ତିନି ଗାଁର ଶତାଧିକ ମହିଳାଙ୍କ ଉଦ୍ୟ‌ମରେ ସବୁଜିମା ପାଲଟିଲା ପଡ଼ିଆ ଜମି

Advertisment

ପଟ୍ଟାଙ୍ଗି ଅଂଚଳରେ ଥିବା ସେରୁବନ୍ଧ, ମାଙ୍କଡଝୋଲା, ଫୁଲକଣ୍ଡା ଓ ବାୟାଡ଼ଙ୍ଗରରେ ଲୋକେ ପଡୁଚାଷ କରୁଥିଲେ। ବହୁ ପାହାଡ ଲଣ୍ଡା ହୋଇ ରହିଥିଲା। ଗତ ୧୦ ବର୍ଷ ଧରି ସିପାଇପୁଟ, ପରଜା ସିପାଇପୁଟ, କପନ୍ନାଦୋରାଗୁଡା, ଉପର ଓ ତଳ ଏରାସାନ୍ତାଗୁଡା ଗାଁର ଶତାଧିକ ମହିଳା ଏହାକୁ ସବୁଜିମାରେ ପରିଣତ କରିଛନ୍ତି।

ପଟ୍ଟାଙ୍ଗି ଅଂଚଳରେ ଥିବା ସେରୁବନ୍ଧ, ମାଙ୍କଡଝୋଲା, ଫୁଲକଣ୍ଡା ଓ ବାୟାଡ଼ଙ୍ଗରରେ ଲୋକେ ପଡୁଚାଷ କରୁଥିଲେ। ବହୁ ପାହାଡ ଲଣ୍ଡା ହୋଇ ରହିଥିଲା। ଗତ ୧୦ ବର୍ଷ ଧରି ସିପାଇପୁଟ, ପରଜା ସିପାଇପୁଟ, କପନ୍ନାଦୋରାଗୁଡା, ଉପର ଓ ତଳ ଏରାସାନ୍ତାଗୁଡା ଗାଁର ଶତାଧିକ ମହିଳା ଏହାକୁ ସବୁଜିମାରେ ପରିଣତ କରିଛନ୍ତି।

00

କୋରାପୁଟ: ଜିଲ୍ଲାର ପଟ୍ଟାଙ୍ଗି ଅଂଚଳରେ ଥିବା ସେରୁବନ୍ଧ, ମାଙ୍କଡଝୋଲା, ଫୁଲକଣ୍ଡା ଓ ବାୟାଡ଼ଙ୍ଗରରେ ଲୋକେ ପଡୁଚାଷ କରୁଥିଲେ। ବହୁ ପାହାଡ ଲଣ୍ଡା ହୋଇ ରହିଥିଲା। ଗତ ୧୦ ବର୍ଷ ଧରି ସିପାଇପୁଟ, ପରଜା ସିପାଇପୁଟ, କପନ୍ନାଦୋରାଗୁଡା, ଉପର ଓ ତଳ ଏରାସାନ୍ତାଗୁଡା ଗାଁର ଶତାଧିକ ମହିଳାମ‌ାନେ ଜଗିବା ସହ ଖାଲି ସ୍ଥାନରେ ନୂଆ ବୃକ୍ଷରୋପଣ କରିବା ଫଳସ୍ୱରୁପ ଏକ ହଜାର ହେକ୍ଟର ଅଂଚଳ ଆଜି ସବୁଜିମାରେ ପରିଣତ ହୋଇଛି। ଏପରିକି ରାଜ୍ୟ ସରକାରଙ୍କ ତରଫରୁ ଚଳିତ ବର୍ଷ ଏହି ଗ୍ରାମ ଗୁଡିକର ମହିଳାଙ୍କୁ ନେଇ ଗଠିତ ଜଙ୍ଗଲ ସୁରକ୍ଷା କମିଟି କୁ ରାଜ୍ୟସ୍ତରରେ ପ୍ରକୃତି ମିତ୍ର ସମ୍ମାନ ପାଇପାରିଛନ୍ତି।

ପୂର୍ବପୁରୁଷରୁ ଚାଲି ଆସିଥିବା ପୋଡୁ ଚାଷ ଯୋଗୁଁ ଲଣ୍ଡା ହୋଇଯାଇଥିବା ପାହାଡ଼ ରେ ଗଛ ଲଗାଇବା ଓ ତାକୁ ସଂରକ୍ଷଣ କରିବା କିଛି କମ୍ କଷ୍ଟକର କାର୍ଯ୍ୟ ନଥିଲା ବୋଲି କହିଛନ୍ତି  ମହିଳା ସଦସ୍ୟ ମୋତି ଖରା। ଏଫ୍ଇଏସ ସଂସ୍ଥାର ନିର୍ଦ୍ଦେଶନା ଓ ସହଯୋଗିତା ଫଳରେ ଗତ କିଛି ବର୍ଷରେ ଏହି ଘଞ୍ଚ ଜଙ୍ଗଲ ସୃଷ୍ଟି ହୋଇପାରିଥିବା କହିଛନ୍ତି ମୋତି। ଜୈବ ବିବିଧତାରେ ପରିପୂର୍ଣ୍ଣ ଏହି ପର୍ବତ ଗୁଡିକରେ ପ୍ରାୟ ଏକ ହଜାର ହେକ୍ଟର ବ୍ୟାପି ପାହାଡିଆ ଜମିରେ ବିଭିନ୍ନ କିସମର ବୃକ୍ଷ ରୋପଣ କରିବାସହ ଜଙ୍ଗଲକୁ ତା ନିଜ ପ୍ରକ୍ରିୟା ଚାଲୁ ରଖିବା ପାଇଁ ଛାଡି ଦେବା ଫଳରେ ଅନେକ ଔଷଧୀୟ ବୃକ୍ଷ ରେ ଏହି ଅଞ୍ଚଳ ଭରିପଡ଼ିଥିବା ସେ ସୂଚନା ଦେଇଛନ୍ତି।

publive-image

ଜଙ୍ଗଲରୁ ଗଛ କାଟିବା ଉପରେ ନିଷେଧାଜ୍ଞା ଜାରି କରାଯାଇଥିବା ବେଳେ ଗ୍ରାମବାସୀ ନିଜ ଜାଳେଣି ଆବଶ୍ୟକତାକୁ ମେଣ୍ଟାଇବା ପାଇଁ ନିୟନ୍ତ୍ରିତ ଭାବେ ଶୁଖିଲା କାଠ ସଂଗ୍ରହ ନିମନ୍ତେ  ଅନୁମତି ପ୍ରଦାନ କରାଯାଇଛି। ତେବେ ଏହି ଜଙ୍ଗଲର ସୁରକ୍ଷା ର  ସ୍ଥାୟୀତ୍ଵ କୁ ବୃଦ୍ଧି  କରିବା ପାଇଁ ଗାଁକୁ  ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବାପାଇଁ ଗ୍ରାମବାସୀ ଆବେଦନ କରିଥିଲା ବେଳେ ଗୋଷ୍ଠୀଗତ ଜଙ୍ଗଲ ଜମିପଟ୍ଟା ପାଇବା ଦିଗରେ ଏଫଇଏସ ସହଯୋଗର ହାତ ବଢ଼ାଇଥିବା ଏହି ସଂସ୍ଥାର ଜିଲ୍ଲା ପରିଚାଳକ ପ୍ରଦୀପ କୁମାର ମିଶ୍ର ଜଣାଇଛନ୍ତି। କୋରାପୁଟ ଜିଲ୍ଲାର ବିଭିନ୍ନ ବ୍ଲକରେ ୧୦ହଜାର ମହିଳାଙ୍କୁ ନେଇ ଏଫଇଏସ କାର୍ଯ୍ୟ କରୁଥିବା ବେଳେ ସରକାରଙ୍କ ଦ୍ୱାରା ଦିଆଯାଉଥିବା ସମ୍ମାନ ଓ ସହଯୋଗ ଏହି ମହିଳାଙ୍କ ମଧ୍ୟରେ ପ୍ରକୃତି ର ସୁରକ୍ଷା କରିବା ଦିଗରେ ନୂତନ ଆଗ୍ରହ ସୃଷ୍ଟି କରାଇଛି ବୋଲି କହିଛନ୍ତି ଶ୍ରୀ ମିଶ୍ର।

ଏହି ଅଂଚଳର ମହିଳା ବୃକ୍ଷର ସୁରକ୍ଷା କରିବା ସହିତ ଜଙ୍ଗଲ ମଧ୍ୟରେ ରହୁଥିବା କୁଟ୍ରା, ମୟୁର, ବାରାହା, ଠେକୁଆ ଭଳି ଛୋଟ ବଡ ଜଙ୍ଗଲୀ ପଶୁ ଏବଂ ଗଛରୁ ଗଛକୁ ଉଡି ବୁଲୁଥିବା ରଙ୍ଗ ବେରଙ୍ଗ ର ପକ୍ଷୀ ଙ୍କ ପାଇଁ ମଧ୍ୟ ଏକ ସୁରକ୍ଷାର ବଳୟ ସୃଷ୍ଟି କରିପାରିଛନ୍ତି। ଏହାର ଫଳସ୍ୱରୂପ ଗାଁ ମଧ୍ୟକୁ ଏବେ ବିଭିନ୍ନ ପଶୁ ପଶି ଆସି ଜୀବନରେ ଆନନ୍ଦ ଭରିଚାଲିଥିବା ସିପାଇପୁଟ ଗ୍ରାମର ମହିଳା ଆରାବତୀ ଗଲବ ଜଣାଇଛନ୍ତି।

ତେବେ ଏତେବଡ ଜଙ୍ଗଲକୁ ଜଗିବା କିଛି କମ କଷ୍ଟକର କାର୍ଯ୍ୟ ନଥିଲା। ଏହି ସମସ୍ୟାରେ ସମାଧାନ କରିବା ପାଇଁ ମହିଳାମାନେ ପ୍ରତିଦିନ ପାଳି କରି ଜଗୁଥିବା ବେଳେ ପ୍ରତି ମାସ ୯ ତାରିଖରେ ମହିଳା ସଂଗଠନର ସମସ୍ତ ସଦସ୍ୟ ଜଙ୍ଗଲ ମଧ୍ୟରେ ବୁଲି ଆସୁଛନ୍ତି। ଗୋବର ଘଷିକୁ ଜାଳେଣି ଭାବେ ବ୍ୟବହାର କରୁଥିବା ଯୋଗୁଁ ଜାଲେଣି କାଠ ପାଇଁ ଜଙ୍ଗଲ କୁ ନଷ୍ଟ କକରିବା କମିଯାଇଥିବା ସେ ଜଣାଇଛନ୍ତି। ଏହିପରି ସଂଗଠିତ ହୋଇଥିବା ମହିଳାଙ୍କ ସହଯୋଗରେ ଜିଲ୍ଲାରେ ଜଙ୍ଗଲ ତଥା ଜଙ୍ଗଲୀ ପଶୁ ସଂରକ୍ଷଣ ସମ୍ଭବ ହୋଇପାରିଥିବା  କହିଛନ୍ତି କୋରାପୁଟ ଡ଼ିଏଫଓ କେଭି ଭାସ୍କର ରାଓ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe