କୃଷକ ସଭାରେ ବୈଷୟିକ ପରାମର୍ଶ: ଫସଲ ସୁରକ୍ଷା ନେଇ ହେଲା ଆଲୋଚନା

ବାଲିପାଟଣାସ୍ଥିତ ଗିରିଙ୍ଗେଶ୍ବରୀ ମନ୍ଦିର ପରିସରରେ ମଙ୍ଗଳବାର ଅପରାହ୍ଣରେ କୃଷକ ଭାରତୀ କୋପରେଟିଭ୍ ଲିମିଡେଟ୍, ଓଡ଼ିଶା ତରଫରୁ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଫସଲ ସୁରକ୍ଷା ନେଇ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି।

4068cab1-e90c-4762-b7ad-6e172f3b7ac7

ବାଲିପାଟଣା: ଭୁବନେଶ୍ବର ଉପକଣ୍ଠ ବାଲିପାଟଣାସ୍ଥିତ ଗିରିଙ୍ଗେଶ୍ବରୀ ମନ୍ଦିର ପରିସରରେ ମଙ୍ଗଳବାର ଅପରାହ୍ଣରେ କୃଷକ ଭାରତୀ କୋପରେଟିଭ୍ ଲିମିଡେଟ୍, ଓଡ଼ିଶା ତରଫରୁ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଫସଲ ସୁରକ୍ଷା ନେଇ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି। ଚାଷୀ ବିଶେଷଜ୍ଞମାନେ କୃଷକମାନଙ୍କୁ ଫସଲ ସୁରକ୍ଷା ନେଇ ପରାମର୍ଶ ଦେଇଛନ୍ତି। 
କୃଷକ ସଭାରେ ୮ଖଣ୍ଡ ଗ୍ରାମର ପ୍ରାୟ ୫୦ ଜଣ ଚାଷୀ ଯୋଗଦେଇଥିଲେ। ଏହି ସଭାକୁ ଓଏଫଖଏସ୍ଆଏଫ୍ଏସ୍ ନାମକ ଏକ ବେସରକାରୀ ସଂସ୍ଥା ଆୟୋଜନ କରିଥିଲା। କୃଷକ ଭାରତୀ ସଂସ୍ଥାର କ୍ଷେତ୍ର ଅଧିକାରୀ ସୌମ୍ୟ ରଂଜନ ତ୍ରିପାଠୀ ପରିଚୟ ପ୍ରଦାନ ସହ ଚାଷୀମାନଙ୍କ ସେବାରେ ସଂସ୍ଥା ଉପରେ ଆଲୋକପାତ କରିଥିଲେ। ବରିଷ୍ଠ କ୍ଷେତ୍ର ଅଧିକାରୀ ପ୍ରୀତିଶ କୁମାର ମିଶ୍ର ସଂସ୍ଥାର ଆଭିମୁଖ୍ୟ, ଚାଷୀଙ୍କୁ ରିହାତି ମୂଲ୍ୟରେ ଦିଆଯାଉଥିବା ରାସାୟନିକ ତଥା ଜୈବିକ ଉପକରଣ ଉପରେ ପରାମର୍ଶ ଦେଇଥିଲେ। 

ବୈଠକରେ କୃଷକ ଭାରତୀ ସଂସ୍ଥାର କ୍ଷେତ୍ର ଅଧିକାରୀ ସୌମ୍ୟ ରଂଜନ ତ୍ରିପାଠୀ ପରିଚୟ ପ୍ରଦାନ ସହ ଚାଷୀମାନଙ୍କ ସେବାରେ ସଂସ୍ଥା ଉପରେ ଆଲୋକପାତ କରିଥିବା ବେଳେ ବରିଷ୍ଠ କ୍ଷେତ୍ର ଅଧିକାରୀ ପ୍ରୀତିଶ କୁମାର ମିଶ୍ର ସଂସ୍ଥାର ଆଭିମୁଖ୍ୟ, ଚାଷୀଙ୍କୁ ରିହାତି ମୂଲ୍ୟରେ ଦିଆଯାଉଥିବା ରାସାୟନିକ ତଥା ଜୈବିକ ଉପକରଣ ଉପରେ ପରାମର୍ଶ ଦେଇଥିଲେ। 

କୃଷି ବିଭାଗ ତରଫରୁ ସଂଜୀବ କେତନ ସାହୁ ଚାଷୀମାନଙ୍କୁ ମିଳୁଥିବା ସୁବିଧା ସୁଯୋଗ ଉପରେ ଆଲୋକପାତ କରିଥିଲେ। ପ୍ରାକ୍ତନ ଉପକୃଷି ନିର୍ଦ୍ଦେଶକ ତଥା ବରିଷ୍ଠ କୀଟତତ୍ବବିତ୍ ଡ. ବିଜୟାନନ୍ଦ ମହାନ୍ତି ସାଂପ୍ରତିକ ପରିସ୍ଥିତିରେ ଧାନର କେଉଁ ରୋଗପୋକ ଦେଖାଦେଇପାରେ ସେ ସଂପର୍କରେ କହିଥିଲେ। ଧାନରେ ମାଟିଆଗୁଣ୍ଡି ପୋକ ନିୟନ୍ତ୍ରଣ ପାଇଁ ୩ଫୁଟ ବ୍ୟବଧାନରେ ପୂର୍ବରୁ ପଶ୍ଚିମକୁ କନ୍ଦି କରି ପାଣି କାଟିବାକୁ ପରାମର୍ଶ ଦେଇଥିଲେ। ତା’ ଛଡ଼ା ଏକରକୁ ୫୦ମିଲି ଇମିଡାଲ୍ଲୋପ୍ରିଡ କିମ୍ବା ୧୨୦ଗ୍ରାମ ପାଇମେଟ୍ରୋଜିନ କନ୍ଦିରେ ଛିଞ୍ଚନ ପାଇଁ ପରାମର୍ଶ ଦେଇଥିଲେ। କାଣ୍ଡବିନ୍ଧା ପୋକରୁ ରକ୍ଷା ପାଇବା ପାଇଁ ଏକର ପିଛା ୮-୧୦ଟି ପେରୋମାନ ଯନ୍ତା ଓ ଖେତରେ ଚଢ଼େଇ ନ ବସିବା ପାଇଁ ବାଉଁଶ ପୋତି ସେଥିରେ ପ୍ରତିଷେଧକ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ଜ୍ୟୋତିରଂଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe