ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ପୁଲିସକୁ ବଡ଼ ସଫଳତା ମିଳିଛି। ପୁଲିସ ତିନି ଜଣ ଦୁର୍ଦ୍ଦାନ୍ତ ନକ୍ସଲକୁ ଗିରଫ କରିବାରେ ସଫଳ ହୋଇଛି। ସେମାନେ ହେଲେ ମିଲିସିଆ ସଦସ୍ୟ ପୋଡିୟମ ଜଗା(୨୫), ମାଡ଼ବି ମାସା(୨୫) ଓ ପୋଜ୍ଜା ମାଡବୀ(୨୯)।
ବିଶେଷ ସୂତ୍ରରୁ ଖବର ପାଇ ଚିନ୍ତାଗୁମ୍ଫା ଥାନା ଅଂଚଳର ପେଣ୍ଟାପାଡା, ଏଣ୍ଟାପାଡ ଗ୍ରାମ୍ୟ ଜଂଗଲରେ ପୁଲିସ, ସିଆରପିଏଫ୍ ଯବାନ ସର୍ଚ୍ଚ ଅପରେସନ କରୁଥିଲେ। ସର୍ଚ୍ଚ ଅପରେସନ ବେଳେ ରାସ୍ତାରେ ବୋମା ଖଞ୍ଜିବାକୁ ଚେଷ୍ଟା କରୁଥିବା ୩ ଜଣ ନକ୍ସଲକୁ ଯବାନ କାବୁ କରିଥିଲେ। ପୁଲିସ ଏମାନଙ୍କ ଠାରୁ ଟିଫିନ ବୋମା, ବିଦ୍ୟୁତ ତାର, ଡିଟୋନେଟର, କୋଡେକ୍ସ ତାର, ବ୍ୟାଟେରି ଇତ୍ୟାଦି ଜବତ କରିଛି।
ଏହି ନକ୍ସଲଙ୍କୁ ପଚରାଉଚରା କରିବା ପରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ଏହି ଟିଫିନ ବୋମା ଖଞ୍ଜୁଥିଲୁ ବୋଲି ସ୍ବୀକାର କରିଛନ୍ତି। ପୁଲିସ ଏମାନଙ୍କୁ ତଦନ୍ତ ପରେ କୋର୍ଟ ଚାଲାଣ କରିଥିବା ଜଣାପଡିଛି।
Malkangiri
Follow Us