ନିର୍ମାଣ କାମରେ ପୁଣି ଅବହେଳା: ଆଖିବୁଜିଲେ ୩ ଜଣ ଶ୍ରମିକ

Advertisment

ନର୍ମାଣ କାମ ବେଳେ ପୁଣି ଅଘଟଣ ଘଟିଛି। କଟକର ଶୈଳବାଳା ମହିଳା ସ୍ବୟଂଶାସିତ ମହାବିଦ୍ୟାଳୟରେ ନିର୍ମାଣାଧୀନ ୬ମହଲା କୋଠାରୁ ପଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ମନରୁ ଲିଭିନାହିଁ। ବାଲେଶ୍ବର ଜିଲ୍ଲାର ସୋର ଅଞ୍ଚଳରେ ଆଜି ତିନି ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି।

ନର୍ମାଣ କାମ ବେଳେ ପୁଣି ଅଘଟଣ ଘଟିଛି। କଟକର ଶୈଳବାଳା ମହିଳା ସ୍ବୟଂଶାସିତ ମହାବିଦ୍ୟାଳୟରେ ନିର୍ମାଣାଧୀନ ୬ମହଲା କୋଠାରୁ ପଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ମନରୁ ଲିଭିନାହିଁ। ବାଲେଶ୍ବର ଜିଲ୍ଲାର ସୋର ଅଞ୍ଚଳରେ ଆଜି ତିନି ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି।

Three killed in Soro

Three killed in Soro. Photograph: (sambad.in)

ସୋର/ଭୁବନେଶ୍ବର: ନର୍ମାଣ କାମ ବେଳେ ପୁଣି ଅଘଟଣ ଘଟିଛି। କଟକର ଶୈଳବାଳା ମହିଳା ସ୍ବୟଂଶାସିତ ମହାବିଦ୍ୟାଳୟରେ ନିର୍ମାଣାଧୀନ ୬ମହଲା କୋଠାରୁ ପଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ମନରୁ ଲିଭିନାହିଁ। ଏପଟେ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଝିଙ୍କିରିଆ ପଞ୍ଚାୟତ ଗଗନଧୂଳି ଗାଁରେ ନିର୍ମାଣାକାମ ବେଳେ ୩ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ବାବାଜୀ ମାଝୀ ଓ ବାପି ମାଝୀ। ଅନ୍ୟ ଜଣକ ପରିଚୟ ମିଳିପାରିନାହିଁl

ରାଜ୍ୟରେ ନିର୍ମାଣ କାମରେ ଅବହେଳା କାରଣରୁ ବାରମ୍ବାର ଅଘଟଣ ଘଟୁଛି। ଏଥି ପାଇଁ ଅକାରଣରେ ଶ୍ରିମକମାନଙ୍କର ଜୀବନ ଯାଉଛି। ସରକାରଙ୍କ ଗାଇଡଲାଇନ୍‌ ଉଲ୍ଲଂଘନ, ଠିକା ସଂସ୍ଥାର ଅବହେଳା ଓ ଘର ମାଲିକମାନଙ୍କର ଅଣଦେଖା କାରଣରୁ ନିର୍ମାଣ କାମରେ ନିୟୋଜିତ ଶ୍ରମିକମାନଙ୍କର ଅଯଥାରେ ମୃତ୍ୟୁ ଘଟୁଛି। 

ସୂଚନା ଅନୁସାରେ ଗଗନଧୂଳି ଗାଁର ବାପି ମାଝୀଙ୍କର ଘରେ ଆଜି ଶ୍ରମିକମାନେ କାମ କରୁଥିବା ବେଳେ ଅଘଟଣ ଘଟିଛିl ଶ୍ରମିକମାନେ ପାଇଖାନା ଟାଙ୍କି ପାଇଁ କାମ କରୁଥିବା ବେଳେ ସେଠାରେ ବିଦ୍ୟୁତ ସଂଯୋଗ କରିଥିଲେl ତେଣୁ ୩ ଜଣ ଶ୍ରମିକ ବିଦ୍ୟୁତ ଆଘାତରେ ଶିକାର ହୋଇଥିଲେl ତେବେ ଘଟଣାସ୍ଥଳରେ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ୨ ଜଣଙ୍କୁ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଥିଲା।  

ତେବେ ନିର୍ମାଣ କାମରେ ନିୟୋଜିତ ଶ୍ରମିକମାନଙ୍କର ମୃତଦେହକୁ ପୁଲିସ ଜବତ କରିଛି। ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି। ପୁଲିସ ଘର ମାଲିକଙ୍କୁ ପଚରାଉଚୁରା କରୁଛି। 

ଶୈଳବାଳା ମହିଳା ସ୍ବୟଂଶାସତ ମହାବିଦ୍ୟାଳୟର ଉନ୍ନତ ଭିତ୍ତିଭୂମି ପାଇଁ ନିର୍ମାଣ କାମ ଜାରି ରହିଛି। ଏଠାରେ ଏକ ଛଅ ମହଲା କୋଠାର କାମ ଚାଲିଛି। ଅନ୍ୟ ଦିନ ଭଳି ଏହି ଛଅ ମହଲା କୋଠାରେ କାଲି ମଧ୍ୟ ଶ୍ରମିକମାନେ କାମ କରୁଥିଲେ। ଏହି ଶ୍ରମିକମାନଙ୍କ ମଧ୍ୟରେ ଓଡ଼ିଆ ସମେତ କିଛି ବିହାରର ଯୁବକ ମଧ୍ୟ ସାମିଲ ଥିଲେ। ତେବେ ସନ୍ଧ୍ୟା ସମୟରେ ନିର୍ମାଣ ବେଳେ ଅଘଟଣ ଘଟିଥିଲା। ବିହାର ନିବାସୀ ସୁଜୟ କୁମାର କୌଣସି ମତେ ୬ ମହଲା କୋଠାରୁ ଖସି ପଡ଼ିଥିଲେ। ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

 Baleswar

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe