ନିର୍ମାଣ ସମୟରେ ଭୁଶୁଡ଼ିଲା ପୁରୁଣା ଛାତ; ଚାପି ହୋଇଗଲେ ୩ ଶ୍ରମିକ!

ଗୃହ ନିର୍ମାଣ ପାଇଁ କାମ ଜାରି ଥିବା ବେଳେ ଅଘଟଣ ଘଟିଛି। ପୁରୁଣା ଛାତ ଭାଙ୍ଗିଲା ବେଳେ ଏହା ଭୁଶୁଡ଼ି ପଡ଼ିଛି। ଫଳରେ ତିନି ଜଣ ଶ୍ରମିକ ଚାପି ହୋଇଯାଇଥିବା ସୂଚନା ମିଳିଛି। କମିସନରେଟ୍‌ ପୁଲିସ ଅଧୀନ ଏୟାରଫିଲ୍ଡ ଥାନା ଅନ୍ତର୍ଗତ ପୋଖରୀପୁଟ ଲିଙ୍ଗରାଜବିବହାରରେ ଆଜି ଏହି ଅଘଟଣ ଘଟିଛି।

ଅଦ୍ୟତନ ହୋଇଛି
Three labourers traped

Three labourers traped Photograph: (sambad.in )

ଭୁବନେଶ୍ବର: ଗୃହ ନିର୍ମାଣ ପାଇଁ କାମ ଜାରି ଥିବା ବେଳେ ଅଘଟଣ ଘଟିଛି। ପୁରୁଣା ଛାତ ଭାଙ୍ଗିଲା ବେଳେ ଏହା ଭୁଶୁଡ଼ି ପଡ଼ିଛି। ଫଳରେ ତିନି ଜଣ ଶ୍ରମିକ ଚାପି ହୋଇଯାଇଥିବା ସୂଚନା ମିଳିଛି। କମିସନରେଟ୍‌ ପୁଲିସ ଅଧୀନ ପୋଖରୀପୁଟ ଲିଙ୍ଗରାଜବିବହାରରେ ଆଜି ଏହି ଅଘଟଣ ଘଟିଛି। ରିପୋର୍ଟ ଲେଖାଯିବା ବେଳକୁ ଗୁରୁତର ଶ୍ରମିକଙ୍କର ପରିଚୟ ମିଳିପାରି ନାହିଁ।

ସୂଚନା ଅନୁସାରେ ଏୟାରଫିଲ୍ଡ ଥାନା ଅନ୍ତର୍ଗତ ପୋଖରୀପୁଟ ଲିଙ୍ଗରାଜବିବହାରରେ ଏକ ପୁରୁଣା ଘରର ଛାତ ଭଙ୍ଗା ଯାଉଥିଲା। ଘର ମାଲିକ ଏହି କାମ ପାଇଁ ଶ୍ରମିକମାନଙ୍କୁ ଲଗାଇଥିଲେ। କିନ୍ତୁ ପୁରୁଣା ଘରର ଛାତ ଭାଙ୍ଗିବା ବେଳେ ହଠାତ୍‌ ଅଘଟଣ ଘଟିଥିଲା। ଛାତ ଭୁଶୁଡ଼ିବାରୁ ୩ ଜଣ ଶ୍ରମିକ ଚାପି ହୋଇଯାଇଥିଲେ। ଏନେଇ ପୁଲିସ ଓ ଅଗ୍ନିଶମ ବାହିନୀକୁ ସୂଚନା ଦିଆଯାଇଥିଲା। 

ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଗୁରୁତରମାନଙ୍କୁ ପୁଲସି ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି। ଶ୍ରମିକମାନଙ୍କର ଅବସ୍ଥା ସଂକଟାପନ୍ନ ଥିବା କୁହାଯାଉଛି। 

ସୂଚନା: ଏହି ଖବରକୁ କ୍ରମାଗତ ଭାବେ ଅପଡେଟ୍ କରାଯାଉଛି। ଆମେ ଆମର ସମସ୍ତ ପାଠକଙ୍କୁ ଏହି ମୁହୂର୍ତ୍ତର ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ ଜାରି ରଖିଛୁ। ଆମେ ଆପଣଙ୍କ ପାଇଁ ସଦ୍ୟତମ ଖବର ତୁରନ୍ତ ଆଣିବାକୁ ପ୍ରତିଶ୍ରୁତିବଦ୍ଧ। ପ୍ରାଥମିକ ସୂଚନା ମାଧ୍ୟମରେ ଆମେ କ୍ରମାଗତ ଭାବରେ ଏହି ଖବର ଅପଡେଟ୍ କରୁଛୁ। ସଦ୍ୟତମ ଖବର ଏବଂ ଅପଡେଟ୍ ପାଇଁ sambad.in ସହିତ ରୁହନ୍ତୁ।

 Bhubaneswar

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe