ପଦ୍ମପୁର: କ୍ରିକେଟ୍‌ ଖେଳି ସାରି ଉତ୍ସାହିତ ହୋଇ ଘରକୁ ଫେରିବା ବେଳେ ୩ ଜଣ ବାଇକ୍‌ ଆରୋହୀ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ବାଇକ୍‌ ଆରୋହୀମାନଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଫଳରେ ସେମାନଙ୍କର ମୃତ୍ୟୁ ଘଟିଛି। ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅଧୀନ ବୁଡେନ୍‌ ଥାନା ଅଧୀନ ମହୁଲପାଲି ବ୍ରିଜ୍‌ ଉପରେ ଗୁରୁବାର ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଛି। ବାଜେନ୍‌ମୁଣ୍ଡାର ମୃତକମାନେ ବଦେନବାହାଲ ଗାଁରୁ ମ୍ୟାଚ୍‌ ଦେଖି ଫେରୁଥିଲେ ବୋଲି ଜଣାଯାଇଛି। 

Advertisment

ଏହି ଖବର ପଢ଼ନ୍ତୁ: ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଦ୍ରୁତଗାମୀ ହାଇୱା: ୨ ମୃତ, ଜଣେ ଗୁରୁତର

ପଦ୍ମପୁର ଉପଖଣ୍ଡ ବାଦେନ୍‌ବାହାଲରେ କ୍ରିକେଟ୍‌ ମ୍ୟାଚ୍‌ର ଆୟୋଜନ ହୋଇଥିଲା। ଏହି ମ୍ୟାଚ୍‌ରେ ବାଜେନମୁଣ୍ଡା ଗାଁର କ୍ରିକେଟ୍‌ ଟିମ୍‌ ଅଂଶଗ୍ରହଣ କରିଥିଲେ। ଆଜି ଅପରାହ୍‌ଣରେ ବାଜେନମୁଣ୍ଡା କ୍ରିକେଟ୍‌ ଟିମ୍‌ ମ୍ୟାଚ୍‌ ଖେଳି ବିଜୟୀ ହୋଇଥିଲା। ଦଳର ଖେଳାଳିମାନେ ମ୍ୟାଚ୍‌ ବିଜୟ ପରେ ଉତ୍ସାହିତ ହୋଇ ଘରକୁ ଫେରୁଥିଲେ। କିନ୍ତୁ ଦୁଃଖର ବିଷୟ ଯେ, ସେମାନଙ୍କର ଉତ୍ସାହ ଅଧିକ ସମୟ ପାଇଁ ନଥିଲା।

 

ଏହି ଖବର ପଢ଼ନ୍ତୁ: ‘କୁଷ୍ଠରୋଗ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମାଗଣାରେ ଔଷଧ ବଣ୍ଟନ କରାଯାଉଛି’

ସ୍ଥାନୀୟ ଲୋକଙ୍କର କହିବା ଅନୁସାରେ ପଦ୍ମପୁର ନିକଟସ୍ଥ ବାଜେନମୁଣ୍ଡା ଗାଁର ଖେଳାଳିମାନେ ବାଦେନ୍‌ବାହାଲ ଗାଁକୁ କ୍ରିକେଟ୍‌ ଖେଳିବା ପାଇଁ ଆଜି ଅପରାହ୍‌ଣରେ ଯାଇଥିଲେ। ସେଠାରେ ସେମାନେ ବିଜୟ ହାସଲ କରିଥିଲେ। ପରେ ମଉଜ ମଜଲିସ କରି ସନ୍ଧ୍ୟାରେ ଘରକୁ ଫେରୁଥିଲେ। ଖେଳାଳିମାନଙ୍କ ମଧ୍ୟରୁ ୩ ଜଣ ଗୋଟିଏ ବାଇକ୍‌ରେ ଆସୁଥିଲେ। ପଦ୍ମପୁର ନିକଟସ୍ଥ ମହୁଲପାଲି ବ୍ରିଜ ଉପରେ ଏହି ୩ ଜଣ ଦୁର୍ଘଟଣାର ଶିକାର ହୋଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ମୃତକମାନେ ହେଲେ ବୁଡେନ ଥାନା ବାଜେନମୁଣ୍ଡା ଗାଁର ପଦ୍ମନ ଥପା, ଆକାଶ ପୋଢ ଓ ପଦ୍ମଲୋଚନ ଥପା। 

ଏହି ଖବର ପଢ଼ନ୍ତୁ: ମହାକୁମ୍ଭକୁ ଓଏସ୍‌ଆରଟିସି ବସ୍‌ ବାତିଲ, ‌ଟଙ୍କା ଫେରସ୍ତ ପାଇଁ ଏମିତି କରନ୍ତୁ ଯାତ୍ରୀ

ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ମୃତଦେହଗୁଡ଼ିକ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଦୁର୍ଘଟଣାଗ୍ରସ୍ତ ବାଇକ୍‌କୁ ଜବତ କରି ଏକ ମାମଲା ରୁଜୁ କରିଛି। ଅନ୍ୟପଟରେ ମୃତକଙ୍କ ପରିବାର ଓ ବାଜେନମୁଣ୍ଡା ଗାଁରେ ଶୋକର ଛାୟା ଖେଳି ଯାଇଛି। ମୃତକଙ୍କ ପରିବାରରେ କାନ୍ଦବୋବାଳି ଦେଖାଯାଇଛି।  

ଏହି ଖବର ପଢ଼ନ୍ତୁ: ଆମେରିକା ବିମାନ ଦୁର୍ଘଟଣା ମୃତ୍ୟୁସଂଖ୍ୟା ୬୪ରେ ପହଞ୍ଚିଲା