ଭଦ୍ରକ/ବାଲେଶ୍ବର: ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରେ ଆଜି ବଜ୍ରପାତ ଯୋଗୁଁ ତିନିଜଣଙ୍କର ମୃତ୍ୟୁ ଘଟିଛି। ବିଲରେ ଚାଷ କାମରେ ନିୟୋଜିତ ଥିବା ବେଳେ ଏମାନଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ମଦନ ମହରଣା (୬୦), ହୃଦାନନ୍ଦ ମହାରଣା (୫୭) ଓ ଚନ୍ଦ୍ରକାନ୍ତ ପଣ୍ଡା।
ତିହିଡ଼ି ତହସିଲ ପୀରହାଟ ଥାନା ହରସିଂହପୁର ପଞ୍ଚାୟତ ଅଧୀନ ଚଣ୍ଡିସାହି ଗ୍ରାମରେ ବଜ୍ରପାତରେ ଦୁଇଭାଇଙ୍କର ମୃତ୍ୟୁ ହୋଇ ଦୁଃଖଦ ଘଟଣା ଘଟିଛି। ଚଣ୍ଡିସାହି ଗ୍ରାମର ଜଗବନ୍ଧୁ ମହାରଣାଙ୍କ ଦୁଇ ପୁଅ ମଦନ ମହରଣା ଓ ହୃଦାନନ୍ଦ ମହାରଣା ବିଲକୁ ଚାଷ କରିବାକୁ ଯାଇଥିଲେ। ଏହି ସମୟରେ ବଜ୍ରପାତ ହୋଇଥିଲା। ବଜ୍ରପାତରେ ମଦନ ଓ ହୃଦାନନ୍ଦ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ତିହିଡ଼ି ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ ।
ହରସିଂହପୁର ପଞ୍ଚାୟତ ଅଧୀନ ଚଣ୍ଡିସାହି ଗ୍ରାମରେ ବଜ୍ରପାତରେ ଦୁଇଭାଇଙ୍କର ମୃତ୍ୟୁ ହୋଇ ଦୁଃଖଦ ଘଟଣା ଘଟିଛି। ଚଣ୍ଡିସାହି ଗ୍ରାମର ଜଗବନ୍ଧୁ ମହାରଣାଙ୍କ ଦୁଇ ପୁଅ ମଦନ ମହରଣା ଓ ହୃଦାନନ୍ଦ ମହାରଣା ବିଲକୁ ଚାଷ କରିବାକୁ ଯାଇଥିଲେ। ଏହି ସମୟରେ ବଜ୍ରପାତ ହୋଇଥିଲା।
ସେହିପରି ବ୍ଲକର ହରସିଂହପୁର ପଞ୍ଚାୟତ ଅଧୀନ ବାରବାଟିଆ ଗ୍ରାମର ଗିରଧାରୀ ମହାଳିକ (୬୪) ନାମକ ଜଣେ ବୃଦ୍ଧ ବିଲକୁ କାମ କରିବାକୁ ଯାଇଥିବା ବେଳେ ବଜ୍ରପାତ ହୋଇଥିଲା। ସେ ବଜ୍ରପାତରେ ଗୁରୁତର ଆହତ ହୋଇଥିଲେ। ଗୁରୁତର ଅହତ ଅବସ୍ଥାରେ ତାଙ୍କୁ ତିହିଡ଼ି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଚିକିତ୍ସା ପାଇଁ ଭଦ୍ରକ ଡାକ୍ତରଖାନାକୁ ନିଆଯାଇଥିବା ଜଣାଯାଇଛି। ଏ ସମ୍ପର୍କରେ ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାଯାଇଛି। ଖବର ପାଇ ସରପଞ୍ଚ ଅଜୟ ମହାନ୍ତି, ସାଂସଦଙ୍କ ପ୍ରତିନିଧି ସୀତାକାନ୍ତ ନାୟକ, ବିଜେପି ନେତା ସଂଗ୍ରାମ ମହାନ୍ତି, ଶିକ୍ଷାବିତ୍ ସୁଶାନ୍ତ ପଣ୍ଡା, ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ ପାଢ଼ୀ ପ୍ରମୁଖ ଡାକ୍ତରଖାନାରେ ପହଞ୍ôଚ ସହାୟତା କରିବା ସହିତ ଗଭୀର ଶୋକ ପ୍ରକାଶ କରିଛନ୍ତି।
ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ କୁରୁଣ୍ଟା ପଞ୍ଚାୟତ କୁରୁଣ୍ଟା ଗାଁରେ ବଜ୍ରପାତରେ ଜଣେ ଯୁବକଙ୍କର ମୃତ୍ୟୁ l ଯୁବକ ଜଣକ ହେଉଛନ୍ତି ରମାକାନ୍ତ ପଣ୍ଡାଙ୍କର ପୁଅ ଚନ୍ଦ୍ରକାନ୍ତ ପଣ୍ଡାl ରମାକାନ୍ତଙ୍କର ନିଜର ଟ୍ରାକ୍ଟର ବିଲରେ ହଳ କରୁଥିବା ବେଳେ ବିଲ ଦେଖିବାକୁ ଯାଇଥିଲେl ତେବେ ସେ ହିଡ଼ ମୁଣ୍ଡରେ ଛିଡା ହୋଇ ମୋବାଇଲ ଦେଖୁଥିଲେ। ଠିକ ସେହି ସମୟରେ ସେ ବଜ୍ରପାତର ଶିକାର ହୋଇଥିଲେl ଟ୍ରାକ୍ଟର ଡ୍ରାଇଭର ଲୋକଙ୍କୁ ଡାକିବା ପରେ ତାଙ୍କୁ ଉଦ୍ଧାର କରି ସିମୁଳିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେl ତେବେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ l ମୋବାଇଲ ଧରିଥିବାରୁ ତାଙ୍କ ହାତର ଆଙ୍ଗୁଠି ପୋଡ଼ିଯାଇଛିl
Bhadrak | Balasore | Lightning
Follow Us