Sudhansu Sarangi Photograph: (sambad.in)
ଭୁବନେଶ୍ବର: ରାଜ୍ୟର ବଡ଼ବଡ଼ କୋଠା, ଡାକ୍ତରଖାନା ଏବଂ ସପିଂ ମଲ୍ର ଅଗ୍ନି ନିରାପତ୍ତା ପ୍ରମାଣପତ୍ର ଯାଞ୍ଚ କରିବ ଥାର୍ଡ ପାର୍ଟି। ଏନେଇ ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି ଡ. ସୁଧାଂଶୁ ଷଡ଼ଙ୍ଗୀ। କୋଠା କିମ୍ବା ସପିଂ ମଲ୍ର ଫାୟାର ସେପ୍ଟି ସାର୍ଟିଫିକେଟ ଯାଞ୍ଚ କରିବ ଥାର୍ଡ ପାର୍ଟି। ଅଗ୍ନିଶମ ବିଭାଗ ପକ୍ଷରୁ ନିଯୁକ୍ତ ଏହି ଥାର୍ଡ ପାର୍ଟି ସଂସ୍ଥା ଅଗ୍ନି ପ୍ରମାଣପତ୍ର ଯାଞ୍ଚ କରିବ। ବିଲ୍ଡିଂ ଆପୃଭାଲ ହୋଇଥିଲେ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ଅଛି କି ନାହିଁ ତାହା ଯାଞ୍ଚ କରିବ ଥାର୍ଡ ପାର୍ଟି। ପ୍ରତି ୬ ମାସରେ ଥରେ ଏହାକୁ ଅପଡେଟ୍ କରିବ ସଂସ୍ଥା। ଏହା ସହ ୨୦୨୭ ପୂର୍ବରୁ ନିର୍ମିତ ବିଲଡିଂ ବା କୋଠାରେ କିପରି ଅଗ୍ନି ନିରାପତ୍ତା ଅଛି କି ନାହିଁ ସେନେଇ ମଧ୍ୟ ନିୟମିତ ଯାଞ୍ଚ କରାଯିବ। ପରିଶେଷରେ ଅଗ୍ନିଶମ ବିଭାଗ ଏହାକୁ ସ୍କୃଟିନି କରିବ।
ଅଗ୍ନିଶମ ବିଭାଗ ପକ୍ଷରୁ ନିଯୁକ୍ତ ଏହି ଥାର୍ଡ ପାର୍ଟି ସଂସ୍ଥା ଅଗ୍ନି ପ୍ରମାଣପତ୍ର ଯାଞ୍ଚ କରିବ। ବିଲ୍ଡିଂ ଆପୃଭାଲ ହୋଇଥିଲେ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ଅଛି କି ନାହିଁ ତାହା ଯାଞ୍ଚ କରିବ ଥାର୍ଡ ପାର୍ଟି।
ଶ୍ରୀ ଷଡ଼ଙ୍ଗୀ କହିଛନ୍ତି, ଅଗ୍ନିଶମ ବିଭାଗରେ ମୋବାଇଲ କଣ୍ଟ୍ରୋଲ ଭେହିକିଲ ଯୋଡ଼ି ହୋଇଯାଇଛି। ବଡ଼ ଦୁର୍ବିପାକ କିମ୍ବା ଅଘଟଣ ସମୟରେ ଏହି ଗାଡି ସହାୟତାରେ ଅପରେଟ କରାଯିବ। ବରିଷ୍ଠ ଅଧିକାରୀ ଏହି ଗାଡ଼ିରୁ ଘଟଣା ଉପରେ ଟିକନିକ ନଜର ରଖିବେ। ଏହି ଗାଡ଼ିରେ ଅତ୍ୟାଧୁନିକ ବ୍ୟବସ୍ଥା ସହ କ୍ୟାମେରା ଲଗାଯାଇଛି। ଏକାଧିକ ଆଗ୍ନିକ ବ୍ୟବହୃତ ହୋଇଥିବା ସ୍ଥାନରେ ଏହା ପହଞ୍ଚି ସ୍ଥିତି ଉପରେ ନଜର ରଖିବ। ପ୍ରାଥମିକ ପର୍ଯ୍ୟାୟରେ ଦୁଇଟି ଗାଡ଼ି ବିଭାଗରେ ସାମିଲ ହୋଇଛି।
ଏହା ସହ ଆସନ୍ତା ମେ’ ମାସରୁ ବିଭାଗ ସହ ଯୋଡ଼ି ହେବ କେ୯ ସ୍କ୍ୱାର୍ଡ ବା କୁକୁର। ୧୦ଟି ବିଦେଶୀ କୁକୁରଙ୍କୁ ଏଥିପାଇଁ ସ୍ବତନ୍ତ୍ର ତାଲିମ ଦିଆଯାଇଛି। ଆଜି ଭୁବନେଶ୍ୱର ଓଡ୍ରାଫ୍ ସ୍ଥିତ ଅଗ୍ନିଶମ ସେବା ସପ୍ତାହ ଅବସରରେ ଏହି କେ୯ ସ୍କ୍ୱାର୍ଡ ନିଜ କଳା କୌଶଳ ପ୍ରଦର୍ଶନ କରିଥିଲେ ବୋଲି ଶ୍ରୀ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।
Fire
Follow Us