ଯମଯନ୍ତ୍ରଣା ଦଉଛି ପୂର୍ତ୍ତ ବିଭାଗର ବୈଶିଙ୍ଗା-ମାଣତ୍ରୀ ରାସ୍ତା

Advertisment

ଠାକୁରମୁଣ୍ଡା-ରୁପ୍ସା ରାସ୍ତାର ପ୍ରଶସ୍ତୀକରଣ କାର୍ଯ୍ୟର ବ୍ୟାପକ ଅନିୟମିତାକୁ ନେଇ ଜନ ଅସନ୍ତୋଷ ଭୟଙ୍କର ରୂପ ନେଇଥିବାବେଳେ ଏବେ ଚାଲିଥିବା କାମର ଶିଥିଳତାକୁ ନେଇ ପୁଣି ଲୋକଙ୍କ ଭିତରେ ଅସନ୍ତୋଷ ତେଜିବାରେ ଲାଗିଲାଣି।

ଠାକୁରମୁଣ୍ଡା-ରୁପ୍ସା ରାସ୍ତାର ପ୍ରଶସ୍ତୀକରଣ କାର୍ଯ୍ୟର ବ୍ୟାପକ ଅନିୟମିତାକୁ ନେଇ ଜନ ଅସନ୍ତୋଷ ଭୟଙ୍କର ରୂପ ନେଇଥିବାବେଳେ ଏବେ ଚାଲିଥିବା କାମର ଶିଥିଳତାକୁ ନେଇ ପୁଣି ଲୋକଙ୍କ ଭିତରେ ଅସନ୍ତୋଷ ତେଜିବାରେ ଲାଗିଲାଣି।

ବୈଶିଙ୍ଗା: ବିଗତ ୧୦ମାସ ପୂର୍ବରୁ ମୟୂରଭଂଜ ଜିଲ୍ଲା ଠାକୁରମୁଣ୍ଡା-ରୁପ୍ସା ରାସ୍ତାର ପ୍ରଶସ୍ତୀକରଣ କାର୍ଯ୍ୟର ବ୍ୟାପକ ଅନିୟମିତାକୁ ନେଇ ଜନ ଅସନ୍ତୋଷ ଭୟଙ୍କର ରୂପ ନେଇଥିବାବେଳେ ଏବେ ଚାଲିଥିବା କାମର ଶିଥିଳତାକୁ ନେଇ ପୁଣି ଲୋକଙ୍କ ଭିତରେ ଅସନ୍ତୋଷ ତେଜିବାରେ ଲାଗିଲାଣି। ଉକ୍ତ ରାସ୍ତାର ପ୍ରାୟତଃ ସବୁ ସ୍ଥାନରେ ସାମାନ୍ୟ କାମ ଆରମ୍ଭ କରିଦେଇ ପରେ ଅଧାପନ୍ତରିଆ କରି ବିପଦସଂକୁଳ ଭାବେ ପକେଇ ରଖିଛନ୍ତି ଠିକାଦାର। ଖାଲଖମାରେ ସାରା ରାସ୍ତା ଭର୍ତ୍ତି ହୋଇଛିl ମୁଖ୍ୟତଃ ବୈଶିଙ୍ଗା ଠାରୁ ମାନଗୋବିନ୍ଦପୁର ପର୍ଯ୍ୟନ୍ତ ଦଉଛି ଯମଯନ୍ତ୍ରଣା। ଏମିତିକି ଉକ୍ତ ରାସ୍ତାରେ ପ୍ରତ୍ୟହ ଛୋଟବଡ ଦୁର୍ଘଟଣା ଘଟି ରକ୍ତାକ୍ତ ହୋଉଛନ୍ତି ସାଧାରଣ ଲୋକ।  

ପୂର୍ତ୍ତ ବିଭାଗ ଅଧୀନରେ ଠାକୁରମୁଣ୍ଡା ଠାରୁ ରୁପ୍ସା ପର୍ଯ୍ୟନ୍ତ ଏମଡିଆର-୭୦ ରାସ୍ତାର ନବୀକରଣ କାର୍ଯ୍ୟ ଚାଲୁ ରହିଛି।  ହେଲେ ଉକ୍ତ କାର୍ଯ୍ୟ କରୁଥିବା ଠିକାଦାରଙ୍କ ମନମୁଖି କାର୍ଯ୍ୟ ପାଇଁ ଆରମ୍ଭରୁ ବିବାଦ ଲାଗି ରହିଛି। ଉକ୍ତ କାର୍ଯ୍ୟ ପାଇଁ ବିଭାଗୀୟ ଅନୁଦାନ ୨୨କୋଟି ୫୯ଲକ୍ଷ ୭୦ହଜାର ୧୪୪ଟଙ୍କା ଅନୁମୋଦନ କରାଯାଇଛି। ପୂର୍ବରୁ ସାଢେ ୩.୭୫ମିଟର ଥିବା ରାସ୍ତାକୁ ଓସାରିଆ କରି ୬.୫ ମିଟର କରିବାର ଅଟକଳ ପ୍ରଦାନ କରାଯିବା ସହିତ ଆସନ୍ତା ଜୁଲାଇ ମାସରେ କାର୍ଯ୍ୟ ଶେଷ କରିବାକୁ ନିର୍ଦେଶ ରହିଛି। ହେଲେ ୩ମାସ ପୂର୍ବରୁ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଦର୍ଶାଇ ସଠିକ ଉଚ୍ଚତା, ଓସାର ଓ ନିର୍ମାଣରେ ବ୍ୟବହାର ସାମଗ୍ରୀର ମାନ ପରୀକ୍ଷା କରିବା ପାଇଁ ଉଚ୍ଚସ୍ତରୀୟ ଅଧିକାରୀ ତଦନ୍ତ କରିବାକୁ ଦାବୀ କରି ରାସ୍ତା ଅବରୋଧ ପୂର୍ବକ କାର୍ଯ୍ୟ ବନ୍ଦ କରାଇଥିଲେ। ପରେ ଏନେଇ ଏକ ଦାବି ପତ୍ର ତତ୍କାଳୀନ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କୁ ମଧ୍ୟ ପ୍ରଦାନ କରିଥିଲେ।

ସେହିଭଳି ପ୍ରଥମେ ଭୀମଦା ଠାରୁ ଆରମ୍ଭ କରି ବୈଶିଙ୍ଗା ୧୨କିମି ରାସ୍ତା ନିର୍ମାଣଧିନ ଅଧପନ୍ତରିଆ ରାସ୍ତା କାମକୁ ନେଇ ସାଧାରଣ ଜନତା ଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ସରକାରଙ୍କ ସହ ବୁଝାମଣାପତ୍ର ସ୍ବାକ୍ଷର ପରେ ବହୁ ବିଳମ୍ବରେ ଠିକାଦାର ଜଣକ ରାସ୍ତା ନିର୍ମାଣ କାର୍ୟ୍ୟ ଆରମ୍ଭ କରିଥିଲେ। ମାଣତ୍ରୀ କୁଣ୍ଡି ଠାରୁ ଭାଟିଆଣି, ମାନଗୋବିନ୍ଦପୁର ଛକ ଠାରୁ ପ୍ରତିମାଦେଇପୁର ଛକ ପର୍ୟ୍ୟନ୍ତ ରାସ୍ତା ଦୀର୍ଘଦିନ ହେଲା ଅଧା ମେଟାଲିଙ୍ଗ ହୋଇ ପଡ଼ି ରହିଛି।

publive-image

ଉତ୍ତରପାଳ ଛକ ଓ ମାନଗୋବିନ୍ଦପୁର ଉପକଣ୍ଠ ତାଳଗଛ ଛକ ମଧ୍ୟରେ ଥିବା ଏକ ପୋଲ ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ିଥିବା ସ୍ଥଳେ ପୋଲର ଦୁଇ ପାର୍ଶ୍ୱର ୫୦୦ମିଟର ପର୍ଯ୍ୟନ୍ତ ରାସ୍ତାରେ ଚଳିତ ବର୍ଷା ଋତୁରେ ଆଣ୍ଠୁଏ ଆଣ୍ଠୁଏ ଖାଲ ସୃଷ୍ଟି ହୋଇଛି, ଯେଉଁଥିରେ ବର୍ଷା ହେଲେ ପାଣି ଭର୍ତ୍ତି ହୋଇ ରହୁଛି ଓ ରାସ୍ତାରେ ଯାଉଥିବା ବାଇକ ଚାଳକ କିମ୍ବା ଅନ୍ୟାନ୍ୟ ଗାଡି ଚାଳକ ହଟାତ ଖାଲର ଗଭୀରତା ଜାଣି ନପାରି ଦୁର୍ଘଟଣାଗ୍ରସ୍ତ ହୋଉଛନ୍ତି। ସେହି ଅର୍ଦ୍ଧନିର୍ମିତ ପୋଲ ପାର୍ଶ୍ୱରେ ତିଆରି ହୋଇଥିବା ସର୍ଭିସ ରୋଡ଼ର ଅବସ୍ଥା ଆହୁରି ଶୋଚନୀୟ। ବିରାଟ ବିରାଟ ଖାଲ ସାଙ୍ଗକୁ ରାସ୍ତା ଅଧାରୁ ଧୋଇ ଗଲାଣି।ଫଳରେ ସେହି ସ୍ଥାନରେ କ୍ରମାଗତ ଦୁର୍ଘଟଣା ଘଟୁଛି।

ଗତ ୪ ଦିନ ପୂର୍ବରୁ ବାଲେଶ୍ୱର ଅଞ୍ଚଳରୁ ଆସି ନିଜ ପରିବାର ସହିତ ଉଦଳା ପଟକୁ ବାଇକରେ ଯାଉଥିବାବେଳେ ଉକ୍ତ ସର୍ଭିସ ରୋଡ଼ରେ ଦୁର୍ଘଟଣାଗ୍ରସ୍ତ ହୋଇ ଖଣ୍ଡିଆ ଖାବରା ହୋଇ ପୁଣି ଘରକୁ ଫେରିଯାଇଥିଲେ। ଅନୁରୂପ ଭାବେ ଏକାଧିକ କିଲୋମିଟର ରାସ୍ତାରେ ଦୀର୍ଘଦିନ ଧରି ମେଟାଲିଂ କରି ଛାଡି ଦିଆଯାଇଥିବାବେଳେ ସେଥିରୁ ମେଟାଲ ସବୁ ଉଠିଯାଇ ଶହ ଶହ ଖାଲ ଖମା ସୃଷ୍ଟି ହେଲାଣି। ତାପରେ ବି ସମୟ ସମୟରେ ବଡ଼ ବଡ଼ ଗାଡି ଟାୟାରରୁ ମେଟାଲ ସବୁ ଛିଟିକି ଯାଇ ପାଖରେ ଯାଉଥିବା ପଥଚାରୀ ଆହତ ହୋଉଛନ୍ତି। ଲାଗୁଛି ଠିକାଦାର ଜଣକ ସତେ ଯେପରି ପିଚୁ କାର୍ୟ୍ୟ କରିବା ପାଇଁ ଭୁଲି ଯାଇଛନ୍ତି। ଏହିଭଳି ଦୀର୍ଘଦିନ ହେଲା ଠିକାଦାରଙ୍କ ରାସ୍ତା ନିର୍ମାଣ କାର୍ଯ୍ୟରେ ଶିଥିଳତା ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି।

ରାସ୍ତା ନିର୍ମାଣରେ ବିଳମ୍ବ ଯୋଗୁଁ ଏହି ରାସ୍ତାରେ ଆମ୍ବୁଲାନ୍ସ ମଧ୍ୟ ଯିବାକୁ ଅମଙ୍ଗ ହୋଉଛନ୍ତି। ଏହି ରାସ୍ତା ଦେଇ ବଡ଼ସାହି ଓ ବେତନଟୀ ବ୍ଲକର ଲକ୍ଷାଧିକ ଲୋଳ ପ୍ରତ୍ୟହ ବାଲେଶ୍ୱର, ବାରିପଦା,  ବ୍ଲକ,ତହସିଲ,ଥାନା,ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ରାଷ୍ଟ୍ରାୟତ ବ୍ୟାଙ୍କ ସମେତ ଏକାଧିକ ସରକାରୀ କାର୍ୟ୍ୟାଳୟକୁ ଯିବାଆସିବା କରନ୍ତି। ହେଲେ ଠିକାଦାରଙ୍କ ମନମାନି ଯୋଗୁଁ ରାସ୍ତା ନିର୍ମାଣ ଅଧାପନ୍ତରିଆ ହୋଇ ରହିଥିବାରୁ ଲୋକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି।

publive-image

ଘଟଣା ସମ୍ପର୍କରେ ଦାୟିତ୍ୱରେ ଥିବା ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରିବା ତଥା କାର୍ଯ୍ୟରେ ଶିଥିଳତା ଓ ଦୁରାବସ୍ଥା ନେଇ ତାଙ୍କର ପ୍ରତିକ୍ରିୟା ନେବାରୁ ସେ କହିଥିଲେ କି କିଛି ଜାଗାରେ ସ୍ଥାନୀୟ ପ୍ରଶାସନ ଉଦାସୀନତା କାରଣରୁ ରାସ୍ତା ପାର୍ଶ୍ୱରୁ ଜବର ଦଖଲ ଉଠୁନଥିବାରୁ ରାସ୍ତାକାମ ଆଗେଇ ପାରୁନି ଏବଂ ବର୍ଷା ପାଇଁ  ନିର୍ମାଣଧୀନ ରାସ୍ତାରେ ସୃଷ୍ଟି ହୋଇଥିବା ଖାଲଖମାର ମରାମତି ସେ ଠିକାଦାରଙ୍କୁ କହି ଖୁବ ଶୀଘ୍ର କରାଇଦେବେ। ତେବେ ଏହି ରାସ୍ତାର ମରାମତି ପୂର୍ବକ ନିର୍ମାଣ କାର୍ଯ୍ୟକୁ ଯଥାଶୀଘ୍ର ନସାରିଲେ ପୁଣି ସ୍ଥାନୀୟ ବାସିନ୍ଦା ବାଧ୍ୟ ହୋଇ ଆନ୍ଦଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଚେତାବନୀ ଦେଇଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe