ତହସିଲଦାରଙ୍କୁ ହୃଦଘାତ: ଡାକ୍ତରଖାନା ନେବା ବାଟରେ ମୃତ୍ୟୁ

ନବରଙ୍ଗପୁର ଜିଲ୍ଲା ସଦରମହକୁମାସ୍ଥିତ ତହସିଲର ତହସିଲଦାର ଭାବେ କାର୍ଯ୍ୟରତ କୈଳାଶ ଚନ୍ଦ୍ର ତ୍ରିପାଠୀଙ୍କ ହୃଦଘାତରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୮ବର୍ଷ ହୋଇଥିଲା।

NGP1

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ସଦରମହକୁମାସ୍ଥିତ ତହସିଲର ତହସିଲଦାର ଭାବେ କାର୍ଯ୍ୟରତ କୈଳାଶ ଚନ୍ଦ୍ର ତ୍ରିପାଠୀଙ୍କ ହୃଦଘାତରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୮ବର୍ଷ ହୋଇଥିଲା। ଆଜି ସକାଳୁ ସେ ଗୁରୁତର ହୋଇପଡ଼ିବାରୁ ତାଙ୍କୁ ନବରଙ୍ଗପୁର ବାସଭବନରୁ ବିଶାଖାପାଟଣାକୁ ସ୍ଥାନାନ୍ତର କରୁଥିବା ବେଳେ ବାଟରେ ଜୟପୁର ନିକଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

କୈଳାଶ ତ୍ରିପାଠୀଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ କରିବା ସହ ଶେଷ ଦର୍ଶନ କରାଯାଇଥିଲା। ନବରଙ୍ଗପୁର ଜିଲ୍ଲାପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ, ବିଶ୍ବଜିତ୍ ବର୍ମନ, ଉପଜିଲ୍ଲାପାଳ ପ୍ରକାଶ ମିଶ୍ର ପୁଷ୍ପଗୁଛ ଦେଇ ଶେଷ ଦର୍ଶନ କରିଥିଲେ।

ଜିଲ୍ଲା ପ୍ରଶାସନ ଜଣେ ଭଲ ଅଧିକାରୀଙ୍କୁ ହରାଇଲା‌ ବୋଲି ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ କହିଛନ୍ତି। ସବୁ କ୍ଷେତ୍ରରେ ଆଗୁଆ ଥିବା ଜଣେ ବଡଭାଇ, ମାର୍ଗଦର୍ଶକଙ୍କୁ ହରାଇଲୁ ବୋଲି ବିଡିଓ ସୁନିଲ ଖରା, ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଡ.ଅଶୋକ କୁମାର କର୍ଣ୍ଣ କହିଛନ୍ତି। ଓଡିଶା ରାଜସ୍ବ ଅମଲା ସଂଘର ରାଜ୍ୟ ସଭାପତି ତ୍ରିପତି ବାଲାଜି ସାହୁ, ଜୋନାଲ ଅଧ୍ୟକ୍ଷ କୌଳାସ ଦାଶ, ଜିଲ୍ଲାସଭାପତି ଆ‌ଶୁତୋଷ ମହାନ୍ତି, ମୌଥଲୀ ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ ଝାଡେଶ୍ବର ଖାଡଙ୍ଗା,ଜିଲ୍ଲା ଆଇନଜୀବୀ ସଂଘ ସଭାପତି ସିରାଜୁଦ୍ଧିନ ଅହମ୍ମଦ, ସମାଜସେବୀ ଜଗନ୍ନାଥ ମହାପାତ୍ର, ମୁନ୍ନା ତ୍ରିପାଠୀ ପ୍ରମୁଖ ଶୋକ ପ୍ରକାଶ କରି ଅମରଆତ୍ମାର ସଦଗତି କାମନା କରିଛନ୍ତି। 

ରିପୋର୍ଟ: ସୁରେଶ ନାଇଡୁ

 Nabarangpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe