କଲ୍ୟାଣସିଂହପୁର: ମଣ୍ଡିରେ ପଞ୍ଜୀକରଣ ଲ୍ୟାମ୍ପ ଅଧିକାରୀ ଜାଣିଶୁଣି ତ୍ରୁଟିକୁ ନେଇ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଲ୍ୟାମ୍ପରେ ଉତ୍ତେଜନା ଏଭଳି ଘଟଣା ଦେଖିବାକୁ ମିଳିଥିଲା। ଏମିତିକି ହଣା କଟା ହେଵବୋଲି ପ୍ରକୃତ ଚଷୀ ଧମକ ଦେଇଛନ୍ତି। ସମସ୍ୟାର ସମାଧାନ ନହେଲେ ରକ୍ତାକ୍ତ ହେବ ବୋଲି ମଧ୍ୟ ଚାଷୀମାନେ ଓ ଏମଡିଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।
ଏଭଳି ଲ୍ୟା୍ୟାମ୍ପରେ ଗୋଟିଏ କି ଦୁଇଟି ନୁହେଁ ଅନେକ ଚାଷୀଙ୍କ ଏଭଳି ଜମି ଏକର ପ୍ଲଟ ନମ୍ବର କାଟି ନକଲି ଚାଷୀଙ୍କ ନାମରେ ପୁଞ୍ଜିକୃତ କରି ମୋଟା ଅଙ୍କରେ ଟଙ୍କା ନେଉଥିବା ଅଭିଯୋଗ କରିଛନ୍ତି ଛାସିମାନେ। ଯିଏ ପ୍ରକୃତ ଚାଷୀଙ୍କ ନାମକୁ ପଞ୍ଜିକରଣରେ ତ୍ରୁଟି ଦର୍ଶାଇ ଫେରାଇଦେବା ପରେ ସେହି ଜମିରେ ଅନ୍ୟତ୍ର ନକଲି ଚାଷୀଙ୍କ ନାଁରେ ପଞ୍ଜିକରଣ ହୋଇଥିବା ଜାଣି ପାରିବା ପରେ ପ୍ରକୃତ ଚାଷୀ। କିଛି ଚାଷୀଙ୍କ ମଧ୍ୟସ୍ଥିରେ ସହ ସମବାୟ କାର୍ଯ୍ୟାଳୟ କୁ ଆସି ଏହି ଭଳି ଭୁଲ କାହା ସ୍ୱାର୍ଥରେ କାହା ପ୍ରଲୋଭନ ରେ ଏହି ଭଳି କାମ କରୁଥିବା ପ୍ରଶ୍ନ କରିବା ସହ ଏମଡି ଙ୍କ ସହ ବଚସା ହୋଇଥିଲା।
ଚାଷୀ ବୁଡାଗୁଡ଼ା ଗ୍ରାମର ଆଚାନା କାଡ୍ରାକା ଚାଷୀ ନିଜ ଜୀବିତ ଜେଜେ ବାପାଙ୍କର ଘୋଷଣାନାମା ପତ୍ର ଏବଂ ଜମି ପଟ୍ଟା ସହ ମଣ୍ଡି ପଞ୍ଜିକରଣ ନିମନ୍ତେ ସମବାୟ କାର୍ଯ୍ୟାଳୟ କୁ ଆସିଥିଲେ। କାଗଜ ପତ୍ର ତ୍ରୁଟି ଦର୍ଶାଇ ତାଙ୍କୁ ଫେରାଇ ଦେଇଥିଲେ। କିନ୍ତୁ ପରବର୍ତୀ ସମୟରେ ଜାଣିବାକୁ ପାଇଁ ପାରିଲେ ଯେ ତାଙ୍କ କାଗଜକୁ ନେଇ ଚଞ୍ଚକତା କରି ନକଲି ଚାଷୀଙ୍କ ନାଁରେ ପଞ୍ଜିକରଣ କରା ସାରିଛ।
ଏହି ଘଟଣାକୁ ନେଇ ଚାଷୀ ଏବଂ ଏମଡି ଙ୍କ ମଧ୍ୟରେ ବଚସା ହେବାପରେ ଏମଡି ତାରିଣୀ ପ୍ରସାଦ ତ୍ରିପାଠୀ ନିଜ ଭୁଲକୁ ସ୍ୱୀକାର କରିବା ସହ ନକଲି ଚାଷୀଙ୍କ ନାଁରେ ପଞ୍ଜିକରଣ ଖାରଜ କରିବା ପ୍ରକ୍ରିୟା ଆରମ୍ଭ କରିଥିଲେ ୨୪ ଘଣ୍ଟାପରେ ପ୍ରକୃତ ଚାଷୀଙ୍କ ନାମରେ ପଞ୍ଜିକରଣ କରାଇବା ନିମନ୍ତେ ପ୍ରତିଶୃତି ଦେଇଛନ୍ତି। ଏହାପରେ ଉତ୍ତେଜନା ଥମିଥିବା ଦେଖିବାକୁ ମିଳିଛି । ଏଭଳି ଚାଞ୍ଚକତା କରି ଅନେକ ଲାଭାନ୍ନୀତ ହେଉଥିବା ବେଳେ ପ୍ରକୃତ ଚାଷୀ ହତାଶ ହେବାକୁ ପଡୁଛି ବୋଲି ଚାଷୀ ଅଭିଯୋଗ କରିଥଲେ। ଆଗକୁ ଏହାର ସମାଧାନ ନ ହେଲେ ଲ୍ୟାମ୍ପ ସମ୍ମୁଖରେ ଧାରଣା ଦେବାକୁ ପଛେଇବୁ ନାହିଁ ଚାଷୀ କହିଥିଲେ।
Farmers
Follow Us