ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ: ୫ ଯବାନ ସହିଦ, ୧୦ ମାଓବାଦୀ ନିହତ

ଆନ୍ଧ୍ରର ମୁଲୁଗୁ ଜିଲ୍ଲାର ଜଂଗଲରେ ନକ୍ସଲ ଏବଂ ପୁଲିସ ମଧ୍ୟରେ ଗୁଳବିନିମୟ ଘଟିଛି। ଜଂଗଲରେ ଗ୍ରେହାଉଣ୍ଡ ଯବାନ ନକ୍ସଲ ସହ ଗୁଳିବିନିମୟ କରୁଥିବା ବେଳେ ନକ୍ସଲ ଏକ ଲ୍ୟାଣ୍ଡମାଇନକୁ ବିସ୍ଫୋରଣ କରିଥିଲେ।

eqr

ମାଲକାନଗିରି: ସୀମାନ୍ତ ଏବେ ଅଶାନ୍ତ ହୋଇପଡ଼ିଛି। ତେଲେଙ୍ଗାନା ଏବଂ ଛତିଶଗଡ ସୀମାନ୍ତବର୍ତ୍ତୀ କାରେଗଟ୍ଟା ଜଂଗଲରେ ଗତ ୧୬ ଦିନ ହେଲା ନକ୍ସଲଙ୍କୁ ଦମନ କରିବା ନେଇ ଜଂଗଲରେ ଯବାନ ଘେରି ରହିଥିବା ବେଳେ ବୁଧବାରର ଗୁଳିବିନିମୟରେ ୨୬ ଜଣ ନକ୍ସଲ ମୃତ୍ୟୁବରଣ କରିଥିଲେ। ଅନ୍ୟଦିଗରେ ଆନ୍ଧ୍ର ସୀମାନ୍ତରେ ମଧ୍ୟ ନକ୍ସଲ ସହ ଆନ୍ଧ୍ର ଗ୍ରେହାଉଣ୍ଡ ମଧ୍ୟରେ ଗୁଳିବିନିମୟ ଘଟିବା ଫଳରେ ଦୁଇ ହାର୍ଡକୋର ମାଓ ନେତାଙ୍କର ମୃତ୍ୟୁ ହୋଇଥିଲା।

ଆଜି ପୁଣି ଆନ୍ଧ୍ରର ମୁଲୁଗୁ ଜିଲ୍ଲାର ଜଂଗଲରେ ନକ୍ସଲ ଏବଂ ପୁଲିସ ମଧ୍ୟରେ ଗୁଳବିନିମୟ ଘଟିଛି। ଜଂଗଲରେ ଗ୍ରେହାଉଣ୍ଡ ଯବାନ ନକ୍ସଲ ସହ ଗୁଳିବିନିମୟ କରୁଥିବା ବେଳେ ନକ୍ସଲ ଏକ ଲ୍ୟାଣ୍ଡମାଇନକୁ ବିସ୍ଫୋରଣ କରିଥିଲେ। ଯାହାଫଳରେ ଘଟଣାସ୍ଥଳରେ ହିଁ ୫ ଜଣ ଯବାନ ସହିଦ ହୋଇଯାଇଥିଲେ। ଏଥିସହ ଏହି ଗୁଳିବିନମୟରେ ୧୦ ଜଣ ନକ୍ସଲ ମଧ୍ୟ ମୃତ୍ୟୁବରଣ କରିଥିବା କୁହାଯାଇଛି।

ମୃତ୍ୟୁବରଣ କରିଥିବା ୧୦ ଜଣ ନକ୍ସଲ ମଧ୍ୟରୁ ସେଣ୍ଟ୍ରାଲ କମିଟି ସଦସ୍ୟ ତଥା ଏକ କୋଟି ପୁରସ୍କାର ଘୋଷିତ ମାଓନେତା ଚନ୍ଦ୍ରନା ଏବଂ ଷ୍ଟେଟ ଜୋନାଲ କମିଟିର ସଦସ୍ୟ ତଥା ୨୫ ଲକ୍ଷ ପୁରସ୍କାର ଘୋଷିତ ନକ୍ସଲ ନେତା ବି.ପ୍ରକାଶର ମଧ୍ୟ ମୃତ୍ୟୁ ହୋଇଛି। ଅନ୍ୟ ନକ୍ସଲଙ୍କର ଶବକୁ ଚିହ୍ନଟ କରାଯାଉଛି।

naxal

ତେବେ ଗୁଇନ୍ଦା ସୂତ୍ରରୁ ଖବର ମିଳିବା ପରେ ଏହି ଚଢାଉ ଆନ୍ଧ୍ର ଗ୍ରେହାଉଣ୍ଡର ଯବାନ ଚଢାଉ କରିଥିଲେ। ଯବାନ ଜଂଗଲରେ ଆସୁଥିବା ଦେଖି ନକ୍ସଲ ଜଂଗଲରେ ଖଞ୍ଜିଥିବା ଲ୍ୟାଣ୍ଡମାଇନକୁ ବିସ୍ଫୋରଣ କରିଥିଲେ। ଯାହା ଯବାନ ଜାଣିପାରିନଥିଲେ। ଯାହାଫଳରେ ୫ ଜଦଣ ଯବାନ ସହିଦ ହୋଇଯାଇଥିଲେ। ଏଥିସହ ଘଟଣାସ୍ଥଳରୁ ଏକେ-୪୭,ଏସଏଲଆର,ଇନସାଶ ସହ ବିସ୍ଫୋରକ ଏବଂ ମାଓ ସାମଗ୍ରୀ ଜବତ କରାଯାଇଛି। ଏବେ ବି କାରେଗଟ୍ଟା ଜଂଗଲରେ ଯବାନ ସର୍ଚ୍ଚ ଅପରେସନକୁ ଜୋରଦାର କରୁଛନ୍ତି। ନିର୍ଣ୍ଣାୟକ ଲଢେଇ ଚାଲିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ତେଲେଙ୍ଗାନାରେ କିଛି ରାଜନୈତିକ ଦଳ କରେଗଟ୍ଟା ଜଂଗଲରେ ଚାଲିଥିବା ଅପରେସନ କଗାରକୁ ତୁରନ୍ତ ବନ୍ଦ କରିବାକୁ ସରକାରଙ୍କୁ ଦାବି କରିଥିଲେ। ଅନ୍ୟଦିଗରେ କିନ୍ତୁ ଛତିଶଗଡର ସରକାର ନକ୍ସଲଙ୍କ ମୁଳତ୍ପାଟନ ନକରିବା ପର୍ଯ୍ୟନ୍ତ ଯବାନ ଜଂଗଲରୁ ଫେରିବେ ନାହିଁ ବୋଲି ସ୍ପଷ୍ଟ କରିଛି।

Malkangiri | Naxal

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe