କଲବଲକରୁଛି ସ୍ପଞ୍ଜକାରଖାନାର ବିଷ ପାଉଁଶ

ସ୍ପଞ୍ଜର ବିଷାକ୍ତ ଧୁଆଁ ଓ ଏଣେତେଣେ ପଡୁଥିବା ପାଉଁଶରେ କଲବଲ ହେଉଛନ୍ତି ସ୍ଥାନୀୟବାସିନ୍ଦା। କିଛି ସ୍ପଞ୍ଜ କାରଖାନା ପ୍ରଦୂଷଣ ବିଭାଗର ସମସ୍ତ ନୀତିନିୟମକୁ ଜଳାଞ୍ଜଳି ଦେଇ, ଯେଉଁଠି ପାରୁଛନ୍ତି ସେଠି ପାଉଁଶ ଫୋପାଡ଼ି ଦେଉଛନ୍ତି।

rjk

ରାଉରକେଲା/ବେଦବ୍ୟାସ: ସ୍ପଞ୍ଜର ବିଷାକ୍ତ ଧୁଆଁ ଓ ଏଣେତେଣେ ପଡୁଥିବା ପାଉଁଶରେ କଲବଲ ହେଉଛନ୍ତି ସ୍ଥାନୀୟବାସିନ୍ଦା। କିଛି ସ୍ପଞ୍ଜ କାରଖାନା ପ୍ରଦୂଷଣ ବିଭାଗର ସମସ୍ତ ନୀତିନିୟମକୁ ଜଳାଞ୍ଜଳି ଦେଇ, ଯେଉଁଠି ପାରୁଛନ୍ତି ସେଠି ପାଉଁଶ ଫୋପାଡ଼ି ଦେଉଛନ୍ତି। ବସ୍ତି, ଗ୍ରାମାଞ୍ଚଳ ଓ ଚାଷ ଜମି ନିକଟରେ ଦୈନିକ ଶହ ଶହ ଟ୍ରକ ବିଷାକ୍ତ ପାଉଁଶ ଢଳା ଯାଉଥିବା ଦେଖିବାକୁ ମିଳୁଛି। ବିନା ଅନୁମତିରେ କାରଖାନା ମାଲିକମାନେ ଏମିତି ବେଆଇନ କାମ କରୁଛନ୍ତି ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।

ଏମିତି ସମସ୍ୟା ଉପୁଜିଛି ଲାଠିକଟା କଲୁଙ୍ଗାର ବଲଣ୍ଡାଛକ ରାସ୍ତା ପାର୍ଶ୍ବରେ। ବଲଣ୍ଡା ଓ ଏହାର  ଆଖପାଖରେ ଥିବା କିଛି ସ୍ପଞ୍ଜ କାରଖାନାଗୁଡ଼ିକ ବାହାରୁଥିବା ବିଷାକ୍ତ ପାଉଁଶକୁ ନିୟମ ଅନୁଯାୟୀ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଗଦା କରିବା କଥା। କିନ୍ତୁ କାରଖାନା ମାଲିକମାନେ ଆଦୌ ଏଥିପ୍ରତି ଦୃଷ୍ଟି ହେଉନାହାନ୍ତି। କର୍ମଚାରୀଙ୍କ ଜରିଆରେ ଦୈନିକ ଶହରୁ ଅଧିକ ଟ୍ରକ ବିଷାକ୍ତ ପାଉଁଶ ଢ଼ାଳି ଦେଉଛନ୍ତି। ସ୍ଥାନୀୟ ଲୋକ ଏ ସଂକ୍ରାନ୍ତରେ ସ୍ଥାନୀୟ ପ୍ରଶାସନ ଓ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣବୋର୍ଡ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ବେଆଇନ କାର୍ଯ୍ୟ କରୁଥିବା କାରଖାନାର ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଛନ୍ତି। ହେଲେ ଏଯାଏଁ କୌଣସି ଗୋଟିଏ ହେଲେ ସ୍ପଞ୍ଜ କାରଖାନା ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନି। ଫଳରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଯାତାୟତରେ ବାଧା ଉପୁଜୁଛି। ବୃଢ଼ାବୁଢ଼ି ନାଦାଦି ରୋଗରେ ଆକ୍ରାନ୍ତ ହେଉଛନ୍ତି। ସମଗ୍ର ଅଞ୍ଚଳରେ ପୁତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି।

ଏ ସଂକ୍ରାନ୍ତରେ ଆଞ୍ଚଳିକ ପ୍ରଦୂଷଣ ନିୟମନ୍ତ୍ରଣବୋର୍ଡ ଅଧିକାରୀ ଇଂ. ଅନୁପ କୁମାର ମଲ୍ଲିକ କହିଛନ୍ତି, ଆମେ କାହାକୁ ଅନୁମତି ଦେଇନାହୁଁ। ଯେଉଁମାନେ ଏମିତି ବେଆଇନ କାମ କରୁଛନ୍ତି, ଲିଖିତ ଅଭିଯୋଗ ଆସିଲେ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe