ବାଣ ଫୁଟାଇବା ବେଳେ ଅଘଟଣ: ୩ ଶିଶୁ ଜୀବନ୍ତ ଦଗ୍ଧ

ଦୀପାବଳି ଉତ୍ସବ ପାଳନ ବେଳେ ପଶ୍ଚିମବଙ୍ଗର ହାୱଡ଼ା ଜିଲ୍ଲାରେ ଶୁକ୍ରବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ହୋଇଛି। ଏଥିରେ ତିନି ଜଣ ଶିଶୁ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି।

fire

କୋଲକାତା: ଦୀପାବଳି ଉତ୍ସବ ପାଳନ ବେଳେ ପଶ୍ଚିମବଙ୍ଗର ହାୱଡ଼ା ଜିଲ୍ଲାରେ ଶୁକ୍ରବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ହୋଇଛି। ଏଥିରେ ତିନି ଜଣ ଶିଶୁ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ତିନିଜଣ ଶିଶୁ ହେଲେ ତାନିଆ ମିସ୍ତ୍ରୀ (୧୪), ଇଶାନ ଧାରା (୬) ଏବଂ ମମତାଜ ଖାତୁନ (୮)।

ଗଣମାଧ୍ୟମର ରିପୋର୍ଟ ଅନୁସାରେ ଉଲୁବେରିଆ ପୌରପାଳିକା ଅଧୀନ ୨୭ ନମ୍ବର ୱାର୍ଡରେ ଏହି ଘଟଣା ଘଟିଛି। ପିଲାମାନେ ବାଣଫୁଟାଉଥିବା ବେଳେ ନିକଟସ୍ଥ ଘରେ ରଖାଯାଇଥିବା କିଛି ଆତସବାଜି ଉପରେ ନିଆଁ ପଡ଼ିଯାଇଥିଲା ଏବଂ ଏହା ନିକଟସ୍ଥ ଘରେ ନିଆଁ ଲାଗିଯାଇଥିଲା।

ଏହି ଅଗ୍ନିକାଣ୍ଡରେ ତିନିଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ନେଇ ଉଲୁବେରିଆ ମେଡିକାଲ କଲେଜ ଏବଂ ହସ୍ପିଟାଲ ପକ୍ଷରୁ ଘୋଷଣା କରାଯାଇଥିବା ବେଳେ ଅନ୍ୟ ଦୁଇ ଶିଶୁଙ୍କ ଅବସ୍ଥା ଗୁରୁତର ହୋଇ ଚିକିତ୍ସିତ ଅଛନ୍ତି। ତେବେ ଘଟଣା ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛି। ନିଆଁ ଆୟତ୍ତ ନେଇ ଅଗ୍ନିଶମ ବିଭାଗର ଜଣେ ଅଧିକାରୀ କହିଛନ୍ତି।  

ଏହି ଘରଟି କାଜଲ ଶେଖର ଏବଂ ତିନି ପିଲାଙ୍କ ମଧ୍ୟରୁ ଜଣେ ତାଙ୍କ ପରିବାରର ହୋଇଥିବାବେଳେ ଅନ୍ୟମାନେ ପଡୋଶୀ ଥିଲେ। ପଶ୍ଚିମବଙ୍ଗ ଅଗ୍ନିଶମ ସେବା ମନ୍ତ୍ରୀ ସୁଜିତ ବୋଷ କହିଛନ୍ତି, "ଏହି ଅଗ୍ନିକାଣ୍ଡରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ ହୋଇଛି। ଏହା ଏକ ଦୁଃଖଦ ଘଟଣା। ମୁଁ ଏହି ଅଞ୍ଚଳ ପରିଦର୍ଶନ କରିବି ବୋଲି ସେ କହିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe