‘ଦି ନ୍ୟୁଏଜ୍ ୟୁରୋ’ ସ୍କୁଲକୁ ଦ୍ୱାଦଶ ଶ୍ରେଣୀ ବିଜ୍ଞାନ ପାଇଁ ସିବିଏସ୍‌ଇ ସ୍ୱୀକୃତି

ଛତ୍ରପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ‘ଦି ନ୍ୟୁଏଜ୍ ୟୁରୋ’ ସ୍କୁଲକୁ ଯୁକ୍ତଦୁଇ (ଦ୍ୱାଦଶ ଶ୍ରେଣୀ) ବିଜ୍ଞାନ ପାଇଁ ସିବିଏସ୍‌ଇ ସ୍ୱୀକୃତି ମିଳିଛି। ସହରର ପ୍ରଥମ ଶିକ୍ଷାନୁଷ୍ଠାନ ଭାବେ ଉକ୍ତ ସ୍କୁଲ ଏହି ଗୌରବ ହାସଲ କରିଥିବା ସହ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ମହଲରେ ଖୁସିର ଲହରି ଖେଳିଯାଇଛି।

ଅଦ୍ୟତନ ହୋଇଛି
school

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ‘ଦି ନ୍ୟୁଏଜ୍ ୟୁରୋ’ ସ୍କୁଲକୁ ଯୁକ୍ତଦୁଇ (ଦ୍ୱାଦଶ ଶ୍ରେଣୀ) ବିଜ୍ଞାନ ପାଇଁ ସିବିଏସ୍‌ଇ ସ୍ୱୀକୃତି ମିଳିଛି। ସହରର ପ୍ରଥମ ଶିକ୍ଷାନୁଷ୍ଠାନ ଭାବେ ଉକ୍ତ ସ୍କୁଲ ଏହି ଗୌରବ ହାସଲ କରିଥିବା ସହ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ମହଲରେ ଖୁସିର ଲହରି ଖେଳିଯାଇଛି।

୨୦୨୩ ମସିହାରେ ଏହି ଅନୁଷ୍ଠାନକୁ ୯ମ ଓ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ସିବିଏସ୍‌ଇ ବୋର୍ଡ(ଦିଲ୍ଲୀ) ପକ୍ଷରୁ ସ୍ୱୀକୃତି ମିଳିଥିବା ବେଳେ ଏବେ ଯୁକ୍ତଦୁଇ ବିଜ୍ଞାନ ପାଇଁ ସ୍ୱୀକୃତି ମିଳିଛି। ଛତ୍ରପୁର ସହରର ଏକମାତ୍ର ଶିକ୍ଷାନୁଷ୍ଠାନ ଯୁକ୍ତଦୁଇ ବିଜ୍ଞାନ ସିବିଏସ୍‌ଇ ପାଠ୍ୟକ୍ରମ ଅଧ୍ୟୟନ କରିବା ପାଇଁ ସ୍ୱକୃତି ପାଇଥିବା ନେଇ ଅନୁଷ୍ଠାନ ଏବଂ ଛତ୍ରପୁର ସହର ଓ ଆକପାଖ ଅଂଚଳ ନିମନ୍ତେ ଗୌରବମୟ। କାରଣ ସହରରେ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ସିବିଏସ୍‌ଇ କିମ୍ବା ଯୁକ୍ତଦୁଇ ସ୍ୱୀକୃତିପ୍ରାପ୍ତ କୌଣସି ଶିକ୍ଷାନୁଷ୍ଠାନ ନାହିଁ। ସିବିଏସ୍‌ଇ ଅଧ୍ୟୟନ ଲାଗି ବାହାରକୁ ଯାଉଥିବା ଲାଗି ଛାତ୍ରଛାତ୍ରୀ ତଥା ଅଭିଭାବକମାନଙ୍କ ପାଇଁ ସୁବିଧା ହୋଇପାରିବ। 

୨୦୧୮ ମସିହାରୁ ‘ଶକ୍ତି-ଏନ୍ ଏଜୁକେସନ୍ ଆଣ୍ଡ ଚାରିଟେବୁଲ୍ ଟ୍ରଷ୍ଟ’ ଦ୍ୱାରା ପରିଚାଳିତ ଅନ୍ତର୍ଜାତୀୟସ୍ତରର ଏହି ଶିକ୍ଷାନୁଷ୍ଠାନ ଗୁଣାତ୍ମକ ଏବଂ ଯୁଗୋପଯୋଗୀ ଶିକ୍ଷା ପ୍ରଦାନ ଏବଂ ଛାତ୍ରଛାତ୍ରୀଙ୍କ ଜ୍ଞାନକୌଶଳର ବିକାଶ ସ୍ୱତନ୍ତ୍ର ପରିଚୟ ତିଆରି କରିଛି।

କରୋନା ମହାମାରୀ ବେଳେ ଅନଲାଇନ୍ ଶିକ୍ଷାଦାନର ଉତ୍ତମ ପରିଚାଳନା ପାଇଁ ‘କାଇଟସ୍ ପ୍ରଡକ୍ସନ୍ ସଂସ୍ଥା’ ପକ୍ଷରୁ ଅନୁଷ୍ଠାନକୁ ‘ଏସିଆନ୍ ଏଜୁକେସନ୍‌-୨୦୨୦’ ସମ୍ମାନରେ ସମ୍ମାନିତ କରାଯାଇଥିଲା। 

୨୦୨୦-୨୧ରେ ଲାଇଫ୍ ସ୍କିଲ୍‌, ଡିଜିଟାଲ ଏଜୁକେସନ୍ ତଥା ସ୍ମାର୍ଟ କୋଚିଂ, ଲାଇବ୍ରେରି, ସ୍ମାର୍ଟକ୍ଲାସ୍‌,ମୌଖିକ ଶିକ୍ଷାଶୈଳୀ, କମ୍ୟୁନିକେସନ୍ ସ୍କିଲ୍‌, ଗ୍ରୁପ୍ ଆଲୋଚନା ଓ ପିକ୍‌ଚର ଆପ୍ରିସିଏସ୍‌ନ୍ ଇତ୍ୟାଦି ବିଭିନ୍ନ କାର୍ଯ୍ୟକ୍ରମକୁ ବେଙ୍ଗାଲୁରୁ ‘ଇମେଜ୍ ପ୍ଲାନେଟ୍‌’ ସଂସ୍ଥା ତରଫରୁ ପ୍ରଶଂସା କରାଯାଇଥିଲା। ସେହିପରି ଏହି ଅନୁଷ୍ଠାନ ଶ୍ରେଷ୍ଠ ଏମର୍ଜିଂ ପ୍ରାଇମେରି ସ୍କୁଲ ଇନ୍ ଛତ୍ରପୁର ନାମରେ ପୁରସ୍କୃତ ହୋଇଛି। ବହୁ ମାନ୍ୟଗଣ୍ୟ ଶିକ୍ଷାବିତ୍ ଓ ଉଚ୍ଚପଦସ୍ଥ ଅଧିକାରୀମାନେ ଏହି ବିଦ୍ୟାଳୟର ଶିକ୍ଷାଦାନକୁ ଭୂୟସ୍ରୀ ପ୍ରଶଂସା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe