Third Day Enterprise Odisha ‘ଏଣ୍ଟର୍‌ପ୍ରାଇଜ୍‌ ଓଡ଼ିଶା’ର ତୃତୀୟ ଦିନ: ବ୍ୟବସାୟ ଉତ୍କର୍ଷ କର୍ମଶାଳା ଅନୁଷ୍ଠିତ

Advertisment

‘ Enterprise Odisha’ର ତୃତୀୟ ଦିନରେ ଉଦ୍ୟୋଗୀମାନଙ୍କ ପାଇଁ ଏକ ବ୍ୟବସାୟ ଉତ୍କର୍ଷ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଆୟୋଜିତ ଏହି କର୍ମଶାଳାର ଉଦ୍ଦେଶ୍ୟ ହେଉଛି ସ୍ଥାନୀୟ କ୍ଷୁଦ୍ର-ଉଦ୍ୟୋଗୀମାନଙ୍କୁ ସେମାନଙ୍କ ବ୍ୟବସାୟକୁ ବୃଦ୍ଧିକରିବା।

‘ Enterprise Odisha’ର ତୃତୀୟ ଦିନରେ ଉଦ୍ୟୋଗୀମାନଙ୍କ ପାଇଁ ଏକ ବ୍ୟବସାୟ ଉତ୍କର୍ଷ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଆୟୋଜିତ ଏହି କର୍ମଶାଳାର ଉଦ୍ଦେଶ୍ୟ ହେଉଛି ସ୍ଥାନୀୟ କ୍ଷୁଦ୍ର-ଉଦ୍ୟୋଗୀମାନଙ୍କୁ ସେମାନଙ୍କ ବ୍ୟବସାୟକୁ ବୃଦ୍ଧିକରିବା।

Untitled

third day of enterprise odisha Photograph: (Sambad.in)

ରାଉରକେଲା: ‘ଏଣ୍ଟର୍‌ପ୍ରାଇଜ୍‌ ଓଡ଼ିଶା’ର ତୃତୀୟ ଦିନରେ ଉଦ୍ୟୋଗୀମାନଙ୍କ ପାଇଁ ଏକ ବ୍ୟବସାୟ ଉତ୍କର୍ଷ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଆୟୋଜିତ ଏହି କର୍ମଶାଳାର ଉଦ୍ଦେଶ୍ୟ ହେଉଛି ସ୍ଥାନୀୟ କ୍ଷୁଦ୍ର-ଉଦ୍ୟୋଗୀମାନଙ୍କୁ ସେମାନଙ୍କ ବ୍ୟବସାୟକୁ ବୃଦ୍ଧିକରିବା ଓ ବଜାର ପ୍ରସ୍ତୁତିକୁ ସୁଦୃଢ଼ ​​କରିବା ପାଇଁ ବ୍ୟବହାରିକ ଉପକରଣ ଏବଂ ଅନ୍ତର୍ଦୃଷ୍ଟି ପ୍ରଦାନ କରିବା। ଆଜି ମୋଟ୍‌ ଦୁଇଟି ପ୍ରସଙ୍ଗ, ଶକ୍ତି ଏବଂ ସୂକ୍ଷ୍ମ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ସଂପର୍କରେ ବିଶେଷଜ୍ଞ ଆଲୋଚନା କରିଥିଲେ।

ସ୍ଥାୟୀ ଶକ୍ତିର ଭବିଷ୍ୟତ ମାନଚିତ୍ର ପ୍ରସ୍ତୁତ ପାଇଁ ଏକାଠିହେଲେ

ଏହି ଅଧିବେଶନରେ ‘ଶକ୍ତି: ସ୍ଥାୟୀ ଅଭିବୃଦ୍ଧିକୁ ଶକ୍ତି ପ୍ରଦାନ; ନବସୃଜନ, ଦକ୍ଷତା ଏବଂ ଭବିଷ୍ୟତ ଶକ୍ତି ପ୍ରଣାଳୀ’ ସନ୍ଦର୍ଭରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏଥିରେ ଶିଳ୍ପ ଜଗତର ବହୁ ପ୍ରତିଷ୍ଠିତ ବ୍ୟକ୍ତି ଓ ନୀତି ବିଶେଷଜ୍ଞମାନେ ଏକତ୍ରିତ ହୋଇଥିଲେ। ଭାରତର କମ୍‌-କାର୍ବନ ଶକ୍ତି ପରିବର୍ତ୍ତନରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହି ଅଧିବେଶନ, ଶକ୍ତି ସୁରକ୍ଷା ଓ ଶିଳ୍ପ ସ୍ଥିରତା ସୁନିଶ୍ଚିତ କରିବା ପାଇଁ ଉଦୀୟମାନ ପ୍ରଯୁକ୍ତିବିଦ୍ୟା ଏବଂ ନୀତି ଢାଞ୍ଚାର ସମନ୍ୱୟ ଉପରେ ଧ୍ୟାନକେନ୍ଦ୍ରିତ କରିଥିଲା। ଏହି ଅଧିବେଶନ ସ୍ଥାୟୀ ଅର୍ଥନୈତିକ ଅଭିବୃଦ୍ଧିକୁ ଆଗେଇ ନେବାରେ ଶକ୍ତି ନବସୃଜନ ଓ ଦକ୍ଷତାର ଭୂମିକା ଉପରେ ଧ୍ୟାନକେନ୍ଦ୍ରିତ କରିଥିଲା। ଆଲୋଚନାରେ ସ୍ୱଚ୍ଛ ଶକ୍ତି ସମାଧାନକୁ ସ୍କେଲ କରିବା ଓ ଏକ ସୁରକ୍ଷିତ, କମ୍-କାର୍ବନ ଶକ୍ତି ପରିବର୍ତ୍ତନକୁ ସମର୍ଥନ କରିବା ପାଇଁ ଆବଶ୍ୟକ ନୀତି ଢାଞ୍ଚା ଓ ସହଯୋଗୀ ପଦ୍ଧତିଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା। ଏଥିରେ ସିଆଇଆଇ, ଓଡ଼ିଶା ରାଜ୍ୟ ପରିଷଦର ଉପାଧ୍ୟକ୍ଷ ଜି.ସୁରେଶ, ବେଦାନ୍ତ ଲିମିଟେଡ୍‌ର ସିଇଓ (ଶକ୍ତି) ଆଶୁତୋଷ ଦ୍ବିବେଦୀ, ଜେଏସ୍‌ଡବ୍ଲ୍ୟୁ ଏନର୍ଜି ଲିମିଟେଡ୍‌ର ଉପସଭାପତି ମନୋଜ ପଟୱାରୀ, ଆର୍‌ପିଏସ୍‌ଜି ଗ୍ରୁପ୍‌ ସିଇଓ (ସୋଲାର୍‌ ମାନୁଫାକ୍ଚରିଂ) ଅଂଶୁଲ ଖାଣ୍ଡେଲୱାଲ, ସିଚେମ ରେଜିନ୍‌ସ ଲିମିଟେଡ୍‌ରର ଏମ୍‌ଡି ବିନୋଦ ଶର୍ମା, ଟିପିଡବ୍ଲ୍ୟୁଓଡିଏଲ୍‌ ସିଇଓ ପ୍ରବୀଣ କୁମାର ଶର୍ମା, ରୁଫ୍‌ ଟପ୍‌ ସୋଲାର ମୁଖ୍ୟ (ଟାଟା ପାୱାର) କାର୍ତ୍ତିକେୟ ଭି., ଓପିଜିସି ଅତିରିକ୍ତ ମହାପ୍ରବନ୍ଧକ ମଧୁସ୍ମିତା ସୋରେନ ପ୍ରମୁଖ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: Nitish Kumar: ମହିଳାଙ୍କ ପାଇଁ ୨ ଲକ୍ଷ ପର୍ଯ୍ୟନ୍ତ ଆର୍ଥିକ ସହାୟତା ଘୋଷଣା କଲେ ନୀତୀଶ

ଏମ୍‌ଏସ୍‌ଏମ୍‌ଇ ସମୃଦ୍ଧି ପାଇଁ ନକ୍ସା ଆଙ୍କିଲେ

ଦ୍ବିତୀୟ ଅଧିବେଶନରେ ଏମ୍‌ଏସ୍‌ଏମ୍‌ଇକୁ ସମୃଦ୍ଧ କରିବାକୁ ଉପାଦେୟ ମତ ରଖିଛନ୍ତି ବିଶେଷଜ୍ଞ। କେଉଁ ଉପାୟ, ପ୍ରଣାଳୀ ଅବଲମ୍ବନକରି ରାଜ୍ୟରେ ଏମ୍‌ଏସ୍‌ଏମ୍‌ଇକୁ ଆହୁରି ତ୍ବରାନ୍ବିତ କରାଯାଇପାରିବ, ସେ‌ନେଇ ଗୁରୁତ୍ବାରୋପ କରିଥିଲେ। ଏହି ଅଧିବେଶନରେ ‘ଏଣ୍ଟର୍‌ପ୍ରେନର୍‌ସିପ୍‌ରୁ ଏଣ୍ଟର୍‌ପ୍ରାଇଜ୍‌: ବିଶାଳ ଦୃଷ୍ଟିକୋଣସହ ଛୋଟ ବ୍ୟବସାୟକୁ ସମୃଦ୍ଧ କରିବା’ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ମୁଖ୍ୟଅତିଥି ଓଡ଼ିଶା ଶିଳ୍ପ ବିଭାଗର ନିର୍ଦ୍ଦେଶକ ଅବୋଲି ନରୱଣେ, ସିଆଇଆଇ ଏମ୍‌ଏସ୍‌ଏମ୍‌ଇ ସବ୍‌-କମିଟି ଅଧ୍ୟକ୍ଷ ସଞ୍ଜୟ ସବରୱାଲ, ଉତ୍କଳ ଚାମ୍ବର ଅଫ୍‌ କମର୍ସ୍‌ ଆଣ୍ଡ୍‌ ଇଣ୍ଡଷ୍ଟ୍ରିଜ୍‌ (ୟୁସିସିଆଇ)ର ସମ୍ପାଦକ ସଞ୍ଜୀବ ମହାପାତ୍ର, ରୋନକ କଏର୍ସ୍‌ ଲିମିଟେଡ୍‌ର ଇଡି ରୋନକ ଅଗ୍ରୱାଲ, ଏସ୍‌ବିଆଇର ଡିଜିଏମ୍‌ ସଞ୍ଜୟ ଝା, ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌ର ଆସୋସିଏଟ୍‌ ଭାଇସ୍‌ ପ୍ରେସିଡେଣ୍ଟ୍‌ ଶ୍ରୀବଲ୍ଲଭ ତନ୍‌ଭୀ, ଏନ୍‌ଆଇଟିର ନିର୍ଦେଶକ ଉମାମହେଶ୍ବର ରାଓ ପ୍ରମୁଖ ଏମସ୍‌ଏମ୍‌ର ସମ୍ମୁଖୀନ ହେଉଥିବା ସମସ୍ୟା, ତା’ର ସମାଧାନ ଓ ଏ କ୍ଷେତ୍ରକୁ ଅଧିକ ପ୍ରୋତ୍ସାହନ ପାଇଁ ମତ ରଖିଥିଲେ। ଜମି ସମସ୍ୟାଠାରୁ ଆରମ୍ଭକରି ଟେକ୍ନୋଲୋଜି, ଆର୍ଥିକ ଅନୁଦାନ, କଞ୍ଚାମାଲ୍‌, ଦକ୍ଷ ମାନବ ସମ୍ବଳ, ମାର୍କେଟ୍‌ ସଂଯୋଗୀକରଣ, କଠିତ ପ୍ରଦୂଷଣ ନିୟମ ପର୍ଯ୍ୟନ୍ତ; ପ୍ରାଥିମକତାର ସହ ଏସବୁ ସମସ୍ୟା ଦୂର କରିବାକୁ ମତ ପ୍ରକାଶ ପାଇଥିଲା।ପରେଏହାକୁ ଦୂର କରିବାକୁ ପ୍ରାଥମିକତା ଦେବାକୁ ମତ ଉଠିଥିଲା। ଏହାସହ ଶିକ୍ଷାନୁଷ୍ଠାନ-ଶିଳ୍ପ ପ୍ରତିଷ୍ଠାନର ସହଭାଗିତା ମାଧ୍ୟମରେ ଅଧିକରୁ ଅଧିକ ଗବେଷଣାକୁ ପ୍ରାଧାନ୍ୟ ଓ ଶିଳ୍ପୋଦ୍ୟୋଗ ଛୋଟ ଶିଳ୍ପକୁ ପ୍ରୋତ୍ସାହିତ କରିବାକୁ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe