ରାଜପଥରୁ ସାଇନ ବୋର୍ଡ ନେଉଥିଲା ଦୁର୍ବୃତ୍ତ; ଧରିପକାଇଲେ ଏନ୍‌ଏଚ୍‌ ପାଟ୍ରୋଲିଂ ଟିମ୍‌

Advertisment

ବୈଶିଙ୍ଗା ଥାନା ଅଧୀନ ଦେଇ ଯାଇଥିବା ୧୮ନଂ ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଲାଗିଥିବା ସାଇନ ବୋର୍ଡ ଗୁଡିକୁ କାଟି ଟ୍ରଲିରେ ବୋହି ଚୋରାଇ ନେଉଥିବାବେଳେ ଏନଏଚ ପାଟ୍ରୋଲିଙ୍ଗ ଟିମ ହାତରେ ଧରାପଡ଼ିଲେ ବାଲେଶ୍ୱର ଅଞ୍ଚଳର ଯୁବକ ଶେଖ ହମିଦ୍‌।

ବୈଶିଙ୍ଗା ଥାନା ଅଧୀନ ଦେଇ ଯାଇଥିବା ୧୮ନଂ ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଲାଗିଥିବା ସାଇନ ବୋର୍ଡ ଗୁଡିକୁ କାଟି ଟ୍ରଲିରେ ବୋହି ଚୋରାଇ ନେଉଥିବାବେଳେ ଏନଏଚ ପାଟ୍ରୋଲିଙ୍ଗ ଟିମ ହାତରେ ଧରାପଡ଼ିଲେ ବାଲେଶ୍ୱର ଅଞ୍ଚଳର ଯୁବକ ଶେଖ ହମିଦ୍‌।

Sign board stolen

Sign board stolen

ବୈଶିଙ୍ଗା: ସଡ଼କ ପରିବହନ ମନ୍ତ୍ରଣାଳୟର ନିଷ୍ପତ୍ତିରେ ରାଜପଥରେ ଦୁର୍ଘଟଣା ଦୂର କରିବା ପାଇଁ ରାସ୍ତାପାର୍ଶ୍ୱ ଓ ଡାଇଭର୍ସନରେ ବିଭିନ୍ନ ସୂଚନା ଭିତ୍ତିକ ସାଇନ ବୋର୍ଡ ଲଗାଯାଇଛିl

ସୂଚନା ଅନୁଯାଇ ବୈଶିଙ୍ଗା ଥାନା ଅଧୀନ ଦେଇ ଯାଇଥିବା ୧୮ନଂ ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଲାଗିଥିବା ସାଇନ ବୋର୍ଡ ଗୁଡିକୁ କାଟି ଟ୍ରଲିରେ ବୋହି ଚୋରାଇ ନେଉଥିବାବେଳେ ଏନଏଚ ପାଟ୍ରୋଲିଙ୍ଗ ଟିମ ହାତରେ ଧରାପଡ଼ିଲେ ବାଲେଶ୍ୱର ଅଞ୍ଚଳର ଯୁବକ ଶେଖ ହମିଦ୍‌।

ହମିଦ ଆଜି ସକାଳ ପ୍ରାୟ ୯ଟା ୪୫ ମିନିଟ୍‌ରେ ଏକାଧିକ ସାଇନ ବୋର୍ଡ ବୋଝେଇ କରି ଜାତୀୟ ରାଜପଥରେ ଯାଉଥିବାବେଳେ ରଙ୍ଗାମାଟିଆ ଛକ ନିକଟରେ ଜାତୀୟ ରାଜପଥ ପାଟ୍ରୋଲିଙ୍ଗ ଟିମ୍‌ ହାତରେ ଧରାପଡ଼ିଥିଲାl

ଖବର ପାଇ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସାଇନ ବୋର୍ଡ ସବୁକୁ ଜବତ କରିବା ସହିତ ହମିଦକୁ ଗିରଫ କରି ଥାନାକୁ ନେଇଯାଇଥିଲେl ପରେ ଜାତୀୟ ରାଜପଥ ତତ୍ୱାବଧାନ ଦାଇତ୍ୱରେ ଥିବା 'ଆଇରନ ଟ୍ରେଙ୍ଗଲ ଲିମିଟେଡ଼' ନାମକ ସଂସ୍ଥାର କର୍ମଚାରୀ ଦିନେଶ ପିଡି ସିଂଙ୍କ ଲିଖିତ ଅଭିଯୋଗରେ ତଦନ୍ତକାରି ଥାନା ଏଏସଆଇ ସୁବ୍ରତ କୁମାର ସାହୁ ୧୨୦/୨୫ନଂରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସାଇନ ବୋର୍ଡ ଲୁଟେରା ଶେଖ ହମିଦକୁ କୋର୍ଟ ଚାଲାଣ କରିଛନ୍ତି l

Mayurbhanj

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe