ରାଉରକେଲା/କୋଇଡ଼ା: ସୁନ୍ଦରଗଡ଼ ଜିଲ୍ଲାରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଜିଲ୍ଲାର କେ. ବଲାଙ୍ଗ ଥାନା ଅନ୍ତର୍ଗତ ଜାମୁଡିହି ଟୋଲଗେ୍ଟ୍ ନିକଟରେ ଏକ ହାଇୱା ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ବ ଚା’ ଦୋକାନ ଭିତରକୁ ପଶିଯାଇଛି। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଛି। ରିପୋର୍ଟ ଲେଖାଯିବା ବେଳକୁ ମୃତକମାନଙ୍କର ପରିଚୟ ମିଳିପାରି ନାହିଁ।
ସ୍ଥାନୀୟ ଲୋକଙ୍କର କହିବା ଅନୁସାରେ କେ. ବଲାଙ୍ଗା ଥାନା ଅନ୍ତର୍ଗତ ଜାମୁଡିହି ଟୋଲଗେ୍ଟ୍ ନିକଟରେ ଏକ ହାଇୱା ଦ୍ରୁତଗତିରେ ଆଗକୁ ବଢ଼ୁଥିଲା। ଫଳରେ ନିୟନ୍ତ୍ରଣ ହରାଇ ରାସ୍ତାକଡ଼ରେ ଥିବା ଚା’ ଦୋକାନ ଉପରକୁ ମାଡ଼ି ଯାଇଥିଲା। ଦୋକାନ ଭିତରେ କିଛି ଲୋକ ଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇଛି।
ସୂଚନା ପାଇ ପୁଲିସ ପହଞ୍ଚି ଦୁଘଟଣାଗ୍ରସ୍ତ ହାଇୱାକୁ ଜବତ କରିଛି। ମୃତ ତିନି ଶବ ଜବତ କରି ବଣାଇ ହସ୍ପିଟାଲକୁ ପଠାଇଛି। ପୁଲିସ ଘଟଣାର ତଦନ୍ତ ଚଳାଇଛି।
Accident | sundargarh
ସୂଚନା: ଏହି ଖବରକୁ କ୍ରମାଗତ ଭାବେ ଅପଡେଟ୍ କରାଯାଉଛି। ଆମେ ଆମର ସମସ୍ତ ପାଠକଙ୍କୁ ଏହି ମୁହୂର୍ତ୍ତର ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ ଜାରି ରଖିଛୁ। ଆମେ ଆପଣଙ୍କ ପାଇଁ ସଦ୍ୟତମ ଖବର ତୁରନ୍ତ ଆଣିବାକୁ ପ୍ରତିଶ୍ରୁତିବଦ୍ଧ। ପ୍ରାଥମିକ ସୂଚନା ମାଧ୍ୟମରେ ଆମେ କ୍ରମାଗତ ଭାବରେ ଏହି ଖବର ଅପଡେଟ୍ କରୁଛୁ। ସଦ୍ୟତମ ଖବର ଏବଂ ଅପଡେଟ୍ ପାଇଁ sambad.in ସହିତ ରୁହନ୍ତୁ।