ତୀବ୍ର ଉତ୍ତେଜନା ଭିତରେ ଜବରଦଖଲ ଉଚ୍ଛେଦ, ବ୍ୟବସାୟୀଙ୍କୁ ଉଠାଇ ନେଲା ପୁଲିସ

ପୁଣି ଆଜିଠାରୁ ଖୋର୍ଦ୍ଧା ବଜାରରେ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି। ତେବେ ଏହାକୁ ବିରୋଧ କରୁଥିବା କିଛି ଲୋକଙ୍କୁ ପୁଲିସ ଉଠାଇନେଇଥିବା ଜଣାଯାଇଛି। ତୀବ୍ର ଉତ୍ତେଜନା ଭିତରେ ଜାରି ରହିଛି ଜବରଦଖଲ ଉଚ୍ଛେଦ ।

bnj

ଖୋର୍ଦ୍ଧା: ପୁଣି ଆଜିଠାରୁ ଖୋର୍ଦ୍ଧା ବଜାରରେ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି। ତେବେ ଏହାକୁ ବିରୋଧ କରୁଥିବା କିଛି ଲୋକଙ୍କୁ ପୁଲିସ ଉଠାଇନେଇଥିବା ଜଣାଯାଇଛି। ତୀବ୍ର ଉତ୍ତେଜନା ଭିତରେ ଜାରି ରହିଛି ଜବରଦଖଲ ଉଚ୍ଛେଦ ।

ଆଜି ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା । କ୍ୟାବିନ ଥଇଥାନ ପାଇଁ ଭେଣ୍ଡିଙ୍ଗ ଜୋନ୍ ନିର୍ମାଣ କରିଛି ପୌର ପ୍ରଶାସନ। ତେବେ ଏହି ଭେଣ୍ଡିଂ ଜୋନ୍କୁ ନଯିବାକୁ ଜିଦି ଧରିଛନ୍ତି ବ୍ୟବସାୟୀ । କୌଣସି ଅପ୍ରୀତିକର ସ୍ଥିତି ଉପୁଜିବା ଆଶଙ୍କାରେ ୬ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଉପ ଜିଲାପାଳ ଓ ତହସିଲଦାରଙ୍କ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି । ଏଣେ ଆତ୍ମାହୁତି ଦେବା ଲାଗି ଉଦ୍ୟମ କରୁଥିବା ବେଳେ କେତେକ ପରିବା ବ୍ୟବସାୟୀଙ୍କୁ ଉଠାଇ ନେଇଛି ପୁଲିସ। 

ସୂଚନା ଅନୁଯାୟୀ, ବଜାରରେ ଥିବା କ୍ୟାବିନ୍କୁ ଉଚ୍ଛେଦ କରାଯାଉଛି । ବୁଲ୍ଡୋଜର ମାଧ୍ୟମରେ ପୋଲିସ ଉପସ୍ଥିତରେ ଦୋକାନ ଘର ଭଙ୍ଗା ଯାଉଛି  ।  ବ୍ୟବସାୟୀ ସଂଘର ନିବେଦନ ପରେ କିଛି ଦିନ ପାଇଁ କ୍ୟାବିନ ଉଛେଦକୁ ବନ୍ଦ ରଖାଯାଇଥିଲା । 


ହେଲେ ଆଜି ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା । କ୍ୟାବିନ ଥଇଥାନ ପାଇଁ ଭେଣ୍ଡିଙ୍ଗ ଜୋନ୍ ନିର୍ମାଣ କରିଛି ପୌର ପ୍ରଶାସନ। ତେବେ ଏହି ଭେଣ୍ଡିଂ ଜୋନ୍କୁ ନଯିବାକୁ ଜିଦି ଧରିଛନ୍ତି ବ୍ୟବସାୟୀ । କୌଣସି ଅପ୍ରୀତିକର ସ୍ଥିତି ଉପୁଜିବା ଆଶଙ୍କାରେ ୬ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଉପ ଜିଲାପାଳ ଓ ତହସିଲଦାରଙ୍କ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି । ଏଣେ ଆତ୍ମାହୁତି ଦେବା ଲାଗି ଉଦ୍ୟମ କରୁଥିବା ବେଳେ କେତେକ ପରିବା ବ୍ୟବସାୟୀଙ୍କୁ ଉଠାଇ ନେଇଛି ପୁଲିସ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe