ବେଙ୍ଗାଲୁରୁକୁ ଗଂଜେଇ ଚାଲାଣ ପାଇଁ ଯୋଜନା କରୁଥିଲେ ତିନି ଅଭିଯୁକ୍ତ

ରାୟଗଡ଼ା ଜିଲ୍ଲା ଅବକାରୀ ବିଭାଗ ଦ୍ବାରା ପୃଥକ ଘଟଣାରେ ୩୮.୫୦୦ କେଜି ଗଂଜେଇ ଜବତ କରିଛି। ରାୟଗଡ଼ା ରେଳ ଷ୍ଟେସନ ନିକଟସ୍ଥ ରାସ୍ତା ଓ ବିଷମକଟକ ବ୍ଲକ ହାଟମୁନିଗୁଡ଼ା ଅଞ୍ଚଳରେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଆଜି ଚଢ଼ଉ ହୋଇଥିଲା।

contraband

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଅବକାରୀ ବିଭାଗ ଦ୍ବାରା ପୃଥକ ଘଟଣାରେ ୩୮.୫୦୦ କେଜି ଗଂଜେଇ ଜବତ କରିଛି। ରାୟଗଡ଼ା ରେଳ ଷ୍ଟେସନ ନିକଟସ୍ଥ ରାସ୍ତା ଓ ବିଷମକଟକ ବ୍ଲକ ହାଟମୁନିଗୁଡ଼ା ଅଞ୍ଚଳରେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଆଜି ଚଢ଼ଉ ହୋଇଥିଲା। ଏହି ୨ଟି ଘଟଣାରୁ ୩ଜଣଙ୍କୁ ଗିରଫ କରିବାରେ ଅବକାରୀ ବିଭାଗ ସଫଳତା ପାଇଛି।  

ଅବକାରୀ ବିଭାଗର ସୂଚନାରୁ ଜଣାପଡିଛି ଆଜି ହାଟମୁନିଗୁଡ଼ା ଅଞ୍ଚଳରୁ ୧୮ କେଜି ଗଂଜେଇ ଜବତ ହୋଇଥିବା ବେଳେ ରାୟଗଡ଼ା ରେଳ ଷ୍ଟେସନ ନିକଟରୁ ୨୦.୫୦୦ ଗଂଜେଇ ଜବତ ହୋଇଥିଲା। ଆନ୍ଧ୍ରପ୍ରଦେଶର କେ.କାର୍ତିକ ହାଟମୁନିଗୁଡାରୁ ଗିରଫ ହୋଇଥିବା ବ‌େଳେ ରାୟଗଡା ରେଳ ଷ୍ଟେସନ ନିକଟସ୍ଥ ରାସ୍ତାରୁ କର୍ଣାଟକର ଆଜାଜ ପଚ୍ଚା ଓ ଏ ନୁରୁଲ୍ଲା ଗିରଫ ହୋଇଥିଲେ। ଜବତ ଗଂଜେଇ  ବାହାର ରାଜ୍ୟକୁ ଚୋରା ଚାଲାଣ ପାଇଁ ଉଦ୍ୟମ କରାଯାଉଥିବା ନେଇ ଜିଲ୍ଲା ଅବକାରୀ ଅଧିକ୍ଷକ ସନ୍ତୋଷ କୁମାର ଧଳସାମନ୍ତ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟଯେ ଅବକାରୀ ବିଭାଗର ପ୍ରମୁଖ ସଚିବ ଭାସ୍କରଜ୍ୟୋତି ଶର୍ମା ଚଳିତମାସ ୧ ତାରିଖରୁ ସ୍ବତନ୍ତ୍ର ଅଭିଜାନ କରି ଗଂଜେଇ ଏବଂ ଅନ୍ୟାନ୍ୟ ନିଷିଦ୍ଧ ମାଦକ ଦ୍ରବ୍ୟ ଚ‌ୋରାଚାଲାଣ ଧରପଗଡ଼ ଯୋରଦାର କରିବାକୁ ନିର୍ଦେଶ ଦେଇଛନ୍ତି।

୨ଟି ଘଟଣାରେ ଜିଲ୍ଳାରେ ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୩ ଲକ୍ଷ ୮୫ ହଜାର ଟଙ୍କାରୁ ଊର୍ଦ୍ଧ ହେବ ବୋଲି କୁହାଯାଇଛି। ଏହି ଗଂଜେଇକୁ ବେଙ୍ଗାଲୁରୁକୁ ଚାଲାଣ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଅବକାରୀ ବିଭାଗର କର୍ମଚାରୀମାନେ ମାଡ଼ିବସିଥିଲେ। ଆଜିର ଏହି ଚଢ଼ଉ ବେଳେ ଅବକାରୀ ଅଧିକ୍ଷକ ସନ୍ତୋଷ କୁମାର ଧଳସାମନ୍ତ, ଅବକାରୀ ପୁଲିସ ଅଧିକ୍ଷକ ସତ୍ୟନାରାୟଣ ଦାଶ, ସଞ୍ଜୟ ପ୍ରଧାନ, ଛବିର ତାଣ୍ଡି, ରମଜାନ ଖାନ, ମିତାରାଣୀ ପାତ୍ର, ରାଶି ନାୟକ, ମେଲେକା କୁମାରୀ, ଅମର କୁମାର ଦଳାଇ, ପାଲକା ଅପାୟା, ପଙ୍କଜ ନାୟକଙ୍କ ସମେତ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ। ଉଭୟ ଘଟଣାରେ ତଦନ୍ତ ଚାଲିଥିବା ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥବା ଅବକାରୀ ଅଧୀକ୍ଷକ ଶ୍ରୀ ଧଳସାମନ୍ତ ସୂଚନା ଦେଇଛନ୍ତି।

Rayagada

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe