Maoist Thalkobad Picnic Spot ଯେଉଁଠି ଲାଗୁଥିଲା ମାଓବାଦୀଙ୍କ ଜନଅଦାଲତ, ସେଠି ଏବେ ପର୍ଯ୍ୟଟକଙ୍କ ଭିଡ଼: ପିକନିକ୍ ସ୍ପଟ୍‌ରେ ପରିଣତ ହେଲା ଥଲକୋବାଦ

Advertisment

ଦୂରଦୂରାନ୍ତରୁ ଲୋକେ ଥଲକୋବାଦ ଅଭିମୁଖେ ଧାଇଁ ଆସୁଛନ୍ତି। ଏଠାରେ ଥିବା ଥଲକୋବାଦ ଗୁଫା, ଜୁମ୍ବାଇ ବୁରୁଇ ଜଳପ୍ରପାତ, ଲିଗିରିଦା ଦଳଦଳ, କିରିବୁରୁ ସନସେଟ୍ ପଏଣ୍ଟ ଓ ଘାଘୀର୍ଥୀ ଜଳପ୍ରପାତ touristଙ୍କୁ ବିଶେଷ ଭାବରେ ଆକର୍ଷିତ କରୁଛି।

ଦୂରଦୂରାନ୍ତରୁ ଲୋକେ ଥଲକୋବାଦ ଅଭିମୁଖେ ଧାଇଁ ଆସୁଛନ୍ତି। ଏଠାରେ ଥିବା ଥଲକୋବାଦ ଗୁଫା, ଜୁମ୍ବାଇ ବୁରୁଇ ଜଳପ୍ରପାତ, ଲିଗିରିଦା ଦଳଦଳ, କିରିବୁରୁ ସନସେଟ୍ ପଏଣ୍ଟ ଓ ଘାଘୀର୍ଥୀ ଜଳପ୍ରପାତ touristଙ୍କୁ ବିଶେଷ ଭାବରେ ଆକର୍ଷିତ କରୁଛି।

Untitled

thalkobad becomes picnic spot Photograph: (sambad.in)

ସୁନ୍ଦରଗଡ଼/ବିଶ୍ରା (ଦେବ କୁମାର ଦେ): ସମୟ ଥିଲା ଯେତେବେଳେ ଅତି ନକ୍ସଲ ପ୍ରଭାବିତ ଅଞ୍ଚଳ ଭାବେ ପରିଚିତ ଥିବା ସାରଣ୍ଡା ଜଙ୍ଗଲ ଅନ୍ତର୍ଗତ ଥଲକୋବାଦ ଏବେ ପ୍ରାୟ ନକ୍ସଲ ମୁକ୍ତ ହୋଇଯାଇଅଛି। ସରକାରୀ ଯୋଜନା ଓ ସୁଦୃଢ଼ ପୋଲିସ ବ୍ୟବସ୍ଥା ଯୋଗୁଁ ଏହି ଅଞ୍ଚଳରେ ଆଜି ଶାନ୍ତି ଫେରୁଛି। ଯାହାର ପ୍ରଭାବ ଯୋଗୁଁ ଥଲକୋବାଦର ଉଚ୍ଚ ପାହାଡ଼, ଘନ ଜଙ୍ଗଲ ଓ ସୁନ୍ଦର ଉପତ୍ୟକା ଗୁଡ଼ିକ ଏବେ ପର୍ଯ୍ୟଟକଙ୍କୁ ଭାରି ଆକର୍ଷିତ କରୁଛି।

ନବବର୍ଷକୁ ସ୍ୱାଗତ ଓ ପୁରୁଣା ବର୍ଷକୁ ବିଦାୟ ଦେବା ପାଇଁ ଦୂରଦୂରାନ୍ତରୁ ଲୋକେ ଥଲକୋବାଦ ଅଭିମୁଖେ ଧାଇଁ ଆସୁଛନ୍ତି। ଏଠାରେ ଥିବା ଥଲକୋବାଦ ଗୁଫା, ଜୁମ୍ବାଇ ବୁରୁଇ ଜଳପ୍ରପାତ, ଲିଗିରିଦା ଦଳଦଳ, କିରିବୁରୁ ସନସେଟ୍ ପଏଣ୍ଟ ଓ ଘାଘୀର୍ଥୀ ଜଳପ୍ରପାତ ପର୍ଯ୍ୟଟକଙ୍କୁ ବିଶେଷ ଭାବରେ ଆକର୍ଷିତ କରୁଛି। ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା ବ୍ଲକ କାର୍ଯ୍ୟାଳୟରୁ ପ୍ରାୟ ୪୦ କିଲୋମିଟର ଦୂରରେ ସ୍ଥିତ ଥଲକୋବାଦ ଏବେ ସହରୀ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ହୋଇ ଉଠିଛି। ଘନ ଜଙ୍ଗଲ ମଧ୍ୟରେ ଥିବା ପାହାଡ଼ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ସାଧାରଣ ଲୋକଙ୍କ ମନକୁ ସହଜରେ ମୋହିତ କରୁଛି। ବିଶେଷକରି ଶୀତ ଋତୁରେ ଏହି ସ୍ଥାନ ଅଧିକ ଆକର୍ଷଣୀୟ ହୋଇଯାଇଥାଏ। 

ଆହୁରି ପଢ଼ନ୍ତୁ:Naxals Reveal Their Presence: ପୁଲିସ ଇନଫର୍ମର ଦର୍ଶାଇ ଆତ୍ମସମର୍ପଣ କରିଥିବା ନକ୍ସଲକୁ ହତ୍ୟା

ନକ୍ସଲ ଭୟ ଯୋଗୁଁ ଲୋକେ ଆସି ପାରୁନଥିଲେ

ପର୍ଯ୍ୟଟକମାନେ କହୁଛନ୍ତି ଯେ ବିଶ୍ରା ଓ ଝାରଖଣ୍ଡର ରାଜ୍ୟର ମନୋହରପୁର ସହରରୁ ଏତେ ନିକଟରେ ଥିଲେ ମଧ୍ୟ ନକ୍ସଲ ଭୟ ଯୋଗୁଁ ଲୋକେ ଏଠାକୁ ଆସି ପାରୁନଥିଲେ। କିନ୍ତୁ ଧୀରେ ଧୀରେ ନକ୍ସଲବାଦ ଶେଷ ହେବା ସହିତ ଏବେ ଏହି ଅଞ୍ଚଳରେ ପର୍ଯ୍ୟଟକଙ୍କ ଭିଡ଼ ବଢ଼ିବାରେ ଲାଗିଛି। ଜଙ୍ଗଲ ମଧ୍ୟରେ ଝରଣାର କଲକଲ ଶବ୍ଦ, ଶୁଦ୍ଧ ପବନ ଓ ପ୍ରାକୃତିକ ସୌନ୍ଦର୍ୟ ମନକୁ ଅପାର ଶାନ୍ତି ଦେଉଛି। ଦୀର୍ଘ ସମୟ ଧରି ନକ୍ସଲୀଙ୍କ ଆଶ୍ରୟସ୍ଥଳ ପାଲିଟି ଥିବା ଏହି ଅଞ୍ଚଳ ଏବେ ପୁଲିସ କାର୍ଯ୍ୟାନୁଷ୍ଠାନ ଓ ମୂଳଧାରାକୁ ଫେରିଥିବା ନକ୍ସଲୀମାନଙ୍କ ଫଳରେ ଶାନ୍ତିର ପଥରେ ଅଗ୍ରସର ହେଉଛି। ଏହି ଶାନ୍ତିର ପରିଣାମ ସ୍ୱରୂପ ଥଲକୋବାଦ ପରି ସୁଦୂରବର୍ତ୍ତୀ ସୁନ୍ଦର ସ୍ଥାନଗୁଡ଼ିକ ଏବେ ପର୍ଯ୍ୟଟନ ମାନଚିତ୍ରରେ ନୂଆ ପରିଚୟ ଗଢ଼ୁଛି।

ଆହୁରି ପଢ଼ନ୍ତୁ:Kharif Mandi: ଖରିଫ ମଣ୍ଡିରେ ୧୪୪ଚାଷୀଙ୍କ ୬୬୧୬ କୁଇଣ୍ଟାଲ କିଣି‌ଲେଣି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe