ବାରିପଦା: ଜମିବାଡ଼ିକୁ କେନ୍ଦ୍ର କରି ହତ୍ୟାକାଣ୍ଡ। ଆଜି ୫ ଦିନ ପରେ ଜମି ବ୍ୟବସାୟୀଙ୍କ ମୃତଦେହକୁ ଉଦ୍ଧାର କଲା ମୟୂରଭଂଜ ଜିଲ୍ଲା ଭଞ୍ଜପୁର ଥାନା ପୁଲିସ। ମୃତକ ଜଣଙ୍କ ହେଉଛନ୍ତି ବାରିପଦା ସହର ୧୯ ନମ୍ବର ୱାର୍ଡ ବଢ଼େଇସାହି ଅଞ୍ଚଳର ସାଲଖୁ ମାରାଣ୍ଡି। ବେତନଟୀ ଥାନା କେ.ସି ପୁର ଫାଣ୍ଡି ଅଧିନସ୍ଥ ଜାମଶୋଳି ଜଙ୍ଗଲ ସୁବର୍ଣ୍ଣରେଖା କେନାଲ ନିକଟରୁ ମୃତଦେହକୁ ଉଦ୍ଧାର କରିଛି ପୁଲିସ। ହତ୍ୟା ପରେ ଚିନ୍ହିନପାରିବା ପାଇଁ ମୁଁହରେ ଏସିଡ୍ ଢାଳି ନଷ୍ଟ କରିବା ପାଇଁ ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ। ଉକ୍ତ ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ୩ ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି ପୁଲିସ।
ଜମି ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର; ୩ ଜଣ ଅଟକ
Advertisment
Follow Us