ବର୍ଦ୍ଧିତ ତାପମାତ୍ରା ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଉଛି: ଆଇଏମ୍‌ଡି ଡିଜି

Advertisment

ଜଳବାୟୁ ପରିବର୍ତ୍ତନ ବିଶ୍ୱସ୍ତରରେ ପ୍ରମୁଖ ସମସ୍ୟା ପାଲଟିଛି। କିନ୍ତୁ ଏହାର ପ୍ରଭାବରେ ସ୍ଥାନୀୟସ୍ତରରେ ସମସ୍ୟା ହେଉଛି। ବାୟୁମଣ୍ଡଳ ତାପମାତ୍ରା ବଢୁଛି। ଓଡ଼ିଶା ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ। ଏହା ଫଳରେ ହିଟ୍‌ ୱେଭର ଇଣ୍ଟନସିଟି ବଢ଼ୁଛି।

ଜଳବାୟୁ ପରିବର୍ତ୍ତନ ବିଶ୍ୱସ୍ତରରେ ପ୍ରମୁଖ ସମସ୍ୟା ପାଲଟିଛି। କିନ୍ତୁ ଏହାର ପ୍ରଭାବରେ ସ୍ଥାନୀୟସ୍ତରରେ ସମସ୍ୟା ହେଉଛି। ବାୟୁମଣ୍ଡଳ ତାପମାତ୍ରା ବଢୁଛି। ଓଡ଼ିଶା ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ। ଏହା ଫଳରେ ହିଟ୍‌ ୱେଭର ଇଣ୍ଟନସିଟି ବଢ଼ୁଛି।

Mrutunjaya Mohapatra

ଭୁବନେଶ୍ବର: ଜଳବାୟୁ ପରିବର୍ତ୍ତନ ବିଶ୍ୱସ୍ତରରେ ପ୍ରମୁଖ ସମସ୍ୟା ପାଲଟିଛି। କିନ୍ତୁ ଏହାର ପ୍ରଭାବରେ ସ୍ଥାନୀୟସ୍ତରରେ ସମସ୍ୟା ହେଉଛି। ବାୟୁମଣ୍ଡଳ ତାପମାତ୍ରା ବଢୁଛି। ଓଡ଼ିଶା ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ। ଏହା ଫଳରେ ହିଟ୍‌ ୱେଭର ଇଣ୍ଟନସିଟି ବଢ଼ୁଛି। ରାତିର ତାପମାତ୍ରା ବଢୁଛି। ଯାହା ଫଳରେ ଏହାର ପ୍ରଭାବ ସ୍ୱାସ୍ଥ୍ୟ ଉପରେ ପଡୁଛି। ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି। ଗୋଟିଏ ଡିଗ୍ରି ତାପମାତ୍ରା ବଢ଼ିଲେ ସାତ ପ୍ରତିଶତ ଆର୍ଦ୍ରତା ବଢୁଛି। ତେଣୁ ଅଧିକ ସ୍ୱାସ୍ଥ୍ୟ ଖରାପ ହେଉଛି। ମଣିଷ ସହ ପଶୁପକ୍ଷୀଙ୍କ ଉପରେ ପ୍ରଭାବ ପଡୁଛି।

ଚଳିତ ସିଜିନରେ ଓଡିଶାରେ ସାଧାରଣ ବର୍ଷା ଠାରୁ ଅଧିକ ବର୍ଷା ହେବ। ଲଘୁଚାପ ସଂଖ୍ୟା ଅଧିକ ରହିବ। ସାମୁଦ୍ରିକ ଜୁଆର ବଢ଼ିବ। ଏ ସିଜନରେ ରାଜ୍ୟରେ ବହୁ ଅଧିକ ବର୍ଷା ହେବାକୁ ଥିବାବେଳେ ଉତ୍ତର ଓ ଦକ୍ଷିଣ ଓଡିଶା, ମହାନଦୀ କ୍ୟାଚମେଣ୍ଟ, ଗୋଦାବରୀ ଓ କ୍ରିଷ୍ଣା କ୍ୟାଚମେଣ୍ଟରେ ଅଧିକ ବର୍ଷା ହେବ। ତେଣୁ ଏସବୁ ନଦୀ ଅବବାହିକା ଉପରେ ରେଗୁଲାର ତଦାରଖ କରିବା ଆବଶ୍ୟକ ବୋଲି କହିଛନ୍ତି ଆଇଏମଡି ଡିଜି ଡ. ମୃତ୍ୟୁଞ୍ଜୟ ମହାପାତ୍ର। ଓଡ଼ିଶା ଉପକୂଳ ରାଜ୍ୟ ହୋଇଥିବାରୁ ବିଜୁଳି, ଘଡ଼ଘଡ଼ି ପରିମାଣ ବଢୁଛି। ଲଘୁଚାପ ସଂଖ୍ୟା ମଧ୍ୟ ବଢୁଛି। କିନ୍ତୁ ଡିପ୍ରେସନ କମୁଛି।

ଉତ୍ତର ବଙ୍ଗୋପସାଗରରେ ଅଧିକ ଲଘୁଚାପ ସୃଷ୍ଟି ହେଉଛି। ଚଳିତ ସିଜିନରେ ଅଧୀକ ୩୫ ପ୍ରତିଶତ ବର୍ଷା ହୋଇଛି। ଜୁଲାଇ ମାସରେ ଏଯାଏ ୭୦ ପ୍ରତିଶତରୁ ଅଧିକ ବର୍ଷା ରେକର୍ଡ ହେଲାଣି। ସେପଟେ ଆରବ ସାଗରରେ ବାତ୍ୟା ବଢୁଛି। ବାତ୍ୟା ଏବେ ଧୀରେ ଗତି କରୁଛି। ପୂର୍ବରୁ ବାତ୍ୟା ଉପକୂଳ ଅତିକ୍ରମ କରିବାକୁ ୩ ଘଣ୍ଟା ଲାଗୁଥିଲା। କିନ୍ତୁ ଏବେ ୬ ଘଣ୍ଟା ଲାଗୁଛି। ଉପକୂଳ ଅଞ୍ଚଳରେ କ୍ଷତି ହେଉଛି। ଅତି ପ୍ରବଳ ବର୍ଷା, ସାମୁଦ୍ରିକ ଜୁଆର ଓ ପବନ ଉପକୂଳ ଅଞ୍ଚଳରେ ଲାଗି ରହିବ। ବାତ୍ୟାର ଇଣ୍ଟନସିଟି ବଢି ନ ଥିଲେ ମଧ୍ୟ ରେଟ ଅଫ ଇଣ୍ଟେନ୍ସିଫିକେସନ ଏବଂ ସ୍ଲୋମୋସନ ପାଇଁ ଓଡିଶା ଉପରେ କୁପ୍ରଭାବ ପଡୁଛି। ଏସବୁ ପାଇଁ ଆନୁଷ୍ଠାନିକ ଭିତ୍ତିରେ ପଦକ୍ଷେପ ନିଆଯାଉଛି। କ୍ଳାଇମେଟ ପଲିସି କରାଯାଉଛି। ରିସର୍ଚ୍ଚକୁ ଗୁରୁତ୍ୱ ଦିଆଯାଉଛି। ଘର ପାଖ ପୋଖରୀ ଓ ଗଡ଼ିଆକୁ ସୁରକ୍ଷିତ ଓ ସ୍ୱଚ୍ଛ ରଖିବା ଆବଶ୍ୟକ ବୋଲି କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।

ସେ କହିଛନ୍ତି ଯେ ସୁବର୍ଣ୍ଣରେଖାରେ ବିଶେଷ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାପରେ ଅନ୍ୟ ଏକ ଲଘୁଚାପ ଗଲାଣି ଓ ବର୍ତ୍ତମାନ ଏକ ଲଘୁଚାପ କ୍ଷେତ୍ର ଝାଡ଼ଖଣ୍ଡ ନିକଟସ୍ଥ ଅଞ୍ଚଳରୁ ଧୀରେଧୀରେ ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ଓଡ଼ିଶାରେ ଯେଉଁ ପରିମାଣରେ ବର୍ଷା ହେଉଥିଲା ତାହା କମି ଯାଇଛି। ଆସନ୍ତା ୧୩ ତାରିଖ କିମ୍ବା ୧୪ ତାରିଖରେ ଆଉ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି। ଫଳରେ ଓଡ଼ିଶାରେ ପୁଣି ଭଲ ବର୍ଷା ହେବାର ସମ୍ଭାବନା ରହିଛି। 

 IMD | Weather

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe