ତଦନ୍ତ ବେଳେ ଫସି ଗଲେ ନକଲି ନକ୍ସଲ

Advertisment

ମାଲକାନଗିରି ଜିଲ୍ଲାରେ ନକ୍ସଲଙ୍କ ପତିଆରା କମିଥିବା ବେଳେ ଛତିଶଗଡ଼ ସମେତ ତେଲେଙ୍ଗାନା ଏବଂ ଆନ୍ଧ୍ରରେ ଏବେ ବି ନକ୍ସଲ ଗତିବିଧି ଜାରି ରହିଛି। ପ୍ରାୟତଃ ପ୍ରତିଦିନ ନକ୍ସଲ ସହ ପୁଲିସର ଗୁଳିବିନିମୟ ଘଟୁଥିବା ସହ ମାଓବାଦୀମାନେ ପୁଲିସ ନିକଟରେ ପହଞ୍ଚି ଆତ୍ମସମର୍ପଣ କରୁଛନ୍ତି।

ମାଲକାନଗିରି ଜିଲ୍ଲାରେ ନକ୍ସଲଙ୍କ ପତିଆରା କମିଥିବା ବେଳେ ଛତିଶଗଡ଼ ସମେତ ତେଲେଙ୍ଗାନା ଏବଂ ଆନ୍ଧ୍ରରେ ଏବେ ବି ନକ୍ସଲ ଗତିବିଧି ଜାରି ରହିଛି। ପ୍ରାୟତଃ ପ୍ରତିଦିନ ନକ୍ସଲ ସହ ପୁଲିସର ଗୁଳିବିନିମୟ ଘଟୁଥିବା ସହ ମାଓବାଦୀମାନେ ପୁଲିସ ନିକଟରେ ପହଞ୍ଚି ଆତ୍ମସମର୍ପଣ କରୁଛନ୍ତି।

fake naxal

ମାଲକାନଗିରି: ଜିଲ୍ଲାରେ ନକ୍ସଲଙ୍କ ପତିଆରା କମିଥିବା ବେଳେ ଛତିଶଗଡ଼ ସମେତ ତେଲେଙ୍ଗାନା ଏବଂ ଆନ୍ଧ୍ରରେ ଏବେ ବି ନକ୍ସଲ ଗତିବିଧି ଜାରି ରହିଛି। ପ୍ରାୟତଃ ପ୍ରତିଦିନ ନକ୍ସଲ ସହ ପୁଲିସର ଗୁଳିବିନିମୟ ଘଟୁଥିବା ସହ ମାଓବାଦୀମାନେ ପୁଲିସ ନିକଟରେ ପହଞ୍ଚି ଆତ୍ମସମର୍ପଣ କରୁଛନ୍ତି। କିଛି ଯୁବକ ନିଜକୁ ନକ୍ସଲ ବୋଲି ପରିଚୟ ଦେବା ଏବଂ ସରକାରଙ୍କର ସମସ୍ତ ସୁବିଧା ହାତେିବାକୁ ଯୋଜନା କରି ପରେ ନିଜେ ଫସିଯାଇଛନ୍ତି। ଏଭଳି ଘଟଣା ଘଟିଛି ଛତିଶଗଡର ବାଲୋଦ ଜିଲ୍ଲାରେ।

୩ ଜଣ ଯୁବକ ନିଜକୁ ନକ୍ସଲ କହି ଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ। ଏସପିଙ୍କ କାର୍ଯ୍ୟାଳୟରେ ନିଜକୁ ନକ୍ସଲ ବୋଲି ପରିଚୟ ଦେବା ସହ ଆମେ ଆତ୍ମସମର୍ପଣ କରିବାକୁ ଆସିଥିବା କହିଥିଲେ। ଏହା ଶୁଣି ସମସ୍ତ କର୍ମଚାରୀ ହତବାକ ହୋଇଯାଇଥିଲେ। ନିଜକୁ ମହୋଲା ମାନପୁର ଏରିଆ କମିଟିର ସଦସ୍ୟ ବୋଲି ପରିଚୟ ଦେଇଥିଲେ। ପୁଲିସ ଏମାନଙ୍କୁ ଅଟକ ରଖିବା ପରେ ତଦନ୍ତ ଆରମ୍ଭ କରିଥିଲା। ପୁଲିସ ତଦନ୍ତ ପରେ ଜାଣିପାରିଲା ଯେ ଏମାନେ ହେଲେ ମଧୁ ମଇଆ, ମନକୁ ଭୋଗାମ ଏବଂ ଓମପ୍ରକାଶ ନେତାମ।

୩ ଜଣ ଯୁବକ ନିଜକୁ ନକ୍ସଲ କହି ଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ। ଏସପିଙ୍କ କାର୍ଯ୍ୟାଳୟରେ ନିଜକୁ ନକ୍ସଲ ବୋଲି ପରିଚୟ ଦେବା ସହ ଆମେ ଆତ୍ମସମର୍ପଣ କରିବାକୁ ଆସିଥିବା କହିଥିଲେ। ଏହା ଶୁଣି ସମସ୍ତ କର୍ମଚାରୀ ହତବାକ ହୋଇଯାଇଥିଲେ।

ପ୍ରକାଶ ଥାଉକି ବୋଲଦା ଜିଲ୍ଲା ଗତ ୨୦ ବର୍ଷ ହେଲା ନକ୍ସଲ ମୁକ୍ତ ରହିଛି। ଏହି ଜିଲ୍ଲାରେ କୌଣସି ନକ୍ସଲ ହିଂସା ହେଉନାହିଁ। ନକ୍ସଲ ଏହି ଜିଲ୍ଲାରେ ପ୍ରବେଶ କରୁଛନ୍ତି କିନ୍ତୁ ଚାଲିଯାଉଛନ୍ତି। ପୁଲିସ ତିନି ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସରକାରଙ୍କର ସମସ୍ତ ସୁବିଧା ଉଠାଇବା ପାଇଁ ଏମାନେ ନକଲି ନକ୍ସଲ ସାଜିଥିଲେ ବୋଲି ଜଣାପଡ଼ିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe