ଭୁବନ: ଗଛରେ ବନ୍ଧା ହୋଇଥିବା ଯୁବକ ମନ୍ଦିର ଚୋର। ତାହା ପୁଣି ଭୁବନର ଆରାଧ୍ୟ ଠାକୁର ବୁଦ୍ଧେଶ୍ୱର ମନ୍ଦିର। ଦୈନିକ ବିଭିନ୍ନ ସ୍ଥାନ ରୁ ଚୋରି କରିଥିଲା ଲୋକେ ହଁ ମ କହି ଛାଡ଼ିଦେଉଥିଲେ। ଏବେ ଠାକୁର ଧରାଇଲେ। ଧରାପଡ଼ିଲା କୁଖ୍ୟାତ ମନ୍ଦିର ଚୋର । ବିଭିନ୍ନ ମନ୍ଦିରରୁ ଚୋରିକରି ଖସିଯାଉଥିଲା । କିନ୍ତୁ ଚୋର ଘର ସବୁବେଳେ ଅନ୍ଧାର ନଥାଏ । ଦିନେ ନା ଦିନେ ଆଲୁଅ ହେବ । ମଧ୍ୟରାତ୍ରିରେ ମନ୍ଦିରରୁ ଚୋରିକରି ଚମ୍ପଟ ମାରୁଥିବାବେଳେ ଲୋକଙ୍କ ଦ୍ବାରା ଧରାପଡି ଗଛରେ ବନ୍ଧା ହେଲା । ଏପରି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦରେ ।
ଅଳିଆ ବୁହା ଟ୍ରଲିରୁ ମିଳିଲା ପୁଳାପୁଳା ପିତ୍ତଳ ସାମଗ୍ରୀ
ଭୁବନର ଆରାଧ୍ୟ ପ୍ରସିଦ୍ଧ ବାବା ବୁଦ୍ଧେଶ୍ବରଙ୍କ ମନ୍ଦିର, ଶନି ମନ୍ଦିର, ରାଧାକୃଷ ଓ ପାର୍ବତୀ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ପିତ୍ତଳ ସାମଗ୍ରୀ ଯଥା ଘଣ୍ଟି, ଥାଳ, ନାଗ ଓ ଢାଳ ଚୋରିକରି ଏକ ଅଳିଆ ଟ୍ରଲି ସାହାଯ୍ୟରେ ଲଦି ଠେଲିଠେଲି ନେଉଥିଲା ଚୋର । ରାତ୍ରି ପ୍ରାୟ ଦୁଇ ରୁ ତିନିଟା ହେବ । କେହି କହିବେ ଅଳିଆ ଫୋପାଡିବାକୁ ନିଆଯାଉଛି। କିଛି ଶ୍ରମିକ କାମକୁ ବାହାରିଥିବାବେଳେ ସନ୍ଦେହରେ ଚୋରଟିକୁ ଅଟକାଇ ଦେଖିଥିଲେ। ଅଳିଆ ବୁହା ଟ୍ରଲିରୁ ମିଳିଲା ପୁଳାପୁଳା ପିତ୍ତଳ ସାମଗ୍ରୀ।
ଆହୁରି ପଢ଼ନ୍ତୁ Matric Exam Absent ମୟୂରଭଞ୍ଜରେ ମାଟ୍ରିକ୍ ପରୀକ୍ଷା: ପ୍ରଥମ ଦିନରେ ୭୭୧ ଅନୁପସ୍ଥିତ
ଚୋରକୁ ନେଇ ବାବା ବୁଦ୍ଧେଶ୍ବରଙ୍କ ମନ୍ଦିର ପ୍ରାଙ୍ଗଣରେ ଏକ ଗଛରେ ବାନ୍ଧି ମନ୍ଦିର କମିଟକୁ ଖବର କରିଥିଲେ । ଚୋର ଜଣକ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ୍ବାର୍ଡ- ୯ ଅନ୍ତର୍ଗତ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ପୁଅ ମାନସ ମହାପାତ୍ର । ଖବର ପାଇ ଘଟଣାସ୍ଥଳରେ ଭୁବନ ପୁଲିସ ପହଞ୍ଚି ତଦନ୍ତ ଚଳାଇଛି।
ଆହୁରି ପଢ଼ନ୍ତୁ 2 Young Men Death Accident ସରଫଗଡ଼ ଜଳଭଣ୍ଡାର ନିକଟରେ ଦୁର୍ଘଟଣା: ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସିଲା ସ୍କୁଟି, ୨ ମୃତ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2026/02/19/untitledjpg-2026-02-19-15-08-07.jpeg)