ବଜ୍ରପାତ: ବିଲରେ ଟଳିଲେ ୨ ଚାଷୀ, ଶୌଚ ପାଇଁ ଯିବା ବେଳେ ଛାତ୍ରୀଙ୍କ ମୃତ୍ୟୁ

କୁଚିଣ୍ଡା ଥାନା ସୁବର୍ଣ୍ଣପାଲି ଗ୍ରାମର ଜାମମାଲ ପିଙ୍କୁ ଖୁଣ୍ଟିଆଙ୍କ ଚାଷ ଜମିରେ ଧାନ ତଲି ରୁଆ ହେଉଥିଲା। ଦୁଇଜଣ ଶ୍ରମିକ ପହ୍ଲା ଘାରୀରୁ ଚାଷ ଜମିକୁ ପହ୍ଲା ନେଉଥିଲେ। ପୂର୍ବାହ୍ନ ୧୧.୪୫ ସମୟରେ ହଠାତ୍ କଲାହାଣ୍ଡିଆ ମେଘ ଉଠାଇ ବର୍ଷା ସହିତ ବିଜୁଳି ମାରିଥିଲା।

New Project (11)

ଭୁବନେଶ୍ବର: ରାଜ୍ୟରେ ଆଜି ବଜ୍ରପାତ ଯୋଗୁଁ ୩ ଜଣଙ୍କର ମୃତ୍ୟୁ ଘଟିଛି। ଭଦ୍ରକ, ଯାଜପୁର ଓ ସମ୍ବଲପୁରରେ ଏହି ଅଘଟଣ ଘଟିଛି। ମୃତକମାନଙ୍କ ମଧ୍ୟରୁ ୨ ଜଣ ଚାଷୀ ହୋଇଥିବା ବେଳେ ଅନ୍ୟ ଜଣେ ହେଉଛନ୍ତି ଯୁବତୀ। 

ଘଟଣାରୁ ପ୍ରକାଶ ଯେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ସୁବର୍ଣ୍ଣପାଲି ଗ୍ରାମର ଜାମମାଲ ପିଙ୍କୁ ଖୁଣ୍ଟିଆଙ୍କ ଚାଷ ଜମିରେ ଧାନ ତଲି ରୁଆ ହେଉଥିଲା। ଦୁଇଜଣ ଶ୍ରମିକ ପହ୍ଲା ଘାରୀରୁ ଚାଷ ଜମିକୁ ପହ୍ଲା ନେଉଥିଲେ। ପୂର୍ବାହ୍ନ ୧୧.୪୫ ସମୟରେ ହଠାତ୍ କଲାହାଣ୍ଡିଆ ମେଘ ଉଠାଇ ବର୍ଷା ସହିତ ବିଜୁଳି ମାରିଥିଲା। କୈଳାସ ସେଉଳ ଓ ଦିନେଶ ଜାମଡୁଲିଆ ବର୍ଷା ଓ ବିଜୁଳିରୁ ରକ୍ଷା ପାଇବା ପାଇଁ  ଏକ ଛୋଟ ଲିମ୍ବ ଗଛ ତଲେ ଆଶ୍ରୟ ନେଇଥିଲେ।ବ୍ରଜପାତରେ ଗୁରୁତର ଆହତ ଅବସ୍ଥାରେ ଦୁଇଜଣଙ୍କୁ ଚିକିତ୍ସା ପାଇଁ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସ୍ବାସ୍ଥ୍ୟ ପରୀକ୍ଷା କରି କୈଳାଶଙ୍କୁ ମୃତ ଘୋଷଣା କରିଥିଲେ। କୈଳାଶଙ୍କ ମୃତ୍ୟୁ ପରେ ଘରେ ତାଙ୍କ ପତ୍ନୀ ଓ ଦୁଇ ସନ୍ତାନ ଅନାଥ ହୋଇଯାଇଛନ୍ତି। 

ଯାଜପୁର ଜିଲ୍ଲା ଜେନାପୁର ଥାନା ଅଧୀନ ମଧୁସୂଦନପୁର ପଞ୍ଚାୟତ ବଳଭଦ୍ରପୁର ଗ୍ରାମର ଭାଗିରଥୀ ନାୟକ ଆଜି ଅପରାହ୍ନରେ ବିଲରେ କାମ କରୁଥିବା ସମୟରେ ବଜ୍ରପାତର ଶିକାର ହୋଇଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ଘଟଣାର ତଦନ୍ତ ଚଳାଇଛି।

ଭଦ୍ରକ ବ୍ଲକ ଅନ୍ତର୍ଗତ କୋଡ଼ ବାରୁଆଁ ଗ୍ରାମର ପ୍ରହଲ୍ଲାଦ ଦାସଙ୍କ ଝିଅ ମାନଲତା ଦାସ (୧୮)। ସେ ଆଜି ଶୌଚ ହେବାକୁ ଯାଉଥିବା ବେଳେ ତାଙ୍କୁ  ବଜ୍ରାଘାତର ଶିକାର ହୋଇଥିଲେ। ସେ ଅଚେତ ହୋଇ ତଳେ ପଡିଯାଇଥିଲେ। ପରିବାର ଲୋକ ତାଙ୍କୁ ବଞ୍ଚାଇବାକୁ ପାଇଁ ଭଦ୍ରକ ମେଡ଼ିକାଲକୁ ଆଣିଥିଲେ। ମେଡ଼ିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମାନଲତା ଭଦ୍ରକର ଚରମ୍ପା କଲେଜରେ ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀ ଥିଲେ। ତାଙ୍କର ଅକାଳ ବିୟୋଗରେ ପରିବାରରେ ଓ ସ୍ଥାନୀୟ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି। 

Lightning | Balasore | Sambalpur | Jajpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe