ସୁନ୍ଦରଗଡ଼: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆଜି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ୍ ଘଟିଛି। ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅଧୀନ ଭାଟିପଡ଼ାରେ ଏହି ଅଘଟଣ ଘଟିବା ପରେ ଉତ୍ତେଜିତ ଲୋକେ ମୃତଦେହକୁ ରାଜରାସ୍ତାରେ ରଖି ଏକାଧିକ ଦାବି ରଖିଛନ୍ତି। ଫଳରେ ଦୀର୍ଘ ସମୟ ହେଲା ଯାନବାହନ ଚଳାଚଳ ବନ୍ଦ ରହିଛି।
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣଙ୍କ ମୃତ୍ୟୁ ପରେ ଉତ୍ତେଜିତ ଲୋକେ ମୃତଦେହକୁ ରଖି ମୁଖ୍ୟରାସ୍ତାକୁ ଅବରୋଧ କରିଛନ୍ତି। ଫଳରେ ତଳସରାରୁ ଲୁଆକେଡ଼ା ରାସ୍ତାରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି।
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣଙ୍କ ମୃତ୍ୟୁ ପରେ ଉତ୍ତେଜିତ ଲୋକେ ମୃତଦେହକୁ ରଖି ମୁଖ୍ୟରାସ୍ତାକୁ ଅବରୋଧ କରିଛନ୍ତି। ଫଳରେ ତଳସରାରୁ ଲୁଆକେଡ଼ା ରାସ୍ତାରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି। ଆଜି ଦିନ ୩ ଟାରୁ ଏହି ଅବରୋଧ ହୋଇଛି। ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଛି। ପୁଲିସ ଲୋକଙ୍କୁ ବୁଝାସୁଝା କରୁଛି। ଉଚିତ କ୍ଷତିପୂରଣ ଦାବି ଓ ୧୧ କେଭି ତାରକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଲୋକେ ଦାବି କରିଛନ୍ତି।
road blocked
ସୂଚନା: ଏହି ଖବରକୁ କ୍ରମାଗତ ଭାବେ ଅପଡେଟ୍ କରାଯାଉଛି। ଆମେ ଆମର ସମସ୍ତ ପାଠକଙ୍କୁ ଏହି ମୁହୂର୍ତ୍ତର ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ ଜାରି ରଖିଛୁ। ଆମେ ଆପଣଙ୍କ ପାଇଁ ସଦ୍ୟତମ ଖବର ତୁରନ୍ତ ଆଣିବାକୁ ପ୍ରତିଶ୍ରୁତିବଦ୍ଧ। ପ୍ରାଥମିକ ସୂଚନା ମାଧ୍ୟମରେ ଆମେ କ୍ରମାଗତ ଭାବରେ ଏହି ଖବର ଅପଡେଟ୍ କରୁଛୁ। ସଦ୍ୟତମ ଖବର ଏବଂ ଅପଡେଟ୍ ପାଇଁ sambad.in ସହିତ ରୁହନ୍ତୁ।