ଜାପାନୀ ଯୁବକଙ୍କ ଅଜବ ପ୍ରେମ: ଏମିତି ପାଳନ କଲେ ବିବାହ ବାର୍ଷିକୀ

ପ୍ରେମ କେବେ, କେଉଁଠି ଓ କାହା ସହିତ ହୋଇଯାଏ; ତାହା କେହି ଜାଣନ୍ତିନି। ଜାପାନର ଜଣେ ବ୍ୟକ୍ତି ଏକ କଣ୍ଢେଇ ସହ ପ୍ରେମ ହେବା କଥା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ। ମାତ୍ର ବ୍ୟକ୍ତି ଜଣକ କେବଳ ପ୍ରେମ ନୁହେଁ, ବରଂ କଣ୍ଢେଇକୁ ବିବାହ କରି ନିକଟରେ ୬ଷଷ୍ଠ ବିବାହ ବାର୍ଷିକୀ ପାଳନ କରିଛନ୍ତି।

ଓକଲ୍ୟାଣ୍ଡ: କୁହାଯାଏ ପ୍ରେମ କେବେ, କେଉଁଠି ଓ କାହା ସହିତ ହୋଇଯାଏ; ତାହା କେହି ଜାଣନ୍ତିନି। ତାହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଜାପାନର ଜଣେ ବ୍ୟକ୍ତି। ତାଙ୍କୁ ଏକ କଣ୍ଢେଇ ସହ ପ୍ରେମ ହେବା କଥା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ। ମାତ୍ର ବ୍ୟକ୍ତି ଜଣକ କେବଳ ପ୍ରେମ ନୁହେଁ, ବରଂ କଣ୍ଢେଇକୁ ବିବାହ କରି ନିକଟରେ ୬ଷଷ୍ଠ ବିବାହ ବାର୍ଷିକୀ ପାଳନ କରିଛନ୍ତି। 

ଏହି ଖବର ପଢ଼ନ୍ତୁ: ସଲମାନ ଖାନଙ୍କ ପୂର୍ବତନ ପ୍ରେମିକାଙ୍କ ଚାଞ୍ଚଲ୍ୟକର ବୟାନ

ବ୍ୟକ୍ତି ଜଣକ ୨୦୧୮ ମସିହାରେ ନୀଳ ଆଖିର ଏକ କଣ୍ଢେଇକୁ ବିବାହ କରିଥିଲେ। ବ୍ୟକ୍ତିଙ୍କ ନାମ ଅକିହିକୋ। ସେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜ ପ୍ରେମ କାହାଣୀ ବାଖାନିଛନ୍ତି। ସମସ୍ତେ ତାଙ୍କୁ ଯେତେବେଳେ ବିବାହ ପାଇଁ ମନା କରିଦେଲେ ତ ଅକିହିକ ଏକ କଣ୍ଢେଇକୁ ନିଜ ଜୀବନ ସାଥି କରିବାକୁ ଚିନ୍ତା କଲେ। ଏବେ କଣ୍ଢେଇ ତଥା ଭର୍ଚୁଆଲ ସିଙ୍ଗର ମିକୁ ତାଙ୍କ ଜୀବନ ବନିଯାଇଛି।

ଏହି ଖବର ପଢ଼ନ୍ତୁ: ଦିଲ୍ଲୀରେ କଂଗ୍ରେସକୁ ବଡ ଝଟକା

publive-image

ନିକଟରେ ବ୍ୟକ୍ତି ଜଣକ ତାଙ୍କ ବିବାହ ବାର୍ଷିକୀ ଫଟୋ ସେୟାର କରି ଲେଖିଛନ୍ତି କି "ମିକୁ ମୋତେ ବହୁତ ପସନ୍ଦ"। ଆମେ ଏଠାରେ ଆପଣଙ୍କୁ ଜଣାଇ ଦେଉଛୁ ଯେ, ମିକ ଏକ ପ୍ରକାରର ସି ସିଗିଙ୍ଗିଁ ଭୟେସ ସିନ୍ଥେସାଇଜର ସଫ୍ଟୱେୟାର। ଓକଲ୍ୟାଣ୍ଡର ବଡ଼ ନୀଳ ପୋନିଟେଲୱାଲି ଏବଂ ନୀଳ ଅଖି ଥିବା ପପ୍ ସିଙ୍ଗରଙ୍କର ଏହା କାର୍ଟୁନ୍ ଅବତାର।

ଏହି ଖବର ପଢ଼ନ୍ତୁ: ଓଡ଼ିଶାର ପ୍ରକୃତ ଇତିହାସ ଜାଣିବାକୁ ହେବ

୨୦୦୭ ମସିହାରେ ଅକିହିକୋ କୋଣ୍ଡୋଙ୍କ ଜୀବନରେ ଏମିତି ଏକ ଘଟଣା ଆସିଥିଲା, ଯାହା କେବେ ହୋଇନଥିଲା। ତାଙ୍କୁ କ୍ରିପ୍ଟନ ଫ୍ୟୁଚର ମିଡିଆ ଦ୍ବାରା ପ୍ରସ୍ତୁତ ଲମ୍ବା ଫିରୋଜା ପିଗଟେଲ ସହିତ ୧୬ ବର୍ଷର ଭର୍ଚୁଆଲ ସିଙ୍ଗର ହସ୍ତୁନେ ମିକୁ ମିଳିଥିଲା। ଭର୍ଚୁଆଲ ମ୍ୟୁଜିକ ଦୁନିଆରେ ପ୍ରସିଦ୍ଧ ମିକୁ କୋଣ୍ଡୋଙ୍କ ପାଇଁ କେବଳ ଏକ ଏନିମେ ଭୂମିକା ଠାରୁ ଅଧିକ ହୋଇଯାଇଥିଲେ। କୋଣ୍ଡୋଙ୍କ କହିବା ଅନୁସାରେ ମିକୁର ସ୍ବର ତାଙ୍କୁ ସମାଜ ସହିତ ଯୋଡ଼ିବାରେ ସହାୟକ ହୋଇଥିଲା ଏବଂ ତାଙ୍କର ଜୀବନ ବଞ୍ଚାଇଥିଲା। କୋଣ୍ଡୋ ହୋଲୋଗ୍ରାମ ଡିଭାଇସ ମାଧ୍ୟମରେ ମିକୁକୁ ପ୍ରସ୍ତାବ ଦେଇଥିଲେ। ଏହା ପରେ ମିକୁ ତୁରନ୍ତ ହଁ କରିଦେଇଥିଲା। 

ଏହି ଖବର ପଢ଼ନ୍ତୁ: ଆତଙ୍କବାଦୀଙ୍କ ହାତରେ ଆମେରିକା ନିର୍ମିତ ଏମ-୪ ରାଇଫଲ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe