ଲୁଚିପାରିଲେନି ୩ ହାର୍ଡକୋର ମାଓବାଦୀ, ସର୍ଚ୍ଚ ଅପରେସନ୍‌ ବେଳେ ଗିରଫ

Advertisment

ସୀମାନ୍ତ ଛତିଶଗଡ଼ର ସୁକମା ପୁଲିସକୁ ମିଳିଛି ବଡ଼ ସଫଳତା। ୩ ଜଣ ହାର୍ଡକୋର ମାଓବାଦୀକୁ ସୁକମା ପୁଲିସ ଗିରଫ କରିଛି। ଜଗରଗୁଣ୍ଡା ଥାନା ଅଂଚଳରେ ଯବାନ କୁମ୍ବିଂ କରୁଥିବା ବେଳେ ଏହି ନକ୍ସଲମାନେ ଜଂଗଲରେ ଲୁଚିବାକୁ ଚେଷ୍ଟା କରୁଥିଲେ।

ସୀମାନ୍ତ ଛତିଶଗଡ଼ର ସୁକମା ପୁଲିସକୁ ମିଳିଛି ବଡ଼ ସଫଳତା। ୩ ଜଣ ହାର୍ଡକୋର ମାଓବାଦୀକୁ ସୁକମା ପୁଲିସ ଗିରଫ କରିଛି। ଜଗରଗୁଣ୍ଡା ଥାନା ଅଂଚଳରେ ଯବାନ କୁମ୍ବିଂ କରୁଥିବା ବେଳେ ଏହି ନକ୍ସଲମାନେ ଜଂଗଲରେ ଲୁଚିବାକୁ ଚେଷ୍ଟା କରୁଥିଲେ।

3 naxal arrested

3 naxal arrested Photograph: (sambad.in )

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ସୁକମା ପୁଲିସକୁ ମିଳିଛି ବଡ଼ ସଫଳତା। ୩ ଜଣ ହାର୍ଡକୋର ମାଓବାଦୀକୁ ସୁକମା ପୁଲିସ ଗିରଫ କରିଛି। ଜଗରଗୁଣ୍ଡା ଥାନା ଅଂଚଳରେ ଯବାନ କମ୍ବିଂ ଅପରେସନ୍‌ରେ ନିୟୋଜିତ ଥିବା ବେଳେ ଏହି ନକ୍ସଲମାନେ ଜଂଗଲରେ ଲୁଚିବାକୁ ଚେଷ୍ଟା କରୁଥିଲେ। ତୁରନ୍ତ ଯବାନ ଜଂଗଲକୁ ଘେରି ଏହି ୩ ଜଣ ନକ୍ସଲକୁ ଗିରଫ କରିଥିଲେ। ଏମାନଙ୍କୁ ଧରି ପଚାରିବାରୁ ଏମାନେ ମାଓ ସଂଗଠନର ଆଗଧାଡିର କମ୍ରେଡ ବୋଲି ସ୍ବୀକାର କରିଥିଲେ। 

ଯବାନ କମ୍ବିଂ ଅପରେସନ୍‌ରେ ନିୟୋଜିତ ଥିବା ବେଳେ ଏହି ନକ୍ସଲମାନେ ଜଂଗଲରେ ଲୁଚିବାକୁ ଚେଷ୍ଟା କରୁଥିଲେ। ତୁରନ୍ତ ଯବାନ ଜଂଗଲକୁ ଘେରି ଏହି ୩ ଜଣ ନକ୍ସଲକୁ ଗିରଫ କରିଥିଲେ।

ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ନାମରେ ୮ ଲକ୍ଷ ଲେଖାଏଁ ପୁରସ୍କାର ରହିଥିବା ବେଳେ ଜଣକ ନାମରେ ୫ ଲକ୍ଷ ଟଂକାର ପୁରସ୍କାର ରହିଛି। ଜିଲ୍ଲା ପୁଲିସ ଏବଂ ବିଏସଏଫର ୧୬୫ ବାଟାଲିୟନର ଯବାନ ଏହି ନକ୍ସଲଙ୍କୁ ଧରିବାରେ ସଫଳତା ହାସଲ କରିଛନ୍ତି। ଏମାନଙ୍କ ନାମରେ ହିଂସା ଘଟାଇବା, ହତ୍ୟା କରିବା, ପୁଲିସ ଉପରେ ଆକ୍ରମଣ କରିବା ଭଳି ସଂଗୀନ ଅଭିଯୋଗ ରହିଛି।

ପୁଲିସ ଏମାନଙ୍କୁ ଗିରଫ ପରେ ପଚରାଉଚରା କରିଛି। ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପୁଲିସକୁ ମିଳିଥିବା ଜଣାପଡ଼ିଛି। ଆଜି ତିନି ନକ୍ସଲଙ୍କୁ କୋର୍ଟ ଚାଲାଣ କରାଯାଇଥିବା କୁହାଯାଇଛି। ଲଗାତାର ଛତିଶଗଡର ପୁଲିସକୁ ସଫଳତା ମିଳିବାରେ ଲାଗିଛି। ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଛତିଶଗଡରେ ନକ୍ସଲ ମୂଳପୋଛ ହେବେ ବୋଲି ପୁଲିସ କହିଛି।

Chhattisgarh | maoists 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe