ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ସାର୍କୁବନ୍ଧ ଝୁଲା ପୋଲ

ଗୁରୁପ୍ରିୟା ସେତୁ ଦୀର୍ଘ ୪୫ ବର୍ଷ ପରେ ନିର୍ମାଣ ହୋଇଥିବା ବେଳେ ସ୍ବାଭିମାନ ଅଂଚଳବାସୀକୁ ଏବେ ବି ଏହା ବିଶ୍ବାସ ଲାଗୁ ନାହିଁ। ସ୍ବାଭିମାନ ଅଂଚଳର ୯ଟି ପଞ୍ଚାୟତକୁ ଯୋଡିବାକୁ ହେଲେ ସାର୍କୁବନ୍ଧ ନିକଟରେ ଏକ ଝୁଲା ପୋଲର ଆବଶ୍ୟତା ପଡୁଥିଲା। ଗୁରୁପ୍ରିୟା ଭଳି ଏକ ବିରାଟ ସେତୁର ଦରକାର ପଡୁଥିଲା।

ମାଲକାନଗିରି: ମାଲକାନଗିରି ଜିଲ୍ଲାର ସବୁଠାରୁ ବିଶାଳ ସେତୁ ତଥା ବହୁ ପ୍ରତିକ୍ଷୀତ ସେତୁ ଗୁରୁପ୍ରିୟା ସେତୁ ଦୀର୍ଘ ୪୫ ବର୍ଷ ପରେ ନିର୍ମାଣ ହୋଇଥିବା ବେଳେ ସ୍ବାଭିମାନ ଅଂଚଳବାସୀକୁ ଏବେ ବି ଏହା ବିଶ୍ବାସ ଲାଗୁ ନାହିଁ। ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେତୁ ଉଦଘାଟନ ପାଇଁ ବିଛିନ୍ନାଞ୍ଚଳରେ ପହଞ୍ଚିଥିଲେ। ଏହାକୁ ଉଦଘାଟନ କରିବା ପରେ ବିଛିନ୍ନାଞ୍ଚଳକୁ ଆଉ ବିଛିନ୍ନାଞ୍ଚଳକୁ ହଟାଇ ସ୍ବାଭିମାନ ଅଂଚଳ ଭାବେ ନାମିତ କରିଥିଲେ।

ତେବେ ଗୁରୁପ୍ରିୟା ପରେ ମଧ୍ୟ ସ୍ବାଭିମାନ ଅଂଚଳର ଦୁଃଖ ଦୁର ହୋଇନଥିଲା। ସ୍ବାଭିମାନ ଅଂଚଳର ୯ଟି ପଞ୍ଚାୟତକୁ ଯୋଡିବାକୁ ହେଲେ ସାର୍କୁବନ୍ଧ ନିକଟରେ ଏକ ଝୁଲା ପୋଲର ଆବଶ୍ୟତା ପଡୁଥିଲା। ଗୁରୁପ୍ରିୟା ଭଳି ଏକ ବିରାଟ ସେତୁର ଦରକାର ପଡୁଥିଲା। ଏହି ସାର୍କୁବନ୍ଧ ସେତୁକୁ ମଧ୍ୟ ସରକାର ନିର୍ମାଣ ପାଇଁ ଦୀର୍ଘ ଦିନ ଧରି ଟେଣ୍ଡେର କରିବା ପରେ ମଧ୍ୟ ସେତୁ ନିର୍ମାଣରେ ଡେରି ହୋଇଥିଲା। ନକ୍ସଲଙ୍କ ଉତ୍ପାତ ଯୋଗୁଁ ଏହି ସେତୁ ନିର୍ମାଣ ହେବାରେ ବିଳମ୍ବ ଦେଖା ଦେଇଥିଲା।ପରେ ବିଏସଏଫଙ୍କ ସୁରକ୍ଷା ବଳୟରେ ଏହା ନିର୍ମାଣ କରାଯାଇଥିଲା।

publive-image

ଏବେ ପର୍ଯ୍ୟଟନ ଋତୁ ଆସିଥିବା ବେଳେ ଏହି ପୋଲକୁ ଦେଖିବା ଏବଂ ଏଠାରେ ସେଲଫି ଉଠାଇବାକୁ ପର୍ଯ୍ୟଟକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳୁଛି। କେବଳ ଜିଲ୍ଲାର ନୁହେଁ ବରଂ ପଡୋଶୀ ଛତିଶଗଡ ଏବଂ ଆନ୍ଧ୍ର ପ୍ରଦେଶରୁ ବହୁ ପର୍ଯ୍ୟଟକ ଏବେ ଏଠାରେ ଭିଡ ଜମାଇଛନ୍ତି। ଦିନେ ଏହା ନକ୍ସଲ କବଜାରେ ଥିଲା। ଏବେ କିନ୍ତୁ ଲୋକଙ୍କ ମନମୋହୁଛି ଓ ଆକୃଷ୍ଟ କରୁଛି ଏହି ଝୁଲା ପୋଲ।

ସୂଚାନଯୋଗ୍ୟ ଯେ ଏହି ଝୁଲାପୋଲକୁ ତତ୍କାଳୀନ ସରକାର ୩ କୋଟି ୭୪ ଲକ୍ଷ ଟଂକାରେ ନିର୍ମାଣ କରିଥିଲେ। ଏହି ଝୁଲାପୋଲ ହେବା ପରେ ୯ଟି ପଞ୍ଚାୟତକୁ ରାସ୍ତା ସଂଯୋଗୀକରଣ କରାଯାଇପାରିଥିଲା। କୋଲକୋତାର ଗାର୍ଡନ ରିଚ ସିପ ବିଲଡର୍ସ ନାମକ କମ୍ପାନି ଏହା ନିର୍ମାଣ କରିଥିଲା। ଏହି ସାର୍କୁବନ୍ଧ ଝୁଲାପୋଲକୁ ସମନ୍ବିତ ଆଦିବାସୀ ସଂସ୍ଥା ପକ୍ଷରୁ ନିର୍ମାଣ କରାଯାଇଛି। ଖୁବ ସୁନ୍ଦର ପରିବେଶ ମଧ୍ୟରେ ଏହି ଝୁଲାପୋଲ ରହିଥିବାରୁ ଲୋକଙ୍କ ମନ ମୋହିବା ସହ ଭୋଜି ଭାତର ଆସର ମଧ୍ୟ ଜମୁଥିବା ଦେଖିବାକୁ ମିଳିଛି। ନକ୍ସଲଙ୍କ ଗତିବିଧି କମିଥିବାରୁ ପର୍ଯ୍ୟଟକ ବେଧଡକ ଏଠାରେ ବୁଲି ପାରୁଛନ୍ତି।ଫେବ୍ରୁଆରି ମାସ ପର୍ଯ୍ୟନ୍ତ ଏଠାରେ ଭିଡ ଜମେ ବୋଲି ସ୍ଥାନୀୟ ଲୋକେ କହନ୍ତି। ଗୁରୁପ୍ରିୟା ପରେ ସାର୍କୁବନ୍ଧ ପୋଲ ସ୍ବାଭିମାନ ଅଂଚଳବାସୀଙ୍କ ଲାଇଫ ଲାଇନ କହିଲେ ଅତ୍ୟୁକ୍ତି ହେବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe