୩ ଭିନ୍ନକ୍ଷମଙ୍କ ସହ ଭଙ୍ଗା କୁଡ଼ିଆରେ ବୃଦ୍ଧ ଓ ବୃଦ୍ଧାଙ୍କ ଜୀବନ

Advertisment

ଅସହାୟ ଅବସ୍ଥାରେ ବୃଦ୍ଧ ବାପା, ମା'ଙ୍କ ସହିତ ତିନି ଭିନ୍ନକ୍ଷମ ପିଲା ଛୁଆ। ବର୍ତ୍ତମାନ ଦୁନିଆରେ ବାପା ମା'ଙ୍କ ବୟସର ଶେଷ ଅବସ୍ଥାରେ ପୋଷିବାର କ୍ଷମତା ପୁଅ ଏବଂ ଝିଅଙ୍କ ନିକଟରେ ବାନ୍ଧି ଥାଏ।

ଅସହାୟ ଅବସ୍ଥାରେ ବୃଦ୍ଧ ବାପା, ମା'ଙ୍କ ସହିତ ତିନି ଭିନ୍ନକ୍ଷମ ପିଲା ଛୁଆ। ବର୍ତ୍ତମାନ ଦୁନିଆରେ ବାପା ମା'ଙ୍କ ବୟସର ଶେଷ ଅବସ୍ଥାରେ ପୋଷିବାର କ୍ଷମତା ପୁଅ ଏବଂ ଝିଅଙ୍କ ନିକଟରେ ବାନ୍ଧି ଥାଏ।

37516610-fa71-4797-b0ce-fadae5fdd91f

ମୋତ: ଅସହାୟ ଅବସ୍ଥାରେ ବୃଦ୍ଧ ବାପା, ମା'ଙ୍କ ସହିତ ତିନି ଭିନ୍ନକ୍ଷମ ପିଲା ଛୁଆ। ବର୍ତ୍ତମାନ ଦୁନିଆରେ ବାପା ମା'ଙ୍କ ବୟସର ଶେଷ ଅବସ୍ଥାରେ ପୋଷିବାର କ୍ଷମତା ପୁଅ ଏବଂ ଝିଅଙ୍କ ନିକଟରେ ବାନ୍ଧି ଥାଏ। କିନ୍ତୁ ତାହା ଆଜି ବୟସ୍କ ବାପ ମା'ଙ୍କ ନିକଟରେ ପୁରା ଭିନ୍ନ। ଚିତ୍ରରେ ଯେଉଁ ପୁଅ ଝିଅଙ୍କୁ ଦେଖୁଛନ୍ତି ସେମାନେ ସମସ୍ତେ ଭିନ୍ନକ୍ଷମ। ବୟସ ସମସ୍ତଙ୍କୁ ୩୦ ବର୍ଷ ପାର ହୋଇଛି। କିନ୍ତୁ ଉଚ୍ଚତାରେ ସମସ୍ତେ ଦେଢ଼ ଫୁଟରୁ ଦୁଇ ଫୁଟ ହେବ।

ଏମାନଙ୍କ ପାଇଁଁ ବୁଢ଼ା ବାପଟି ଡଙ୍ଗାରେ ଜାଲ ଟାଣି ମାଛ ଧରି ବିକ୍ରି କରି କିଛି ଅର୍ଥ ପୋଷଣ କରୁଥିଲେ। କିନ୍ତୁ ଏବେ ବୟସର ଅପରାହ୍ନରେ ପାରାଲିସି ପରେ ବୃଦ୍ଧ ବାପା ଆଉ ପୂର୍ବ ପରି କାର୍ଯ୍ୟ କରି ପାରୁ ନାହାଁନ୍ତି। ଏବେ ମା'ଙ୍କ କାନକୁ ମଧ୍ୟ ଭଲ ଶୁଭୁ ନାହିଁ। ଉଭୟ ବାପା ମା ମଧ୍ୟ ଭଲଭାବରେ କଥାବାର୍ତ୍ତା କରି ପାରୁ ନାହାଁନ୍ତି।

ସରକାରଙ୍କ ଠାରୁ ଯେଉଁ ଚାଉଳ ଓ ଭତ୍ତା ପାଆନ୍ତି ସେଥିରୁ ବହୁ କଷ୍ଟରେ ଚଳି ଆସୁଛନ୍ତି ଭିନ୍ନକ୍ଷମଙ୍କ ପରିବାର। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଧିନସ୍ଥ ଚାନ୍ଦବାଲି ଏନ୍ ଏ ସି ନୟା ଧାମରା ଗାଁରୁ।

ଏହି ଭଙ୍ଗା କୁଡ଼ିଆରେ ରହୁଛନ୍ତି ୮୦ ବର୍ଷର ବୃଦ୍ଧ ଫଟିକ ମଣ୍ଡଳ ଏବଂ ତାଙ୍କର ପତ୍ନୀ ସହ ତିନି ଭିନ୍ନକ୍ଷମ ପିଲା। ଭିନ୍ନକ୍ଷମ ମଣିଷମାନଙ୍କ ଦୁଃଖ ଠାରୁ ଅଧିକ କଷ୍ଟ ଆଉ ଯନ୍ତ୍ରଣାରେ କାଳାତିପାତ କରୁଛନ୍ତି ଏହି ପରିବାର। ଯେଉଁ ଭିଡ଼ିଓ ମାଧ୍ୟମରେ ଦେଖୁଛନ୍ତି ଏମାନଙ୍କ ବୟସ ସମସ୍ତଙ୍କୁ ୩୦ ବର୍ଷ ପାର୍ ହୋଇ ଗଲାଣି। କିନ୍ତୁ ଉଚ୍ଚତାରେ ଏତେ ଛୋଟ ଯେ ପ୍ରାୟତଃ ଦେଢ଼ ଫୁଟରୁ ଦୁଇ ଫୁଟ ହେବ। ସରକାରୀ ସ୍ତରରେ ମାସକୁ ହଜାର ହଜାର ଟଙ୍କା ବାପା ମା ପାଉଥିବା ବେଳେ ଏମାନେ ପାଉଛନ୍ତି ୧୨ ଶହ ଟଙ୍କା। ପରିବାରରେ ପାଞ୍ଚ ପ୍ରାଣୀଙ୍କୁ ମିଳୁଛି ୨୫କିଲୋ ଚାଉଳ। ଏତକରେ ମଧ୍ୟ ପେଟକୁ ଅଣ୍ଟୁ ନାହିଁ, ଦିନେ ଚୁଲି ଜଳିଲେ ଆଉ ଦୁଇ ଓଳି ଉପାସ। ସମସ୍ତ ଖର୍ଚ୍ଚ ପରେ ଆଉ କିଛି ବଳୁ ନାହିଁ ଟଙ୍କା।

Bhadrak 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe