ସାପ କାମୁଡ଼ାରେ ୩ ନାବାଳିକା ଝିଅ ମୃତ, ବାପା ଗୁରୁତର

Advertisment

ସାପ କାମୁଡ଼ାରେ ଗୋଟିଏ ପରିବାରର ୩ ନାବାଳିକା ଝିଅଙ୍କର ମୃତ୍ୟୁ ହୋଇଛି। ଏହାଛଡ଼ା ବାପା ଗୁରୁତର ଥିବା ଜଣାଯାଇଛି। ବୌଦ୍ଧ ଜିଲ୍ଲା ଟିକରପଡ଼ା ପଞ୍ଚାୟତର ଚରିଆପଲି ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା। ବାପା ସାଲେନ୍ଦ୍ର ମଲିକ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର ହୋଇଛନ୍ତି।

boudh dhh

ବୌଦ୍ଧ: ସାପ କାମୁଡ଼ାରେ ଗୋଟିଏ ପରିବାରର ୩ ନାବାଳିକା ଝିଅଙ୍କର ମୃତ୍ୟୁ ହୋଇଛି। ଏହାଛଡ଼ା ବାପା ଗୁରୁତର ଥିବା ଜଣାଯାଇଛି। ବୌଦ୍ଧ ଜିଲ୍ଲା ଟିକରପଡ଼ା ପଞ୍ଚାୟତର ଚରିଆପଲି ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା। ବାପା ସାଲେନ୍ଦ୍ର ମଲିକ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର ହୋଇଛନ୍ତି। ମୃତା ତିନି ନାବାଳିକା ଝିଅ ହେଲେ ସ୍ମୃତିରେଖା ମଲିକ (୧୨ ), ଶୁଭରେଖା ମଲିକ (୯), ସୁରଭି ମଲିକ (୩)।  

ସମସ୍ତେ ଘର ଚଟାଣରେ ଶେଯ ପାରି ଶୋଇଥିବା ବେଳେ ରାତି ପ୍ରାୟ ୧ଟା ବେଳେ କୌଣସି ବିଷାକ୍ତ ସାପ କାମୁଡ଼ି ଥିଲା। ଏକ ବା ଏକାଧିକ ଜଣାପଡ଼ିନି। ପ୍ରଥମେ ତିନି ଝିଅଙ୍କୁ ପରେ ବାପାଙ୍କୁ କମୁଡ଼ିବାରୁ ବେଳେ ସେ ଉଠିପଡ଼ିଥିଲେ। ଅନ୍ୟମାନଙ୍କୁ ଉଠାଇ ସେମାନଙ୍କୁ ମଧ୍ୟ ସାପ କାମୁଡ଼ି ଥିବା ଜାଣିବାକୁ ପାଇଲେ। ସମ୍ପର୍କୀୟଙ୍କ ସହାୟତାରେ ସେମାନଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଜଣେ ପରେ ଜଣେ ତିନି ଝିଅଙ୍କ ମୃତ୍ୟୁ ହୋଇଥିଲା। ବାପା ସାଲେନ୍ଦ୍ରଙ୍କୁ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ସ୍ଥାନାନ୍ତର କରାଯାଇଛି। ତେବେ ତାଙ୍କ ସ୍ତ୍ରୀ ଏବଂ ପୁଅ ସାପ କାମୁଡ଼ାରୁ ବର୍ତ୍ତି ଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe