ଚାଉଳ ଚୋରି ବେଳେ ଚୋରଙ୍କୁ ଧରିଲେ ଲୋକେ, ଫାଣ୍ଡିରେ ଜିମା ଦେଲେ ଟ୍ରକ୍‌

ସରକାର ଗରିବ ଲୋକକୁ ମାଗଣାରେ ଚାଉଳ ଦେଉଥିବା ବେଳେ ସେହି ଚାଉଳକୁ ବାଣ୍ଟିବା ପାଇଁ ଆଣିଥିବା ଷ୍ଟୋର ଏଜେଣ୍ଟର ଟ୍ରକ୍ ଚାଉଳ ଚୋରି କରି ନେଉଥିବା ବେଳେ ଚୋରମାନେ ଲୋକଙ୍କ ହାବୁଡରେ ପଡ଼ିବା ଚର୍ଚ୍ଚାର ବିଷୟ ହୋଇଛି।

Rice thief

Rice thief Photograph: (sambad.in)

ଦେଓଗାଁ: ସରକାର ଗରିବ ଲୋକକୁ ମାଗଣାରେ ଚାଉଳ ଦେଉଥିବା ବେଳେ ସେହି ଚାଉଳକୁ ବାଣ୍ଟିବା ପାଇଁ ଆଣିଥିବା ଷ୍ଟୋର ଏଜେଣ୍ଟର ଟ୍ରକ୍ ଚାଉଳ ଚୋରି କରି ନେଉଥିବା ବେଳେ ଚୋରମାନେ ଲୋକଙ୍କ ହାବୁଡରେ ପଡ଼ିବା ଚର୍ଚ୍ଚାର ବିଷୟ ହୋଇଛି। ଏନେଇ ଗାଁ ଲୋକେ ପୁଲିସକୁ ଚାଉଳ ବୋଝେଇ ଟ୍ରକ୍‌କୁ ଜିମା ଦେବାରୁ ଟ୍ରକ୍‌ଟି ପୁଲିସ ଫାଣ୍ଡିରେ ଅଟକ ରହିଛି। ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକର ଦେଶଣ୍ଢ ପଞ୍ଚାୟତରେ ଏହା ଦେଖିବାକୁ ମିଳିଛି।

ପଞ୍ଚାୟତ ଭିତରୁ ଗଚ୍ଛିତ ଥିବା ସ୍ଥାନରୁ ୭ପ୍ୟାକେଟ୍‌ ଚାଉଳକୁ ଟ୍ରକ୍‌ ଉପରେ ଲଦି ପୁଣି ନେଇ ଯାଉଥିଲେ ଆସିଥିବା ଲୋକେ। ସେଠାରେ ଉପସ୍ଥିତ ଥିବା ଯୋଗାଣ ସହାୟକ ଏହାକୁ ଦେଖି ସରପଞ୍ଚଙ୍କୁ ଖବର  ଦେଇଥିଲେ।

ସୂଚନା ନଅୁସାରେ ପଞ୍ଚାୟତ କର୍ତ୍ତୃପକ୍ଷ ଆଜି ଅପରାହ୍‌ଣ ପ୍ରାୟ ୫ଟାରେ ଲୋକଙ୍କୁ ଦେବା ପାଇ ଏକ ଟ୍ରକ୍‌ ଯୋଗେ ପିଡିଏସ୍ ଚାଉଳ ଆଣିଥିଲେ। ଚାଉଳକୁ ଟ୍ରକ୍‌ରୁ ଖାଲି କରିଥିଲେ। ଟ୍ରକରେ ଆସିଥିବା ଲୋକମାନେ ପରେ ପଞ୍ଚାୟତ ଭିତରେ ଗଚ୍ଛିତ ଥିବା ସ୍ଥାନରୁ ୭ପ୍ୟାକେଟ୍‌ ଚାଉଳକୁ ଟ୍ରକ୍‌ରେ ଲଦି ପୁଣି ନେଇ ଯାଉଥିଲେ। ସେଠାରେ ଉପସ୍ଥିତ ଥିବା ଯୋଗାଣ ସହାୟକ ଏହାକୁ ଦେଖି ସରପଞ୍ଚଙ୍କୁ ଖବର ଦେଇଥିଲେ। ସରପଞ୍ଚ ପୁଲିସକୁ ଖବର ଦେଇ ଲୋକଙ୍କୁ ନେଇ ଟ୍ରକ୍‌କୁ ଘେରିଥିଲେ। ତେବେ ଚାଉଳ ସହ ଟ୍ରକ୍‌କୁ ଦେଓଗା ଥାନାର ବନ୍ଧପଡ଼ା ପୁଲିସ ଫାଣ୍ଡିକୁ ନେଇ ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି। ରିପୋର୍ଟ ଲେଖାଯିବା ବେଳକୁ ସ୍ଥାନୀୟ ସରପଞ୍ଚ ଥାନାରେ ଏତଲା ଦେବା ପାଇଁ ଯାଇଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। 

 Thif | Balangir

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe