krushna chanra patra Photograph: (Sambad.in )
ଭୁବନେଶ୍ୱର: ରାସନ୍କାର୍ଡ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ନିଜ ଆଡୁ ଜନସାଧାରଣଙ୍କ ନିକଟରେ ଅପିଲ୍ କରିଛନ୍ତି। ଯେଉଁମାନେ ଅସାଧୁ ଭାବେ ରାସନ୍କାର୍ଡ ହାତେଇଛନ୍ତି, ସେମାନେ କାର୍ଯ୍ୟାନୁଷ୍ଠାନ ପରିସରକୁ ନଆସନ୍ତୁ ବୋଲି ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ, ଗ୍ରାମାଞ୍ଚଳରେ ଯେଉଁମାନଙ୍କର ମାସିକ ଆୟ ୧୦ ହଜାର ଟଙ୍କା ସେମାନେ ତୁରନ୍ତ କାର୍ଡ ଫେରାଇ ଦିଅନ୍ତୁ। ସହରାଞ୍ଚଳରେ ଯେଉଁମାନଙ୍କର ମାସକ ୧୫ ହଜାର ଟଙ୍କା ରୋଜଗାର କରୁଛନ୍ତି, ସେମାନେ ମଧ୍ୟ ପାଖରେ ରାସନ୍କାର୍ଡ ରଖନ୍ତୁ ନାହିଁ। ବେଆଇନ୍ ଭାବେ ରାସନ୍କାର୍ଡ ହାତେଇଥିବା ଲୋକଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ନେବେ। ସରକାରୀ କାର୍ଯ୍ୟାନୁଷ୍ଠାନର ଶିକାର ହେବା ପୂର୍ବରୁ ଅଯୋଗ୍ୟ ହିତାଧିକାରୀମାନେ ରାସନ୍କାର୍ଡ ଫେରାଇ ଦିଅନ୍ତୁ।
ସୂଚନାଯୋଗ୍ୟ, କାଲି ପୋର୍ଟାଲ ଖୋଲିବା ପରେ ଦେଢ଼ ହଜାର ଆବେଦନ ହୋଇଛି। ପୂର୍ବରୁ ୬ ଲକ୍ଷ ଆବେଦନକାରୀ ରାସନକାର୍ଡ ଅପେକ୍ଷାରେ ଅଛନ୍ତି। ୮୦ ହଜାର ଅଯୋଗ୍ୟ ହିତାଧିକାରୀ ୧୨ ହଜାର କାର୍ଡ ଫେରାଇ ସାରିଛନ୍ତି। ସାଢେ ୪ ହଜାର ସରକାରୀ କର୍ମଚାରୀ ମଧ୍ୟ କାର୍ଡ ଫେରାଇଛନ୍ତି।
ଗ୍ରାମାଞ୍ଚଳରେ ଯେଉଁମାନଙ୍କର ମାସିକ ଆୟ ୧୦ ହଜାର ଟଙ୍କା ସେମାନେ ତୁରନ୍ତ କାର୍ଡ ଫେରାଇ ଦିଅନ୍ତୁ। ସହରାଞ୍ଚଳରେ ଯେଉଁମାନଙ୍କର ମାସକ ୧୫ ହଜାର ଟଙ୍କା ରୋଜଗାର କରୁଛନ୍ତି, ସେମାନେ ମଧ୍ୟ ପାଖରେ ରାସନ୍କାର୍ଡ ରଖନ୍ତୁ ନାହିଁ। ବେଆଇନ୍ ଭାବେ ରାସନ୍କାର୍ଡ ହାତେଇଥିବା ଲୋକଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ନେବେ।
-କୃଷ୍ଣଚନ୍ଦ୍ର ପାତ୍ର, ଯୋଗାଣ ମନ୍ତ୍ରୀ
ରାଜ୍ୟରେ ଲକ୍ଷାଧିକ ଲୋକ ଅସାଧୁ ଉପାୟରେ ରାସନ୍କାର୍ଡ ହୋତେଇଛନ୍ତି। ରାଜ୍ୟ ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅଧିନରେ ଯୋଗ୍ୟ ହିତାଧିକାରୀଙ୍କ ଚିହ୍ନଟ ପ୍ରକ୍ରିୟା ଗତବର୍ଷ ଅଗଷ୍ଟ ମାସରୁ ଜାରି ରଖିଛନ୍ତି। ଇ-କେୱାଇସି ମାଧ୍ୟମରେ ଭୂତ ହିତାଧିକାରୀଙ୍କୁ ଚିହ୍ନଟ କରୁଛନ୍ତି। ଏହାରି ମଧ୍ୟରେ ରାଜ୍ୟ ସରକାର ଇ-କେୱାଇସି ପାଇଁ ମାର୍ଚ୍ଚ ୩୧ ତାରିଖକୁ ଅନ୍ତିମ ସମୟ ନିର୍ଦ୍ଧାରଣ କରିଛନ୍ତି। ତେବେ ସରକାରୀ କାର୍ଯ୍ୟାନୁଷ୍ଠାନର ଶିକାର ହେବା ପୂର୍ବରୁ ଅନେକ ଲୋକ ରାସନ୍କାର୍ଡ ଫେରାଇ ଦେଉଥିବା ମଧ୍ୟ ଦୃଷ୍ଟିଗୋଚର ହେଉଛି।
Follow Us