Tejaswin Shankar High Jump କାନ୍‌ସାସ୍‌ରେ ତେଜସ୍ବିନଙ୍କୁ ହାଇଜମ୍ପ୍‌ ମୁକୁଟ; ଅଲିମ୍ପିକ୍‌ ପଦକ ବିଜେତାଙ୍କୁ ପଛରେ ପକାଇଲେ

Advertisment

ଭାରତର ତେଜସ୍ବିନ ଶଙ୍କର ପ୍ୟାରିସ୍‌ ଅଲିମ୍ପିକ୍‌ ରୌପ୍ୟ ପଦକ ବିଜେତା ସେଲ୍‌ବି ମ୍ୟାକ୍‌ୱେନ୍‌ଙ୍କୁ ପଛରେ ପକାଇ ଏଠାରେ ଚାଲିଥିବା ଡେଲ୍‌ଲସ୍‌ ଡୋଡ୍ସ High Jumpପ୍ରତିଯୋଗିତାର ହାଇଜମ୍ପ୍‌ ମୁକୁଟ କରାୟତ୍ତ କରିଛନ୍ତି।

ଭାରତର ତେଜସ୍ବିନ ଶଙ୍କର ପ୍ୟାରିସ୍‌ ଅଲିମ୍ପିକ୍‌ ରୌପ୍ୟ ପଦକ ବିଜେତା ସେଲ୍‌ବି ମ୍ୟାକ୍‌ୱେନ୍‌ଙ୍କୁ ପଛରେ ପକାଇ ଏଠାରେ ଚାଲିଥିବା ଡେଲ୍‌ଲସ୍‌ ଡୋଡ୍ସ High Jumpପ୍ରତିଯୋଗିତାର ହାଇଜମ୍ପ୍‌ ମୁକୁଟ କରାୟତ୍ତ କରିଛନ୍ତି।

Untitled

Tejaswin Shankar wins men's High Jump Title at DeLoss Dodds Photograph: (Sambad.in)

କାନ୍‌ସାସ୍‌: ଭାରତର ତେଜସ୍ବିନ ଶଙ୍କର ରବିବାର କାନ୍‌ସାସ୍‌ରେ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି। ପ୍ୟାରିସ୍‌ ଅଲିମ୍ପିକ୍‌ ରୌପ୍ୟ ପଦକ ବିଜେତା ସେଲ୍‌ବି ମ୍ୟାକ୍‌ୱେନ୍‌ଙ୍କୁ ପଛରେ ପକାଇ ଏଠାରେ ଚାଲିଥିବା ଡେଲ୍‌ଲସ୍‌ ଡୋଡ୍ସ ଦୌଡ଼କୁଦ ପ୍ରତିଯୋଗିତାର ହାଇଜମ୍ପ୍‌ ମୁକୁଟ କରାୟତ୍ତ କରିଛନ୍ତି। ୨୭ ବର୍ଷୀୟ ଏହି ଜାତୀୟ ରେକର୍ଡଧାରୀ ୨.୨୬ ମିଟର ଡେଇଁ ଶୀର୍ଷ ସ୍ଥାନ ଅଧିକାର କରିଥିଲେ।

ଗତ ୩ ବର୍ଷରେ ତେଜସ୍ବିନଙ୍କ ଏହା ଶ୍ରେଷ୍ଠ ଜମ୍ପ୍‌ ଥିଲା

ଆମେରିକାର ସେଲ୍‌ବି ନିଜର ବ୍ୟକ୍ତିଗତ ଋତୁ ଶ୍ରେଷ୍ଠ ପ୍ରଦର୍ଶନ ୨.୨୨ ମିଟର ଡେଇଁଥିଲେ ମଧ୍ୟ ‌ତେଜସ୍ବିନଙ୍କ ପଛକୁ ଦ୍ବିତୀୟ ସ୍ଥାନରେ ରହିଥିଲେ। ଆମେରିକାର ଡେଭିନ୍‌ ଲାଉଡରମିଲ୍‌କ (୨.୨୨ ମିଟର) ତୃତୀୟ ସ୍ଥାନ ଅଧିକାର କରିଥିଲେ। ଗତ ୩ ବର୍ଷରେ ତେଜସ୍ବିନଙ୍କ ଏହା ଶ୍ରେଷ୍ଠ ଜମ୍ପ୍‌ ଥିଲା। ୨୦୨୩ରେ ବଷ୍ଟନ୍‌ରେ ଆୟୋଜିତ ଇନ୍‌ଡୋର ଗ୍ରାଁ ପ୍ରିରେ ୨.୨୬ ମିଟର ମାର୍କ ଛୁଇଁଥିଲେ। ତେଜସ୍ବିନଙ୍କ ୨୦୧୮‌ରେ ୨.୨୯ ମିଟର ଡେଇଁ ଜାତୀୟ କୀର୍ତ୍ତିମାନ କରିଥିଲେ। ତାଙ୍କ ନାଁରେ ମଦ୍ୟ ଜାତୀୟ ଡେକାଥଲନ୍‌ କୀର୍ତ୍ତିମାନ ରହିଛି। ଏହି ରାଜ୍ୟଗୋଷ୍ଠୀ କ୍ରୀଡ଼ା କାଂସ୍ୟ ପଦକ ବିଜେତା ଶନିବାର ୨.୦୫ ୨.୧୦, ୨.୧୪, ୨.୧୮ ଓ ୨.୨୨ ମିଟର ସଫଳତାର ଶେଷ କରିବା ପରେ ୨.୨୬ ମିଟରର ବିଜୟ ଡିଆଁ ମାରିଥିଲେ।

ଆହୁରି ପଢ଼ନ୍ତୁ: Encounter At Barbil ବଡ଼ବିଲରେ ପୁଲିସ ଏନକାଉଣ୍ଟର, ବ୍ୟାଙ୍କ ଅଫ ମହାରାଷ୍ଟ୍ରରେ ବଡ଼ ଧରଣର ଡକାୟତି ଘଟଣାର ମୁଖ୍ୟ ଅଭିଯୁକ୍ତ ସିପୁ କୁମାର ଗୁରୁତର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe