Advertisment

୧୧ ଲକ୍ଷ ଲୁଟ୍ ରଚନା କରି ଫସିଗଲେ କର୍ମଚାରୀ, ୩ ଅଭିଯୁକ୍ତ ଗିରଫ

Advertisment

ନିଜ ସଂସ୍ଥାରୁ ନିଜେ ଲୁଟ୍ ରଚନା କରି ନିଜେ ଫସିଗଲେ କର୍ମଚାରୀ। ୧୧ ଲକ୍ଷ ଟଙ୍କା ହଡପ ମାମଲାରେ ୩ ଜଣଙ୍କୁ ଗିରଫ କରିଛି କୋରାପୁଟ ଟାଉନ ଥାନା ପୁଲିସ। କୋରାପୁଟରେ ଏହି ଘଟଣା ଦେଖିବାକୁ ମିଳିଛି।

ନିଜ ସଂସ୍ଥାରୁ ନିଜେ ଲୁଟ୍ ରଚନା କରି ନିଜେ ଫସିଗଲେ କର୍ମଚାରୀ। ୧୧ ଲକ୍ଷ ଟଙ୍କା ହଡପ ମାମଲାରେ ୩ ଜଣଙ୍କୁ ଗିରଫ କରିଛି କୋରାପୁଟ ଟାଉନ ଥାନା ପୁଲିସ। କୋରାପୁଟରେ ଏହି ଘଟଣା ଦେଖିବାକୁ ମିଳିଛି।

KPT

କୋରାପୁଟ: ନିଜ ସଂସ୍ଥାରୁ ନିଜେ ଲୁଟ୍ ରଚନା କରି ନିଜେ ଫସିଗଲେ କର୍ମଚାରୀ। ୧୧ ଲକ୍ଷ ଟଙ୍କା ହଡପ ମାମଲାରେ ୩ ଜଣଙ୍କୁ ଗିରଫ କରିଛି କୋରାପୁଟ ଟାଉନ ଥାନା ପୁଲିସ।

ସୂଚନା ଅନୁଯାୟୀ କୋରାପୁଟରେ ଥିବା ହିଟାଚି କେସ ମେନେଜମେଣ୍ଟ ସର୍ଭିସେସ୍ କମ୍ପାନିର କୋରାପୁଟ ବ୍ରାଞ୍ଚର ଶାଖା ପରିଚାଳକ ଆଶିଶ ଜେନା ଗତ ୨୩ ତାରିଖ ଦିନ କୋରାପୁଟ ଥାନାରେ ଦେଇଥିବା ଏତଲା ଅନୁଯାୟୀ ତାଙ୍କର ଜଣେ କର୍ମଚାରୀ ଶିବ ପ୍ରସାଦ ନାଗ ଏଲଆଇସି ଅଫିସ ଓ ଆପୋଲୋ ଫାର୍ମାସି କୋରାପୁଟରୁ ୧୧ ଲକ୍ଷ ୪୩୭୦ ଟଙ୍କା ଉଠାଇ କୋରାପୁଟସ୍ଥିତ ଆକ୍ସିସ୍ ବ୍ୟାଙ୍କରେ ଟଙ୍କା ଡିପୋଜିଟ୍ କରିବାର ଥିଲା। କିନ୍ତୁ ସେଠାରେ ସେ ଡିପୋଜିଟ୍ କରିନାହାନ୍ତି। ତାଙ୍କ ସହ ଯୋଗାଯୋଗ କରିଲେ ଡକାୟତମାନେ ତାଙ୍କ ଠାରୁ ଏହି ଟଙ୍କା ଲୁଟ୍ କରି ନେଇଯାଇଛନ୍ତି।

ଏ ନେଇ ସନ୍ଦେହ ହେଉଥିବାରୁ ତଦନ୍ତ କରିବା ପାଇଁ ଟାଉନ ଥାନାରେ ଏତଲା ଦେଇଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୁଲିସ ପ୍ରଥମେ ବିଭିନ୍ନ ସୂତ୍ରରୁ ତଦନ୍ତ କରିବା ପରେ ଶିବ ପ୍ରସାଦ ନାଗକୁ ଉଠା‌ଇ ନେଇ ସିସିଟିଭି କ୍ୟାମେରାରୁ ଜଣାପଡିଲା ଯେ ନିଜେନିଜେ ଏହି ଟଙ୍କା ଲୁଟ୍ ପାଇଁ ଉଦ୍ୟମ କରିଥିଲେ। ତାଙ୍କୁ ସାହାଯ୍ୟ କରିଥିଲେ ଜୟପୁରର ବାଦଲ ବାଗ। ବାଦଲ ବାଗ ଓ ଶିବ ପ୍ରସାଦ ନାଗ ମିଶି କରି ଏହା ବୀମା ଟଙ୍କା ହୋଇଥିବାରୁ ଏହି ଲୁଟ ରଚନା କରିଥିଲେ।

ଲୁଟ୍ ପରେ ମାମଲାରୁ ବର୍ତ୍ତିବା ପାଇଁ ବାଦଲ ବାଗ କୋଷାଗୁମୁଡାର ଦୟାନିଧୀ ଗଣ୍ଡ ଓ ପାପଡାହାଣ୍ଡିର ଖିରସିନ୍ଧୁ ବିନ୍ଧାଣୀ ଙ୍କ ସହାୟତା ନେଇଥିଲେ। ପୂର୍ବରୁ ଏହି ୨ ଜଣଙ୍କ ନାମରେ ବିଭିନ୍ନ ଥାନାରେ ମାମଲା ରହିଛି। ସେମାନେ ସମସ୍ତେ ମିଶି ଯେଉଁ ସ୍ଥାନରେ ସିସି ଟିଭି ନଥିବ ସେହି ସ୍ଥାନରୁ ଲୁଟ୍ ପାଇଁ ‌ଯୋଜନା କରିଥିଲେ। ସେହି ସ୍ଥାନରୁ ଗଲା ପରେ ନିଜ ନିଜ ଭିତରେ ଟଙ୍କା ବାଣ୍ଟିବେ ଏବଂ ପରେ ଥାନାରେ ଏତଲା ଦେବେ ବୋଲି ଯୋଜନା କରିଥିଲେ।

ଏହି ମାମଲାରେ ଶିବ ପ୍ରସାଦ ନାଗ, ବାଦଲ ବାଗ ଓ କ୍ଷିରସିନ୍ଧୁ ବିନ୍ଧାଣୀକୁ ଗିରଫ କରାଯାଇଛି। ତେବେ ଦୟାନିଧି ଗଣ୍ଡ ଫେରାର ଥିବା ବେଳେ ଦୟାନିଧିର ମୋଟର ସାଇକେଲକୁ ଜବତ କରାଯାଇଛି। ସେମାନଙ୍କ ନିକଟରୁ ୪୦୧୦୩୧୦ ଜବତ ହୋଇଛି ବଳକା ଟଙ୍କା ଦୟାନିଧୀ ପାଖରେ ରହିଛି ବୋଲି କହିଛନ୍ତି ଥାନା ଆଇଆଇସି ସତ୍ୟାନନ୍ଦ ପାତ୍ର।

Koraput 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe