ବଲାଙ୍ଗୀର ଜିଲ୍ଲାକୁ ଦାଦନରୁ ମୁକ୍ତି କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ: ଧର୍ମେନ୍ଦ୍ର

Advertisment

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ବଲାଙ୍ଗୀର ଜିଲ୍ଲା ସହ ମୋର ଆବେଗର ସମ୍ପର୍କ ଅଛି। ଡବଲ ଇଞ୍ଜିନ ସରକାରରେ ବଲାଙ୍ଗୀର ପ୍ରାଥମିକତାରେ ରହିଛି। ସରକାର ‌ଲୋକଙ୍କୁ ମୌଳିକ ସୁବିଧା ସହ କୃଷି, ସ୍ୱାସ୍ଥ୍ୟସେବା, ଶକ୍ତି, ରେଳ ଏବଂ ଆନୁଷଙ୍ଗିକ ଭିତ୍ତିଭୂମି ଯୋଗାଉଛନ୍ତି।

Updated On

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ବଲାଙ୍ଗୀର ଜିଲ୍ଲା ସହ ମୋର ଆବେଗର ସମ୍ପର୍କ ଅଛି। ଡବଲ ଇଞ୍ଜିନ ସରକାରରେ ବଲାଙ୍ଗୀର ପ୍ରାଥମିକତାରେ ରହିଛି। ସରକାର ‌ଲୋକଙ୍କୁ ମୌଳିକ ସୁବିଧା ସହ କୃଷି, ସ୍ୱାସ୍ଥ୍ୟସେବା, ଶକ୍ତି, ରେଳ ଏବଂ ଆନୁଷଙ୍ଗିକ ଭିତ୍ତିଭୂମି ଯୋଗାଉଛନ୍ତି।

ଅଦ୍ୟତନ ହୋଇଛି

ଭୁବନେଶ୍ବର: ବଲାଙ୍ଗୀର ଜିଲ୍ଲା ସହ ମୋର ଆବେଗର ସମ୍ପର୍କ ଅଛି। ଡବଲ ଇଞ୍ଜିନ ସରକାରରେ ବଲାଙ୍ଗୀର ପ୍ରାଥମିକତାରେ ରହିଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଦିନ କହିଛନ୍ତି। ପାଟଣାଗଡ଼ରେ କେନ୍ଦ୍ରୀୟ ବିଦ୍ୟାଳୟର ଅସ୍ଥାୟୀ କ୍ୟାମ୍ପସର ଲୋକାର୍ପଣ ଏବଂ ସ୍ଥାୟୀ କ୍ୟାମ୍ପସର ଭୂମିପୂଜନ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି, ଲୋକଙ୍କୁ ମୌଳିକ ସୁବିଧା ସହ କୃଷି, ସ୍ୱାସ୍ଥ୍ୟସେବା, ଶକ୍ତି, ରେଳ ଏବଂ ଆନୁଷଙ୍ଗିକ ଭିତ୍ତିଭୂମିର ବିକାଶ ସହ ବଲାଙ୍ଗୀର ଜିଲ୍ଲାକୁ ଦାଦନରୁ ମୁକ୍ତି କରିବା ପାଇଁ ଡବଲ ଇଞ୍ଜିନ ସରକାର ପ୍ରତିଶ୍ରୁତିବଦ୍ଧ।  ବଲାଙ୍ଗୀର ଜିଲ୍ଲାର ବିକାଶ ହେଲେ ହିଁ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ପୂରଣ ହେବ। ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ଆମେ ସମସ୍ତେ ବ୍ୟକ୍ତିଗତ ସ୍ତରରେ ଦାୟିତ୍ୱ ନେବାର ଆବଶ୍ୟକତା ରହିଛି।

publive-image

ଶ୍ରୀ ପଧାନ କହିଛନ୍ତି, ବଲାଙ୍ଗୀର ଜିଲ୍ଲାକୁ ଟିଟିଲାଗଡ଼ ଓ ପାଟଣାଗଡ଼ରେ ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟ ଉପହାର ଭାବରେ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଉଛି। ମୋଦୀ ସରକାରରେ ବଲାଙ୍ଗୀର ଜିଲ୍ଲାରେ ୨୧ଟି ସ୍କୁଲକୁ ପିଏମ ଶ୍ରୀସ୍କୁଲରେ ବିକଶିତ କରାଯାଉଛି। ଏଥିପାଇଁ ପ୍ରତ୍ୟେକ ସ୍କୁଲକୁ ୨ କୋଟି ଲେଖାଁ ଅନୁଦାନର ବ୍ୟବସ୍ଥା ହୋଇଛି।

ବଲାଙ୍ଗୀର ଜିଲ୍ଲାର ଅନ୍ୟତମ ପୁରାତନ ଶିକ୍ଷାନୁଷ୍ଠାନ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ୨୦ କୋଟି ଟଙ୍କା ପିଏମ ଉଷା ଯୋଜନାରେ ଦିଆଯାଇଛି । ନବଜାତ ଶିଶୁ ଠାରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପଢୁଥିବା ବଲାଙ୍ଗୀର ଜିଲ୍ଲାର ୫ ଲକ୍ଷ ଛାତ୍ରଛାତ୍ରୀଙ୍କ ଶାରିରୀକ, ମାନସିକ ସ୍ୱାସ୍ଥ୍ୟ ଓ ବୌଦ୍ଧିକ ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ବଦ୍ଧ ପରିକର।

publive-image

ପ୍ରାୟ ୩୦ କୋଟି ଟଙ୍କା ବ୍ୟୟରେ ପାଟଣାଗଡ଼ ଉଲବା ଠାରେ ନିର୍ମିତ ହେବାକୁ ଥିବା କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତର ସ୍ୱପ୍ନକୁ ସାକାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

Education | Balangir

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe