ଆମ୍ବ ଗୋଟାଇବାକୁ ଯାଇ ବଜ୍ରାଘାତର ଶିକାର ହେଲେ ୩ ଶିଶୁ

ଆଜି ମଧ୍ୟାହ୍ନରେ ପ୍ରବଳ ଘଡଘଡି ସହ ପବନ ବୋହି ବର୍ଷା ହୋଇଥିଲା। ଏହି ସମୟରେ ଗ୍ରାମର ତିନି ଜଣ ଶିଶୁ ଆମ୍ବ ଗୋଟାଇବାକୁ ନିକଟସ୍ଥ ତୋଟାକୁ ଯାଇଥିଲେ। ଗଛ ତଳୁ ଆମ୍ବ ଗୋଟାଉଥିବା ବେଳେ ଅଚାନକ ବଜ୍ରାଘାତ ହୋଇଥିଲା।

Mathili lightning

Mathili lightning Photograph: (sambad.in)

ମାଥିଲି: ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର ଦଳପତି ଗୁଡା ପଞ୍ଚାୟତର ମେଣ୍ଡକୁଲି ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ଏଥିରେ  ଜଣକର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ମୃତ ନାବାଳକ ହେଲା ରାହୁଲ ମାଢ଼ି (୯)। 

ଆଜି ମଧ୍ୟାହ୍ନରେ ପ୍ରବଳ ଘଡଘଡି ସହ ପବନ ବୋହି ବର୍ଷା ହୋଇଥିଲା। ଏହି ସମୟରେ ଗ୍ରାମର ତିନି ଜଣ ଶିଶୁ ଆମ୍ବ ଗୋଟାଇବାକୁ ନିକଟସ୍ଥ ତୋଟାକୁ ଯାଇଥିଲେ। ଗଛ ତଳୁ ଆମ୍ବ ଗୋଟାଉଥିବା ବେଳେ ଅଚାନକ ବଜ୍ରାଘାତ ହୋଇଥିଲା। ଯାହାଫଳରେ ଘଟଣାସ୍ଥଳରେ ହିଁ ମେଣ୍ଡକୁଲି ଗ୍ରାମର ରାମା ମାଢିଙ୍କ ପୁଅ ରାହୁଲ ମାଢି(୯)ର ମୃତ୍ୟୁ ହୋଇଯାଇଥିବା ବେଳେ ଆଉ ଜଣେ ପୁଅ ଓ ଝିଅ ଆହତ ହୋଇଥିଲେ। ତୁରନ୍ତ ସ୍ଥାନୀୟ ବାସିନ୍ଦା ତିନି ଜଣଙ୍କୁ ମାଥିଲି ସ୍ଥିତ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ରାହୁଲକୁ ମୃତ୍ୟୁ ଘୋଷଣା କରିଥିବା ବେଳେ ଅନ୍ୟ ଦୁଇ ଜଣ ଶିଶୁ ବିପଦମୁକ୍ତ ବୋଲି କହିଛନ୍ତି।

 ଏହି ଖବର ଗାଁରେ ପହଞ୍ଚିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ଆମ୍ବ ଗୋଟାଇବାକୁ ଯାଇ ଶିଶୁର ମୃତ୍ୟୁକୁ ନେଇ ପରିବାର ଲୋକେ ବିଶ୍ବାସ କରିପାରୁନାହାନ୍ତି। ପୁଅର ମୃତ୍ୟୁରେ ବାପା ମାଆଙ୍କର ଅବସ୍ଥା ସାଂଘାତିକ ହୋଇପଡିଛି। ସରକାରୀ ସହଯୋଗ ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

Malkangiri

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe