ଉଦଳା: ଅସହ୍ୟ ଜାଡୁଆ ଶୀତରେ ବିଳମ୍ବିତ ରାତିରେ ଲୁଟିଲେ ଦୁର୍ବୃତ୍ତ। ଦୁଇ ମନ୍ଦିରରେ ବୁଲାଇଲେ କଳାକନା। ଉଦଳା ଥାନା ଏନଏସି ୯ ନମ୍ବର ୱାର୍ଡରେ ଥିବା ପୁରାତନ ମଣି ନାଗେଶ୍ୱର ମନ୍ଦିର ଓ ଗାୟତ୍ରୀ ମନ୍ଦିରରୁ ଦୁର୍ବୃତ୍ତ କରିଛନ୍ତି ଲୁଟ୍। ମଣି ନାଗେଶ୍ୱର ମନ୍ଦିରରେ ପଶି ଠାକୁରଙ୍କ ପିତ୍ତଳ ହାଣ୍ଡି ନେବା ସହିତ ହୁଣ୍ଡି ବାକ୍ସ ତାଲା ଭାଙ୍ଗି ସେଥିରେ ଥିବା ଦାନ ଅର୍ଥ ଲୁଟିନେଇଛନ୍ତି। ହୁଣ୍ଡି ବାକ୍ସ ୭ ବର୍ଷ ରୁ ଅଧିକ ହେବ ଖୋଲା ଯାଇ ନ ଥିବା ବେଳେ କେତେ ଟଙ୍କା ଲୁଟ ହୋଇଛି ତାହା ସ୍ପଷ୍ଟ ହୋଇ ନାହିଁ।
ଉଦଳା ପୁଲିସର ତଦନ୍ତ ଆରମ୍ଭ
ଏହା ସହିତ ନିକଟରେ ଥିବା ଗାୟତ୍ରୀ ମନ୍ଦିର ମୁଖ୍ୟ ଗେଟ ତାଲା ଭାଙ୍ଗି ମାଙ୍କର ରୂପା ମୁକୁଟ ଏବଂ ଅନ୍ୟ ରୁପା ଓ ପିତ୍ତଳ ବାସନ ଲୁଟିନେଇଛନ୍ତି। ତେବେ ଗାୟତ୍ରୀ ମନ୍ଦିରରେ ଲୁଟେରାଙ୍କ ପାଦ ଚିହ୍ନ ପଡ଼ିଥିଵା ବେଳେ ଛୋଟ ପିଲାଙ୍କ ପାଦ ଚିହ୍ନ ମଧ୍ୟ ରହିଛି। ଖବର ପାଇ ଉଦଳା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଆହୁରି ପଢ଼ନ୍ତୁ: Young Man Death ପାରିବାରିକ କଳହର କରୁଣ ପରିଣତି: କିଆବୁଦାରେ ବେକରେ ଗଞ୍ଜି ଲଗେଇ ଝୁଲିପଡ଼ିଲେ ଯୁବକ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2026/01/07/untit-2026-01-07-13-39-27.png)