୧୨ ୧୦୨ ୧୪
ବିରାଟ କୋହଲି ୫୨ ୫୫
ଶ୍ରେୟସ ଆୟର ୭୮ ୬୪
କେଏଲ୍‌ ରାହୁଲ ୪୦ ୨୯
ହାର୍ଦ୍ଦିକ ପାଣ୍ଡ୍ୟା ୧୭
ଅକ୍ଷର ପଟେଲ ୧୩ ୧୨
ୱାସିଂଟନ୍‌ ସୁନ୍ଦର ୧୪ ୧୪
ହର୍ଷିତ ରାଣା ୧୩ ୧୦
ଅର୍ଶଦୀପ ସିଂ
କୁଲଦୀପ ଯାଦବ (ଅପରାଜିତ)

ସ୍କୋର ୬ ରନ୍‌ରେ ଭାରତ ପ୍ରଥମ ୱିକେଟ୍ ହରାଇଥିଲା କିନ୍ତୁ ଦ୍ବିତୀୟ ୱିକେଟ୍ ପାଇଁ ବିରାଟ କୋହଲି ଓ ଶୁଭମନ୍ ଗିଲ୍ ୧୧୬ ରନ୍‌ର ଭାଗିଦାରୀ କରିପାରିଥିଲେ। ଇଂଲଣ୍ଡର ଦ୍ବିତୀୟ ଶିକାର ହୋଇଥିଲେ ବିରାଟ କୋହଲି। ଅର୍ଦ୍ଧଶତକ (୫୨ ରନ୍, ୫୫ବଲ୍, ୭ ଚୌକା ଓ ୧ ଛକା) ହାସଲ କରିବା ପରେ ଆଦିଲ ରସିଦ୍‌ଙ୍କ  ବଲ୍ ଖେଳିବାକୁ ଯାଇ ଫିଲ୍ ସଲ୍ଟଙ୍କୁ କୋହଲି କ୍ୟାଚ୍ ଦେଇଥିଲେ। 

ସ୍କୋର ୨୨୬ ରନ୍ ଥିବା ବେଳେ ତୃତୀୟ ୱିକେଟ୍ ଭାବେ ଆଉଟ୍ ହୋଇଥିଲେ। ଶୁଭମନ୍ ଗିଲ୍। ସେ ଶ୍ରେୟସ ଆୟର ୧୧୦ ରନ୍ ଭାଗିଦାରୀ କରିପାରିଥିଲେ। ଯୁବ ବ୍ୟାଟର ଶୁଭମନ୍ ଗିଲ ତାଙ୍କ କ୍ୟାରିୟରର ୭ମ ଶତକ ହାସଲ କରିଥିଲେ। ସେ ୧୪ଟି ଚୌକା ଓ ୩ଟି ଛକା ବଳରେ ୧୧୨ ରନ୍ ସଂଗ୍ରହ କରିଥିଲେ। ସ୍କୋର୨୫୫ ରନ୍‌ରେ ଭାରତ ୪ର୍ଥ ୱିକେଟ୍ ଭାବେ ଶ୍ରେୟସ ଆୟର (୭୮ରନ୍, ୬୪ବଲ୍, ୮ ଚୌକା ଓ ୨ଛକା)ଙ୍କୁ ହରାଇଥିଲା। ଆୟର ନିଜର ୨୦ତମ ଦିନିକିଆ ଅର୍ଦ୍ଧଶତକ ହାସଲ ପରେ ଆଦିଲ ରସିଦଙ୍କ ବଲ୍ ଫିଲ୍ ସଲ୍ଟଙ୍କୁ କ୍ୟାଚ୍ ଦେଇ ଆଉଟ୍ ହୋଇଥିଲେ। ଭାରତର ୫ମ ୱିକେଟ୍‌ ଭାବେ ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ୍‌ ହୋଇଥିଲେ। ସେ ୯ଟି ବଲ୍ ସାମ୍ନା କରିଥିଲେ। ଏଥିରୁ ସେ ୯ଟି ଛକା ମାରି ନିଜର ବ୍ୟକ୍ତିଗତ ସ୍କୋର ୧୭ ରନ୍ ସଂଗ୍ରହ କରିଥିଲେ। 

ଅକ୍ଷର ପଟେଲ ୧୩ ରନ୍, କେଏଲ୍ ରାହୁଲ ୪୦ ରନ୍, ହର୍ଷିତ ରାଣା ୧୩ ରନ୍,  ୱାସିଂଟନ୍ ସୁନ୍ଦର ୧୪ ରନ୍, ଅର୍ଶଦୀପ ସିଂ ୨ ରନ୍ ଓ କୁଲଦୀପ ଯାଦବ ଅପରାଜିତ ୧ ରନ୍ କରିଥିଲେ। ଇଂଲଣ୍ଡ ତରଫରୁ ଆଦିଲ ରସିଦଙ୍କୁ ସର୍ବାଧିକ ୪ ୱିକେଟ୍ ମିଳିଥିଲା। ମାର୍କ ଉଡଙ୍କୁ ୨ ୱିକେଟ୍ ମିଳିଥିବା ବେଳେ ସାକିବ ମହମ୍ମଦ, ଗସ୍ ଆଟିକସନ ଓ ଜୋ ରୁଟ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe