ଠାକୁରାଣୀ ଯାତ୍ରା: ଦୁଲୁକୁଛି ଘୁମୁସର ଉଦୟଗିରି

Advertisment

ପ୍ରତ୍ୟେକ ଦିନ ମା’ଙ୍କୁ ବିଭିନ୍ନ ସାହି କମିଟି ତରଫରୁ ବରଣ କରାଯାଇ ପୂଜାର୍ଚ୍ଚନା କରାଯିବ। ପ୍ରଥମ ଥର ଯାତ୍ରା ଅନୁଷ୍ଠିତ ହେଉଥିବାରୁ ଅଞ୍ଚଳବାସୀ ଉତ୍ସାହିତ ଥିବା ବେଳେ ସହର ଚଳଚଞ୍ଚଳ ରହିଛି।

ପ୍ରତ୍ୟେକ ଦିନ ମା’ଙ୍କୁ ବିଭିନ୍ନ ସାହି କମିଟି ତରଫରୁ ବରଣ କରାଯାଇ ପୂଜାର୍ଚ୍ଚନା କରାଯିବ। ପ୍ରଥମ ଥର ଯାତ୍ରା ଅନୁଷ୍ଠିତ ହେଉଥିବାରୁ ଅଞ୍ଚଳବାସୀ ଉତ୍ସାହିତ ଥିବା ବେଳେ ସହର ଚଳଚଞ୍ଚଳ ରହିଛି।

G Udayagiri

G Udayagiri Photograph: (sambad.in)

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଅଞ୍ଚଳର ଅଧୀଷ୍ଠାତ୍ରୀ ଦେବୀ ମା’ ବଡ଼ରାଉଳଦେବୀଙ୍କ ଠାକୁରାଣୀ ଯାତ୍ରା ଆରମ୍ଭ ହୋଇଥିବା ବେଳେ ମା’ ବଡରାଉଳଙ୍କ ମନ୍ଦିରରେ ଦୀର୍ଘ ସମୟ ଧରି ଦେଶୀ ବେହେରା ଟି.ଓମ ନାରାୟଣ ପାତ୍ର ଓ ତାଙ୍କ ପତ୍ନୀ ମାଁଙ୍କ ଉପସ୍ଥିତରେ ପୂଜା ବିଧି କରାଯିବା ପରେ ବିଳମ୍ବିତ ରାତିରେ ବାଜା ବାଣ ଫୁଟାଇ ମହା ଆଡ଼ମ୍ବରରେ ଆଜ୍ଞା ମାଳ ଅସ୍ଥାୟୀ ମଣ୍ଡପକୁ ଅଣାଯାଇ ମାଁ ଙ୍କୁ ଆସନ ମଣ୍ଡିତ କରାଯାଇଛି।

ମନ୍ଦିରରେ ମନ୍ଦିର କମିଟି ସମ୍ପାଦକ ସମୀର କୁମାର ପାଢ଼ୀ, ଅଧିକାରୀ ଜବାହରଲାଲ ପରିଛା, ପାଟ ଭୁକ୍ତା ଶରଣ ପଞ୍ଜର ମାଝୀ, ପାଟ ଢୋଲିଆ କୈଳାଶ ନାୟକ, ସୁଦର୍ଶନ ନାୟକ, ଜଗନ୍ନାଥ ନାୟକ, ମନ୍ଦିର ପୂଜକ ଶିବ ଦେହୁରୀ, ଜୟ ନାୟକଙ୍କ ଉପସ୍ଥିତିରେ ବରିଷ୍ଠ ପୁରୋହିତ ସୂର୍ଯ୍ୟନାରାୟଣ ଆଚାର୍ଯ୍ଯ, ସନ୍ତୋଷ କୁମାର କର, ରୁଦ୍ର ପ୍ରସାଦ ତ୍ରିପାଠୀ, କାହ୍ନୁ ଚରଣ ପଣ୍ଡା, ନିରଞ୍ଜନ ପଣ୍ଡା ଓ ସହଯୋଗୀଙ୍କ ଦ୍ଵାରା ମାଁଙ୍କୁ ପୂଜାର୍ଚ୍ଚନା କରାଯାଇ ଆଜ୍ଞା ମାଳ ଅଣାଯାଇଥିଲା।

ରବିବାର ଯାତ୍ରା ଦ୍ଵିତୀୟ ଦିନ ରାତ୍ର ସମୟରେ ମାଁଙ୍କ ଘଟ ପ୍ରସ୍ତୁତ କରାଯିବ। ତୃତୀୟ ଦିନ ଠାରୁ ସୂଚୀ ଅନୁସାରେ ୯ ଦିନ ଧରି ମା’ଙ୍କ ବିଭିନ୍ନ ସାହି ପରିକ୍ରମା  ୧୭ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଯାତ୍ରା ସମୟରେ ପ୍ରତିଦିନ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ କମିଟି ତରଫରୁ ସୂଚନା ମିଳିଛି।

ପ୍ରତ୍ୟେକ ଦିନ ମା’ଙ୍କୁ ବିଭିନ୍ନ ସାହି କମିଟି ତରଫରୁ ବରଣ କରାଯାଇ ପୂଜାର୍ଚ୍ଚନା କରାଯିବ। ପ୍ରଥମ ଥର ଯାତ୍ରା ଅନୁଷ୍ଠିତ ହେଉଥିବାରୁ ଅଞ୍ଚଳବାସୀ ଉତ୍ସାହିତ ଥିବା ବେଳେ ସହର ଚଳଚଞ୍ଚଳ ରହିଛି। ମା’ ବଡ଼ରାଉଳଦେବୀଙ୍କ ଠାକୁରାଣୀ ଯାତ୍ରାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି।

Kandhamal 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe