ଖେଲୋ ଇଣ୍ଡିଆ ବିଚ୍ ଗେମ୍: ୩ଟି କାଂସ୍ୟ ପଦକ ଆଣିଲେ ନବରଂଗପୁରର ଖେଳାଳି

ନବରଙ୍ଗପୁର ଜିଲ୍ଲା ପେଞ୍ଚାକ ସିଲାଟ ସଂଘର ଗଣେଶ ପୂଜାରୀ, ରବୀନ୍ଦ୍ର ଭତରା ଏବଂ ଅଶୁତୋଷ ପୂଜାରୀ, ଦମନ ଓ ଡିଉ ଠାରେ ଆୟୋଜିତ ଖେଲୋ ଇଣ୍ଡିଆ ବିଚ୍ ଗେମ୍‌ରେ ୩ଟି କାଂସ୍ୟ ପଦକ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। 

Khelo India Ganes

Khelo India Ganes Photograph: (sambad.in )

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପେଞ୍ଚାକ ସିଲାଟ ସଂଘର ଗଣେଶ ପୂଜାରୀ, ରବୀନ୍ଦ୍ର ଭତରା ଏବଂ ଅଶୁତୋଷ ପୂଜାରୀ, ଦମନ ଓ ଡିଉ ଠାରେ ଆୟୋଜିତ ଖେଲୋ ଇଣ୍ଡିଆ ବିଚ୍ ଗେମ୍‌ରେ ୩ଟି କାଂସ୍ୟ ପଦକ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। 

ଦମନ ଓ ଡିଉ ଠାରେ ଏଇ ମାସ ୧୯ ତାରିଖ ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ଖେଲୋ ଇଣ୍ଡିଆ ବିଚ୍ ଗେମ୍ ଭାରତ ସରକାରଙ୍କ ଦ୍ବାରା ଆୟୋଜିତ ହୋଇଥିଲା। ଏଥି ପୂର୍ବରୁ ନବରଙ୍ଗପୁରର ଏଇ ଖେଳାଳିମାନେ ଜାତୀୟସ୍ତରର କ୍ରୀଡ଼ାରେ ଚୟନ ହୋଇ ଖେଲୋ ଇଣ୍ଡିଆ ବିଚ୍ ଗେମ୍‌ରେ ଖେଳିବା ପାଇଁ ସୁଯୋଗ ପାଇଥିଲେ। ଅନ୍ତର୍ଜାତୀୟ ରେଫରି ତଥା କୋଚ୍ ହରିଶ୍ ବେହେରାଙ୍କ ଠାରୁ ବିଗତ ଦଶବର୍ଷ ଧରି ଏହି ଖେଳାଳିମାନେ ପ୍ରଶିକ୍ଷଣ ନେଉଛନ୍ତି।

କ୍ରୀଡାବିତ୍‌ମାନଙ୍କର ଏହି ସଫଳତା ପରେ ଜିଲ୍ଲାର ପ୍ରାକ୍ତନ କ୍ରୀଡାବିତ୍‌, ବର୍ତ୍ତମାନର ଖେଳାଳି ଏବଂ ଖେଳପ୍ରେମୀମାନେ ଖୁସି ପ୍ରକଟ କରିଛନ୍ତି। ଏହି ଅବସରରେ ପଦକ ବିଜେତା ଏବଂ କୋଚ୍, ଜିଲ୍ଲା କ୍ରୀଡା ସଂଘର ସହ ସମ୍ପାଦକ ତଥା ପେଞ୍ଚକ୍ ସିଲଟ ସଂଘର ଉପଦେଷ୍ଟା ମନୋଜ କୁମାର ପଟ୍ଟନାୟକଙ୍କ ସହ ଜିଲ୍ଲାପାଳ ଡ. ଶୁଭଙ୍କର ମହାପାତ୍ରଙ୍କ ସହ ସୌଜନ୍ୟମୂଳକ  ସାକ୍ଷାତ କରିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ରୀଡାବିତ୍ ମାନଙ୍କୁ ସମ୍ମାନିତ କରାଯିବ ବୋଲି ଜିଲ୍ଲାପାଳ ଡକ୍ଟର ମହାପାତ୍ର କହିଥିଲେ। ଜିଲ୍ଲା ମଙ୍ଗଳ ଅଧିକାରୀ ପଲକା ରବୀନ୍ଦ୍ରଙ୍କୁ ମଧ୍ୟ ପଦକ ବିଜେତାମାନେ ସାକ୍ଷାତ କରିଥିଲେ। ଶ୍ରୀ ପାଲକା ବିଜେତା ମାନଙ୍କୁ ଶୁଭେଛା ଜଣାଇବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।

ସୂଚନାଯୋଗ୍ୟ ଯେ କ୍ରୀଡାବିତ୍‌ମାନେ ପଦକ ହାସଲ କରି ନବରଙ୍ଗପୁରରେ ପହଞ୍ଚିବା ପରେ ଜିଲ୍ଲା କ୍ରୀଡା ସଂଘ ପକ୍ଷରୁ ପଦକ ବିଜେତା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ କ୍ରୀଡା ସଂଘର ସଂପାଦକ ପ୍ରହଲ୍ଲାଦ ତ୍ରିପାଠୀ, ମାରାଥନ ଧାବକ ଚିତ୍ତରଞ୍ଜନ ପାତ୍ର, ଉପ ସଭାପତି ଏମ.ବାଲା କ୍ରିଷ୍ଣା ରାଓ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ବିଜେତାମାନଙ୍କୁ ଉତ୍ସାହିତ କରିଥିଲେ।

Nabarangpur 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe